ସଚେତନତା ହିଁ ଅପରାଧୀକୁ ଦମନ କରି ପାରିବ

ଜଟଣୀ ତା ୪-୧୨-୨୪ ଜଟଣୀ ପୌର ପରିଷଦ ଅନ୍ତର୍ଗତ ଜଟଣୀ ମହାବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ସାଇବର ଠକେଇ ଓ ଏହାର ନିରାକରଣ ଉପରେ ଏକ ପାଠ ଚକ୍ର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠ ଚକ୍ରରେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଗରିକା ନାଥ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ ୨୪ପ୍ରକାରର ସାଇବର ଅପରାଧୀ ଜାଲ ବିଛାଇ ଜନ ସାଧାରଣଙ୍କୁ ବିଭିନ୍ନ ଉପାୟରେ କିପରିଠକୁଛନ୍ତି ତାର ଆଲୋଚନା କରିବା ସହ ଡିଜିଟାଲ ଗିରଫ ବିଷୟରେଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି ସାଇବର ଅପରାଧୀଙ୍କ କବଳରୁ ମୁକ୍ତି ପାଇବା ପାଇଁ ଆମେ ସଚେତନ ହେବା ଜରୁରୀ ବୋଲି ସେ ମତ ବ୍ୟକ୍ତ କରିଥିଲେ ।ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ରାଜୀବ କୁମାର କର ପୌରହିତ୍ୟ କରିଥିବା ବେଳେ ଡ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପିକା ପରିମିତା ପ୍ରହରାଜ ଓ ଅନ୍ୟତମ ପରାମର୍ଶ ଦାତା ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ ଉତ୍ସବରେ ମଞ୍ଚାସୀନ ଥିଲେ । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଯୁବ ରେଡକ୍ରସ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ଓଡ଼ିଆବିଭାଗ ମୁଖ୍ୟ ଡ ତପନ କୁମାର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅନିଲ କୁମାର ନନ୍ଦ, ଡ ଅନୁପ ମହାନ୍ତି , ଅମିତ ବିକ୍ରମ ପଟ୍ଟନାୟକ, ଅଜିତ କୁମାର ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *