ବରିଷ୍ଠ ସାମ୍ବାଦିକଙ୍କୁ ମିଳୁନାହିଁ ନ୍ୟାୟ
ବରିଷ୍ଠ ସାମ୍ବାଦିକଙ୍କୁ ମିଳୁନାହିଁ ନ୍ୟାୟ , ନ୍ୟାୟାଳୟ ର ଆଦେଶକୁ ଅବମାନନା କରି କରୁଛନ୍ତି ଅବେଧ ଗୃହ ନିର୍ମାଣ ଏବଂ ରାସ୍ତା ଅବରୋଧହଁ ଦର୍ଶକ ବନ୍ଧୁ ଆମେ ଆଜି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ , ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଆମ୍ପୋର ଗ୍ରାମର ବରିଷ୍ଠ ପତ୍ରକାର ଭରତ ଚନ୍ଦ୍ର ଲେଙ୍କାଙ୍କ ବିଷୟରେ କିଛି ଉପସ୍ଥାପନ କରିବା ପାଇଁ ଯାଉଛୁ । ରାତି ପାହିଲେ ସାମ୍ବାଦିକ ଟିଏ ଲୋକଙ୍କ ସେବାରେ ଲାଗିପଡ଼େ ନିଜର ପରିବାର ଆଉ ନିଜର ସମସ୍ୟା ଛାଡି । ଅନେକ ଲୋକଙ୍କୁ ନ୍ୟାୟ ଦେଇ ସମାଜରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସେ ସଂକଳ୍ପ ନେଇଥାଏ । ଲୋକମାନେ ଭାବନ୍ତି ସମ୍ବାଦିକଙ୍କର କୌଣସି ସମସ୍ୟା ନଥାଏ । କିନ୍ତୁ ଆଜି ଏମିତି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା କେନ୍ଦୁଆପଦା ଆମ୍ପୋର ରେ । ସାମ୍ବାଦିକଙ୍କ ପରିବାର ଦୀର୍ଘ 30 ବର୍ଷହେଲା ସଂଘର୍ଷ କରି ଆସୁଛି ନ୍ୟାୟ ପାଇଁ । 23 -04 – 1994 ମସିହାରେ ଏକ ଏକ ମାମଲା SDJM କୋର୍ଟ ଭଦ୍ରକରେ ରୁଜୁ ହୋଇଥିଲା କିଛି ଜମିବାଡ଼ି ବିବାଦୀୟ ଏବଂ ଫୌଜଦାରୀ ମକଦ୍ଦମା ଭାବରେ । ରକ୍ତପାତ ମଧ୍ୟ ହୋଇଥିଲା ଯାହା G.R.NO – 311/1994 କେସ ର ଫାଇଲ କହୁଅଛି । ଏବଂ ପରେ କିଛିଦିନ ପରେ ଆମ୍ପୋର ଗ୍ରାମର ଗ୍ରାମ୍ୟ କମିଟିର ଭଦ୍ର ଲୋକ ଏବଂ ସ୍ଥାନୀୟ ପୋଲିସ ଏବଂ କୋର୍ଟରେ ଲିଖିତ ଆକାରରେ ସମାଧାନ କରାଯାଇଥିଲା । ଘଟଣାର କିଛିଦିନ ପରେ ଆମ୍ପୋର ଗ୍ରାମର ଜୟନ୍ତ ସାମଲ , ପ୍ରଶାନ୍ତ ସାମଲ , ଅଭୟ ସାମଲ , ସଞ୍ଜୟ ସାମଲ , ଦେବବ୍ରତ ସାମଲ ଏବଂ ପରିବାର ର ସଦସ୍ୟଙ୍କ ଦ୍ୱାରା ପୁଣିଥରେ ସାମ୍ବାଦିକ ଭରତ ଚନ୍ଦ୍ର ଲେଙ୍କାଙ୍କ ଉପରେ ଏବଂ ତାଙ୍କର ପରିବାର ଉପରେ ଅତର୍କିତ ଏବଂ ମାରାତ୍ମକ ଭାବରେ ବିଧିବଦ୍ଧ ଭାବରେ ଆକ୍ରମଣ କରାଯାଇଛି । ଯେଉଁ ଆକ୍ରମଣ ଦ୍ୱାରା ବରିଷ୍ଠ ସାମ୍ବାଦିକ ଭରତ ଚନ୍ଦ୍ର ଲେଙ୍କାଙ୍କ ବାପାଙ୍କ ଜୀବନ ଚାଲିଯିବା ସହିତ ଭରତ ଚନ୍ଦ୍ର ଲେଙ୍କାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । କିନ୍ତୁ ବଡ଼ ଦୁଃଖର ବିଷୟ ଏପର୍ଯ୍ୟନ୍ତ ଜିଲ୍ଲା ପୋଲିସ ପକ୍ଷରୁ କୌଣସି ସଫଳାଟା ପୂର୍ବକ ପଦକ୍ଷେପ ନିଆଯାଇ ନାହିଁ । କରାଣ ଆକ୍ରମଣ କାରୀ ମାନେ ପୂର୍ବରୁ କଂଗ୍ରେସ ର ସରପଞ୍ଚ ଥିଲେ ଏବଂ ବର୍ତ୍ତମାନ BJD ଦଳର ରାଜନୀତି ର ସହଯୋଗ ନେଇ ଏଭଳି କାଣ୍ଡ ଘଟାଉଛନ୍ତି । ବରିଷ୍ଠ ସାମ୍ବାଦିକ ଭରତ ଚନ୍ଦ୍ର ଲେଙ୍କା ଙ୍କ ବାପା ଦୁଇ ବର୍ଷ ତଳେ C.S.NO – 412 / 2023 bhadrak Civil court ରେ ଏକ ମାମଲା ଦାୟର କରିଛନ୍ତି । ଯେଉଁଥିରେ ସ୍ପଷ୍ଟୀକରଣରେ ଦର୍ଶାଯାଇଛି କି ସମ୍ପତ୍ତି ଗୁଡିକ ଇଜିମାଇଲ ସମ୍ପତ୍ତି ହୋଇଥିବାରୁ ଉକ୍ତ ସମ୍ପତ୍ତି ଗୁଡିକ ଉପରେ ନୂତନ ଭାବରେ କୌଣସି ଗୃହ ନିର୍ମାଣ କାର୍ଯ୍ୟ ନକରିବା ପାଇଁ । ଆଗରୁ ତିଆରି ହୋଇଥିବା ଘର ଗୁଡିକୁ ରକ୍ଷଣାବେକ୍ଷଣ ପାଇଁ ମରାମତି କରି ସମ୍ପୂର୍ଣ୍ଣ କରିବା ପାଇଁ । ଯେପର୍ଯ୍ୟନ୍ତ ପାଟିସନ ନ ହୋଇ ସମାଧାନ ନ ହୋଇଛି କୋର୍ଟ ଦ୍ୱାରା । କିନ୍ତୁ କୋର୍ଟର ଏଭଳି ପଦକ୍ଷେପକୁ ଖାତିର ନକରି ଅପରପକ୍ଷ ଘର ଉପରେ ଘର ତିଆରି କରିବା ଏବଂ ଗୋଟାଏ ପ୍ଲଟରେ ଘର କରିବା ପରେ ଅନ୍ୟ ପ୍ଲଟ ଉପରେ ନୂତନ ଗୃହ ନିର୍ମାଣ ଆରମ୍ଭ କରିଚାଲିଛନ୍ତି , ରାତି ଅଧିଆ ଛୁଟି ଦିନ ମାନଙ୍କରେ ଛାତ ପାକାଉଛନ୍ତି । ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ଏବଂ ତାଙ୍କର ପରିବାର ଲୋକେ ପ୍ରଥମେ କୋର୍ଟ ର ଆଶାରା ପାଇଁ ଯାଇଥିବା ବେଳେ ଅଦାଲତ ସେମାନଙ୍କ କଥାକୁ ଶୁଣିନଥିଲା କାରଣ ସେମାନଙ୍କ ବାପା 22 -1 – 2025 ରେ ମୃତ୍ୟୁବରଣ କରିଛନ୍ତି । ସାମ୍ବାଦିକ କି ତାଙ୍କର ପରିବାର ଲୋକେ ଯେପର୍ଯ୍ୟନ୍ତ ଉକ୍ତ କେସ ରେ ପାର୍ଟି ନ ହୋଇଛନ୍ତି ସେପର୍ଯ୍ୟନ୍ତ ସେମାନେ କୌଣସି ଆଇନଗତ ପଦକ୍ଷେପ ନେବା ପାଇଁ ସାମର୍ଥ୍ୟ ହୋଇପାରୁନାହାନ୍ତି ବୋଲି ଓକିଲ ସଚିଦାନନ୍ଦ ଧଳ କହିଛନ୍ତି । ଏହାର ଫାଇଦା ଉଠାଇ ଏପରି କାମ କରିଚାଲିଛନ୍ତି ଅପରପକ୍ଷ । ଏହାକୁ ନେଇ ଭରତ ଚନ୍ଦ୍ର ଲେଙ୍କା ଯେତେବେଳେ ପୋଲିସର ଦ୍ୱାରାସ୍ତ ହୋଇଥିଲେ ସେତେବେଳେ ପୋଲିସ କହିଥିଲା କି ଆମେ ସିଭିଲ ମାମଲାରେ କିଛି କହି ପାରିବୁ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବୁ ନାହିଁ ଆପଣ ତହସିଲଦାର ଙ୍କ ପାଖକୁ ଯାଆନ୍ତୁ । ଏହାପରେ ବନ୍ତ ତହସିଲଦାର କହିଥିଲେ କି ଯେହେତୁ ଏହା ବିଚାର ଧୀନ ଅବସ୍ଥାରେ ଅଦାଲତରେ ଅଛି ମୁଁ କିଛି କରିପାରିବି ନାହିଁ । ଏହା ଭିତରେ ଉଭୟ ପକ୍ଷଙ୍କ ଭିତରେ ମାଡ଼ପିଟ ହେବା ସହିତ ରକ୍ତପାତ ମଧ୍ୟ ହୋଇସାରିଲାଣି । ତାହାଲେ ଏହି ସମୟରେ କଣ ନ୍ୟାଳୟର ବିଚାରପତି କଣ ନିଜେ ଆସି ବୁଝିବେ କି । ବନ୍ତ ତହସିଲଦାର ଚୁପ । ଭଦ୍ରକ ପୋଲିସ ଚୁପ । କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଚୁପ । ତାହାଲେ ଏଭଳି ଉତେଜନା ପରିସ୍ଥିତିରେ କିଏ ନ୍ୟାୟ ବ୍ୟବସ୍ଥା କୁ ସୁଧାରିବ ଏବଂ ସାମାଜିକ ବିଶୃଙ୍ଖଳା , ଧନହାନି , ଜନାହାନି କୁ ବଞ୍ଚାଇବାକୁ ଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବ । କାଲିକୁ ଯଦି କାହାର ଜୀବନ ଚାଲିଯାଏ ତାହାଲେ ଏଥିପାଇଁ ନ୍ୟାୟାଳୟ , ପୋଲିସ , ତହସିଲଦାର ଏମାନେ ଦାୟୀ ରହିବେ ତ । କାରଣ 11 – 02 – 2025 ତାରିଖରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ C.S. NO – 0061 / 2025 ମାମଲା ରୁଜୁ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ ପ୍ରଶାସନକୁ ଉତ୍ତର ମାଗିଛନ୍ତି । ଦେଖିବାକୁ ବାକି ରହିଲା ଆମର ଏହି ଖବର ପ୍ରଚାର ପ୍ରସାର ପରେ ପ୍ରଶାସନିକ ଅଧିକାରୀ ମାନେ କେଉଁଭଳି ପଦକ୍ଷେପ ଗ୍ରହଣ କରି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କାରାଇବେ
