ପ୍ରେସ୍ ବିଜ୍ଞପ୍ତି

ଆଜି ଭୁବନେଶ୍ୱର ଖଣ୍ଡଗିରି ନିବାସୀ ଲକ୍ଷ୍ମୀଧର ସାହୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇବାକୁ ଆସିଥିଲେ। ସେ ନିଜ Scooty (ଦୁଇଚକା ଗାଡି) କୁ ସ୍ଟାଣ୍ଡରେ ରଖି, ତାହାରେ ଚାବି ସହିତ ଛାଡ଼ିଦେଇଥିଲେ। ଦର୍ଶନ ସମାପ୍ତ ପରେ ସ୍ଟାଣ୍ଡରେ ଆସି Scooty ନଥିବାକୁ ଦେଖି, ସେ ସିଂହଦ୍ୱାର ପୋଲିସ୍ ଥାନାକୁ ପହଞ୍ଚିଲେ। ସେଠାରେ ତାଙ୍କ ସ୍କୁଟି ଓ ଚାବି ସୁରକ୍ଷିତ ଅବସ୍ଥାରେ ପୋଲିସ୍ ଦ୍ୱାରା ରଖାଯାଇଥିବାକୁ ଦେଖି, ତାଙ୍କ ମୁହଁରେ ଆନନ୍ଦ ଓ ହସିର ଚାହାଣି ଦେଖାଯାଇଥିଲା।ପୁରୀ ପୋଲିସ୍ ସମସ୍ତ ଭକ୍ତଙ୍କୁ ଅନୁରୋଧ କରୁଛି ଯେ, ସ୍ଟାଣ୍ଡରେ ଗାଡି ରଖିବାବେଳେ ନିଶ୍ଚିତ କରନ୍ତୁ ଯେ,ଗାଡିକୁ ଲକ୍ କରାଯାଇଛି କି ନାହିଁ, ଚାବିକୁ ସୁରକ୍ଷିତ ଭାବରେ ରଖାଯାଇଛି କି ନାହିଁ।ଭକ୍ତମାନଙ୍କ ସୁରକ୍ଷା ଏବଂ ସେବା ପାଇଁ ପୁରୀ ପୋଲିସ୍ ସଦା ସଚେତନ।

Leave a Reply

Your email address will not be published. Required fields are marked *