ରାକେଶ ପଣ୍ଡାଙ୍କୁ ‘ଆଦିତ୍ଯ ସେବା ସମ୍ମାନ-୨୦୨୫’
ଭୁବନେଶ୍ଵର ତା୧୧.୦୮.୨୦୨୫ରିଖ ଭୁବନେଶ୍ଵର, ତା ୧୦.୦୮.୨୦୨୫ରିଖ : ଲେଖନୀ ମାଧ୍ୟମରେ ସମାଜରେ ନିଜର ଶ୍ରେଷ୍ଠ ଅବଦାନ ପ୍ରଦାନ ନିମନ୍ତେ ଯୁବ ସାହିତ୍ୟିକ ତଥା ସ୍ତମ୍ଭକାର ରାକେଶ ପଣ୍ଡାଙ୍କୁ ଲେଖକ ବର୍ଗରେ ‘ଆଦିତ୍ଯ ସେବା ସମ୍ମାନ – ୨୦୨୫’ ରେ ସମ୍ମାନିତ କରାଯାଇଛି । ରବିବାର ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ‘ଓଡିଆ କବି ସମ୍ମିଳନୀ-୨୦୨୫’ ଅବସରରେ ଭୁବନେଶ୍ବର ବିଧାୟକ, ଶ୍ରୀ ବାବୁ ସିଂ ମୁଖ୍ୟ ଅତିଥି ଭାବରେ

ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଭାଜପା ନେତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ମୁଖ୍ୟ ବକ୍ତା କବି ନିହାର ରଞ୍ଜନ ଦାଶ ପ୍ରୋଜେକ୍ଟ ପଏଣ୍ଟ ର ଅଧକ୍ଷ ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l
