ରାଜ୍ୟ ବଜେଟ୍ କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସ୍ ବିବୃତି

ରାଜ୍ୟ ବଜେଟକୁ ନେଇ ପୁରୀ ସର୍କିଟ ହାଉସ ଠାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀ। ବିଧାନସଭାରେ ଚଳିତବର୍ଷ ୩ ଲକ୍ଷ ୧୦ କୋଟି ଟଙ୍କାର ବଜେଟ୍ ଘୋଷଣା ହୋଇଛି। ବଜେଟରେ ଗାଁ ର ବିକାଶ ସହିତ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ କୃଷକଙ୍କ ସହିତ ସମସ୍ତଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ମହାପ୍ରଭୁଙ୍କ ସଂଗ୍ରହାଳୟ ଓ ଲାଇବ୍ରେରୀ ପାଇଁ ୧ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଛି।‌ ପର୍ଯ୍ୟଟନର ବିକାଶ ପାଇଁ ଶାମୁକା ପ୍ରକଳ୍ପ ନାଁ ରେ ବିଭିନ୍ନ କାର୍ଯ୍ୟ କରାଯିବ। କ୍ରୁଜ ଟର୍ମିନାଲ ପାଇଁ ୫ ଶହ କୋଟି ଟଙ୍କା ଘୋଷଣା କରାଯାଇଛି। ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରତି ଗ୍ରାମରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ୬୦ ବର୍ଷ ହେଲେ ଭତ୍ତା ପାଇଁ ଆବେଦନ କରିପାରିବେ। ପାଞ୍ଚଟି ସ୍ଥାନରେ ପୁରୀ, ବ୍ରହ୍ମପୁର, ବୁର୍ଲା ଏବଂ କ୍ୟାପିଟାଲ ହସ୍ପିଟାଲ ଓ କୋରାପୁଟରେ ହେବ ବର୍ଣ୍ଣ ୟୁନିଟ। ଏଥିପାଇଁ ଜାଗା ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି। ପାଞ୍ଚଟି ମେଡିକାଲ କଲେଜ ହେବ। ଅଟଳ ରକ୍ତଦାନ ଅଭିଯାନ ଆରମ୍ଭ ହେବ। ଗାଁ ଗାଁ ରେ ଏହି ଅଭିଯାନ ଜାରି ରହିବ। ମୁଖ୍ୟମନ୍ତ୍ରୀ କର୍କଟ ରୋଗ ଚିକିତ୍ସା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ୩୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୁରୀ ଜିଲ୍ଲାର‌ ପିପିଲି ଟୋଲ ଗେଟ୍ ଠାରେ ଚାନ୍ଦୁଆ ବଜାର କରାଯିବ। ବିକଶିତ ଓଡ଼ିଶା ପାଇଁ ଏହି ବଜେଟ କରାଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Leave a Reply

Your email address will not be published. Required fields are marked *