ଜନ ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ
ଜନ ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ l ବାଲୁଗାଁ ୫ନମ୍ବର ଜାତୀୟ ରାଜପଥ ବାଲୁଗାଁ ଗୋବର୍ଦ୍ଧନପୁର ଗାଁ ଠାରୁ ଗବପଦର ଗାଁ ୪ କିଲୋମିଟର ବ୍ୟାପି ରାସ୍ତାର ଉଭୟ ପାର୍ଶ୍ଵ ସମ୍ପ୍ରସାରଣ କାର୍ଯ୍ୟ ଏବଂ ଉଛେଦ କାର୍ଯ୍ୟକ୍ରମ ଡିସେମ୍ବର ୩ ତାରିଖ ଠାରୁ ଆରମ୍ଭ କରିବା ପାଇଁ ଜିଲାପ୍ରଶାସନ ଘୋଷଣା କରିଥିବା ବେଳେ ଉଛେଦ ପ୍ରକ୍ରିୟା ଏବଂ ମାପଚୁପରେ ପାତରଅନ୍ତର ହୋଇଥିବା ବାଲୁଗାଁ ଜନ ସୁରକ୍ଷା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି । ଜନ ସୁରକ୍ଷା ମଞ୍ଚର ସଭାପତି ଭୋବନି କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାଲୁଗାଁ ସ୍ଥିତ ଉତ୍ତରାୟଣୀ ମନ୍ଦିର ନିକଟରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ମଞ୍ଚର ପରାମର୍ଶ ଦାତା ପୂର୍ବତନ ଅଧ୍ୟାପକ ଅକ୍ଷୟ କୁମାର ମହାପାତ୍ର ଜଣାଇଥିଲେ ବାଲୁଗାଁରେ ରାସ୍ତା ସମ୍ପ୍ରସାରଣ ଏହା ସ୍ୱାଗତ ଯୋଗ୍ୟ ପଦେକ୍ଷପ କିନ୍ତୁ ଏହି ରାସ୍ତା ର ଚଉଡା ଏକ ପ୍ରକାର ରହିବା ଦରକାର l ରାସ୍ତା ସପ୍ରସାରଣ ପାଇଁ ପୂର୍ବରୁ ୩ ଥର ମପା ଯାଇଥିଲା ବେଳେ ଚିନ୍ହଟ ପ୍ରକ୍ରିୟା ଭୁଲ ଥିବାରୁ ଅନେକ ଥର ମପା ହେଲାଣି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଥିବା ଜନ ସାଧାରଣ ସନ୍ଦେହରେ ରହିଛନ୍ତି l ପ୍ରକୃତ ପକ୍ଷେ ରାସ୍ତା ସମ୍ପ୍ରସାରଣ ୭୨ଫୁଟ ହେବା ପାଇଁ ସ୍ଥିତକୃତ ହେବାସ୍ଥଳେ ବାଲୁଗାଁ ମୁଖ୍ୟ ବଜାରରେ ମାତ୍ର ୪୦ଫୁଟ ଉଛେଦ କରାଯାଉ ଥିବାରୁ ପ୍ରଶାସନ ପାତରଅନ୍ତର କରୁଥିବା ଅଭିଯୋଗ ହେଉଛି । ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସମୟରେ ବିଭିନ୍ନ ଥର ମାପରେ ପରିବର୍ତନ କରୁଥିବାରୁ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ଗୋବର୍ଦ୍ଧନପୁର ଗାଁ ଠାରୁ ଗବପଦର ଗାଁ ୪ କିଲୋମିଟର ରାସ୍ତା ସମାନ୍ତରାଳ ଭାବେ ଉଛେଦ କରି ରାସ୍ତା ସମ୍ପ୍ରସାରଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ବଡ଼ ଧରଣର ବିକ୍ଷୋଭ ହେବା ସହିତ ଆନ୍ଦୋଳନ ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଭାଗିରଥି ପୃଷ୍ଟି , ସମ୍ପାଦକ ରାଜୀବ ସେନାପତି ଓ କୋଷାଧ୍ୟକ୍ଷ ଦେବାଶିଷ ସ୍ବାଇଁ ସମେତ ୫୦ରୁ ଉର୍ଦ୍ଧ୍ବ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ପ୍ରକୃତ ପକ୍ଷେ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେଇ ରାସ୍ତା ସମ୍ପ୍ରସାରଣ ଠିକ ଭାବରେ କରାଗଲେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ସାଧାରଣ ଜନସାଧାରଣ ଉପକୃତ ହେବା ସହ ବାଲୁଗାଁ ବଜାରର ସୌନ୍ଦର୍ଯ୍ୟ ବୃଦ୍ଧି ହେବ ବୋଲି ସଭାପତି ଶ୍ରୀ ସେଠି ନିବେଦନ କରିଥିଲେ
