ପ୍ରେସ ରିଲିଜ ୯ ଜୁଲାଇ ଦେଶବ୍ୟାପୀ ସାଧାରଣ ହରତାଳରେ ଅଂଶଗ୍ରହଣ କରିଲେ ଇଫଟୁ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଙ୍ଘ

ବ୍ରହ୍ମପୁର-(09/07/2025) କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ଚାରି ଶ୍ରମ କୋଡ୍ ବିରୁଦ୍ଧରେ ଆସନ୍ତା ୯ ଜୁଲାଇରେ ଦେଶର ଶ୍ରମିକ ଶ୍ରେଣୀ ଦ୍ଵାରା ଆୟୋଜିତ ହେବାକୁ ଯାଉଥିବା ସର୍ବଭାରତୀୟ ସାଧାରଣ ହରତାଳକୁ ସଫଳ କରିବାକୁ ବିପ୍ଳବୀ ଶ୍ରମିକ ସଂଗଠନ ଆଇଏଫଟିୟୁ (IFTU) ଆହ୍ବାନ ରେ । ଏହି ଧର୍ମଘଟରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ସହ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ୟୁନିଅନମାନେ ହରତାଳକୁ ସଫଳ କରିବାକୁ ରାଜରାସ୍ତାକୁ ଓଲ୍ହାଇଥିଲେ I ଏମକେସିଜି ମେଡିକାଲ କଲେଜ ମୁଖ୍ୟ ଫାଟକ ସାମ୍ନା ରେ ମେଡିକାଲ କଲେଜ ରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ମାନଙ୍କ ଦ୍ୱାରା ଏକ ପ୍ରତିବାଦ କାର୍ଯ୍ୟକ୍ରମ ସହିତ ସହିତ ଏକ ରାଲି ବାହାରି ପୁରୁଣା ବସଷ୍ଟାଣ୍ଡ ରେ ପହଂଚିଥିଲା I ସେଠାରୁ କର୍ମଚାରୀ ମାନଙ୍କ ମିଳିତ ରାଲି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ପେକେଟିଙ୍ଗ ସହିତ ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ସହ ଅନେକ ଘରୋଇ ପ୍ରତିଷ୍ଠାନ ଗୁଡିକୁ ଯାଇ ପେକେଟିଙ୍ଗ ସହ କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଦ୍ଧି ନୀତି ବିରୁଦ୍ଧରେ ନାରାବାଜି ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ପରିଛା, ସୁରକ୍ଷା କର୍ମଚାରୀ ନେତା ବିଚିତ୍ର ସାହୁ, ସ୍ୱାସ୍ଥ୍ୟ କର୍ମଚାରୀ ନେତା ସୂର୍ଯ୍ୟ ନାରାୟଣ ବେହେରା,ସଫେଇ କର୍ମଚାରୀ ନେତ୍ରୀ ନମିତା ନାୟକ, ଆଶୁତୋଷ ଘଡ଼ାଇ, ବିକ୍ରମ ବିଷୋୟୀ, ସ୍କିମ ୱାର୍କର ନେତ୍ରୀ ମିତା ପାଢ଼ୀ,ମାମାଲି ଦାସ, ପୌର କର୍ମଚାରୀ ରାହୁଲ ନାୟକ, ଏନ. ଭେଙ୍କଟ ଶ୍ୱର ପ୍ରମୁଖ ନେତୃତ୍ୱ ନେଇଥିଲେ I ଶ୍ରମିକ ସଂଗଠନ ର ଦାବୀ ଗୁଡିକ ମଧ୍ୟରେ ଜନବିରୋଧୀ ଶ୍ରମ ସଂହିତାକୁ ରଦ୍ଦ କରିବା, ଠିକା-ଆଉଟସୋର୍ସିଂ-ସ୍କିମ ୱାର୍କର ଶ୍ରମିକଙ୍କୁ ସ୍ଥାୟୀ ଓ ନିୟମିତ କରିବା, ବଜାର ଦର ଅନୁସାରେ ସର୍ବନିମ୍ନ ମଜୁରୀ ଲାଗୁ କରିବା, ନୂତନ ପେନସନ୍ ଯୋଜନା ବାତିଲ କରିବା, ସାର୍ବଜନୀନ କ୍ଷେତ୍ରର ଶିଳ୍ପ ଓ କଳ କାରଖାନାର ଘରୋଇକରଣ ବନ୍ଦ କରିବା ଆଦି ରହିଛି I

କେନ୍ଦ୍ର ସରକାର ଙ୍କ ଦ୍ୱାରା କର୍ପୋରେଟ୍ ଶକ୍ତିମାନଙ୍କର ପ୍ରତିନିଧି ଥିବା ବିଜେପି-ମୋଦୀ ସରକାର ୨୯ ପ୍ରକାରର ଶ୍ରମ ଆଇନକୁ ବଦଳାଇ 4ଟି ଶ୍ରମ ସଂହିତା (Labour Codes) ରୂପେ ପରିବର୍ତ୍ତନ କରିଦେଇଛି । ସେମାନେ ଏହି ଶ୍ରମ ସଂହିତାକୁ ଜୋର ଜବରଦସ୍ତ ଆଣିବା ପାଇଁ ଲାଗି ପଡିଛନ୍ତି । ସେମାନେ ଏହି ଶ୍ରମ ସଂହିତାକୁ ଶ୍ରମିକ ୟୁନିଅନମାନଙ୍କ ବିରୋଧ ସତ୍ତ୍ଵେ ଜୋର ଜବରଦସ୍ତ ଲାଗୁ କରିବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ଦେଶରେ ଶ୍ରମ ସଂହିତା ସମ୍ପୂର୍ଣ୍ଣ ଭାବେ ଲାଗୁଚି ହୋଇ ଆସିଯିବ, ତେବେ ଶ୍ରମିକ ବର୍ଗ ପାଇଁ ସଙ୍ଘ ଗଠନ କରିବା, ଧାରଣା ଓ ଆନ୍ଦୋଳନ କରିବା ଅତ୍ୟନ୍ତ କଠିନ ହେଇପଡ଼ିବ । ଶ୍ରମିକଙ୍କ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିବା ବିଭିନ୍ନ କାର୍ଯ୍ୟକ୍ରମ କେବଳ ମାଲିକଙ୍କ ଦୟା ଉପରେ ହିଁ ନିର୍ଭର କରିବ । ଏଥିସହିତ 8 ଘଣ୍ଟିଆ କାର୍ଯ୍ୟଦିବସ ପାଇଁ ରହିଥିବା ଆଇନ ଅକାମୀ ହୋଇଯିବ ଓ ତା ବଦଳରେ ୧୨ ଘଣ୍ଟିଆ କାର୍ଯ୍ୟଦିବସ ବୈଧ ହୋଇଯିବ । ଯଦିଓ ଶ୍ରମିକ ସଂଗଠନମାନଙ୍କ ବିରୋଝ ଲାଗି କେନ୍ଦ୍ର ସରକାର ଶ୍ରମକୋଡକୁ ପ୍ରଣୟଞ କରିଥିଲେ ମଧ୍ୟ ଏଯାଏଁ ଲାଗୁ କରିବାକୁ ସାହସ କରି ପାରିନାହାଁନ୍ତି କିନ୍ତୁ ବିଭିନ୍ନ ରାଜ୍ୟରେ ବିଜେପି ଓ ଏନଡିଏ ଭୁକ୍ତ ଦଳମାନଙ୍କ ରହିଥିବା ସରକାରମାନେ ତାକୁ ଧିରେ ଧିରେ ଲାଗୁ କରି ଚାଲିଛନ୍ତି । ବର୍ତ୍ତମାନ ଅବସ୍ଥାରେ ପ୍ରଚଳିତ ଥିବା ଶ୍ରମ ଆଇନଗୁଡ଼ିକ ଠିକ୍ ଭାବେ ଲାଗୁ ହେଉନଥିଲେ ବି ସେସବୁ ଦେଶର ଶ୍ରମିକ ଶ୍ରେଣୀକୁ ଅନେକ ଗୁଡ଼ିଏ ଶ୍ରମ ଅଧିକାର ପ୍ରଦାନ କରିଥିଲା । ପ୍ରସ୍ତାବିତ ଶ୍ରମକୋଡରେ ଶ୍ରମିକ ବର୍ଗଙ୍କ ପାଇଁ ନା ରୋଜଗାର ସୁରକ୍ଷା ଅଛି, ନା ସାମାଜିକ ସୁରକ୍ଷା । ଦେଶର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୯୦% ଶ୍ରମିକଙ୍କ ପାଖରେ PF, ESI, ପେନସନ ଭଳି କୌଣସି ଆଇନସମ୍ମତ ଅଧିକାର ନାହିଁ । ଆଶା, ଆଙ୍ଗନବାଡ଼ି, ସ୍ୱଚ୍ଛସାଥି, ସୁପରଭାଇଜର, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କ ଭଳି ଅନେକ ସ୍କିମ ୱାର୍କରମାନଙ୍କୁ ବର୍ଷ ବର୍ଷ ଧରି କାମ କରୁଥିଲେ ମଧ୍ୟ ସରକାର କର୍ମଚାରୀର ମାନ୍ୟତା କି ମୌଳିକ ସୁବିଧା ଯୋଗାଇଦେବାରେ ବିଫଳ ହୋଇଛନ୍ତି । ଏପରିକି ସେମାନଙ୍କୁ କୌଣସି ସର୍ବନିମ୍ନ ଦରମା କିମ୍ଭା ସାମାଜିକ ସୁରକ୍ଷା ମଧ୍ୟ ଉପଲବ୍ଧ ନାହିଁ ।ଏହା ବ୍ୟତୀତ ମୋଦି ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ଦେଶରେ ଆବଶ୍ୟକ ଜିନିଷପତ୍ର ଦାମ ନିରନ୍ତର ବଢ଼ି ଲୋକଙ୍କ ଆର୍ଥିକ ସ୍ଥିତିକୁ ଖରାପ କରୁଛି । ଦେଶରେ ଯୁବକ ଯୁବତୀମାନଙ୍କୁ ରୋଜଗାର ଦେବାରେ ମୋଦି ସରକାର ଏକଦମ୍ ବିଫଳ ହୋଇଛନ୍ତି I*ଇଣ୍ଡିଆନ ଫେଡେରସନ ଅଫ ଟ୍ରେଡ଼ ୟୁନିଅନ (ଇଫଟୁ)* ଓଡିଶା ରାଜ୍ୟ କମିଟି ତରଫରୁ *ପ୍ରତାପ ପ୍ରଧାନ* (ରାଜ୍ୟ ସଭାପତି)9337022601

Leave a Reply

Your email address will not be published. Required fields are marked *