ପ୍ରେସ ୟୁନିଅନର ବାର୍ଷିକ ଉତ୍ସବ

ଚିଲିକା, (02/07)ଓଡିଶା ପତ୍ରକାର ସଂଘ ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା ପ୍ରେସ ୟୁନିଅନର ବାର୍ଷିକ ଉତ୍ସବ- ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର କିମ୍ଭୀରପଡା ସ୍ଥିତ ବରିଷ୍ଠ ନାଗରିକ ଆବାସ ପରିସରରେ ବିଶିଷ୍ଟ ସମାଜ ସେବୀ ସୁକାନ୍ତ ବିଶ୍ୱାଳଙ୍କ ତତ୍ୱାବଧାନରେ ସଭାପତି ଅଶୋକ କୁମାର ପାଇକରାୟଙ୍କ ନେତୃତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାହିତ୍ୟ ସିନ୍ଦୁରାର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା ଯୋଗ ଦେଇଥିବା ବେଳେ ଓଡିଶା ପତ୍ରକାର ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ସଂମ୍ମାନିତ ଅତିଥି ଭାବରେ ଓଡ଼ିଶା ପତ୍ରକାର ସଂଘର ଉପସଭାପତି ହରପ୍ରସାଦ ଦାସ, କୋଷାଧକ୍ଷ କିଶୋର ରଥ, ଏକଜୁକୁଟିଭ
ମେମ୍ବର ସସ୍ମିତା ମଲିକ, ଖୋର୍ଦ୍ଧା ଜିଲ୍ଲା ସଭାପତି ମଧବଚନ୍ଦ୍ର ରାଉତରାୟ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଚେୟାରମ୍ୟାନ ମହେଶ୍ୱର ପଲେ ଇ,ବରିଷ୍ଠ ସମାଜସେବୀ ରମେଶ ଚନ୍ଦ୍ର ସାମନ୍ତରାୟ, ଦାମୋଦର ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ । ଚିଲିକା ପ୍ରେସ ୟୁନିଅନର ସଭାପତି ଅଶୋକ କୁମାର ପାଇକରାୟ ସଭାରେ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ଅତିଥି ମାନଙ୍କୁ ସର୍ବପ୍ରଥମେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନିତ କରାଯାଇଥିଲା । ଏହା ପରେ ଅତିଥି ମାନେ ସାମ୍ୱାଦିକ ମାନଙ୍କ ସୁବିଧା ଓ ସେମାନଙ୍କ ପ୍ରତି ଆକ୍ରୋଶ ମୂଳକ ଭାବେ ଆକ୍ରମଣ ଓ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଖାସକରି ଗ୍ରାମାଞ୍ଚଳ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଅସୁବିଧା ବିଷୟରେ ଚର୍ଚ୍ଚା ହୋଇଥିଲା । ସେମାନଙ୍କୁ କିଭଳି ଭାବରେ ସରକାର ସାହାଯ୍ୟ ସହଯୋଗ ବଦଳରେ ଟାଳ ଟୁଳ ନୀତି ଅବଲମ୍ବନ କରିଛନ୍ତି ତାହା ସମସ୍ତେ ଜାଣନ୍ତି । ସମାଜରେ ସାମ୍ବାଦିକ ମାନଙ୍କ ପ୍ରତି ଅବହେଳା ବାରମ୍ବାର ହୋଇଆସିଥିବା ନଜରକୁ ଆସିଥିଲା ବେଳେ ଏଥିରେ ସୁଧାର ଆଣିବା ଓ ଜନସାଧାରଣରେ ସଚେତନତା ଆଣିବା ପାଇଁ ପ୍ରତି ବର୍ଷ ପରି ଚଳିତ ବର୍ଷ ଚିଲିକା ପ୍ରେସ ୟୁନିଅନ ଓ ଖୋର୍ଦ୍ଧା ଜିଲ୍ଲା ପତ୍ରକାର ସଂଘ ବାର୍ଷିକ ଉତ୍ସବ ପାଳନ କରିଆସୁଛି l ଉକ୍�

Leave a Reply

Your email address will not be published. Required fields are marked *