ଲିଙ୍ଗଭିତ୍ତିକ ହିଂସା ନିବାରଣ
ଲିଙ୍ଗଭିତ୍ତିକ ହିଂସା ନିବାରଣ ର ୧୬ ଦିନିଆ ସକ୍ରିୟତା ଏବଂ ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଯାପନୀଆଦ୍ୟ ତା 10/12/2025 ରିଖ ରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଲିଙ୍ଗଭିତ୍ତିକ ହିଂସା ନିବାରଣ ର ୧୬ ଦିନିଆ ସକ୍ରିୟତା ଏବଂ ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଯାପନୀ ଦିବସ ପାଳନ କରାଗଲା। ଚଳିତ ବର୍ଷର ଥିମ *ମହିଳା ଏବଂ ବାଳିକାଙ୍କ ପ୍ରତି ଡିଜିଟାଲ୍ ହିଂସାକୁ ସମାପ୍ତ କରିବାକୁ ଏକଜୁଟ ହେବା* କୁ ନେଇ ନଭେମ୍ବର ୨୫ ଡାବୁଗାଁ ମିଶନ ଶକ୍ତି ଗୃହ ରେ ଜିଲ୍ଲାପାଳ ଙ୍କ ଦ୍ୱାରା ଉଦଘାଟନ ହୋଇଥିବା ସହ ଆଜି ଉଦଯାପନୀ କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗଙ୍କ ନେତୃତ୍ୱ ରେ ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର୍ ଦ୍ୱାରା ପାଳନ କରାଗଲା। ୧୬ ଦିନରେ ପ୍ରତ୍ୟେକ ଦିନରେ ଭିନ୍ନ ପ୍ରକାର ଥିମ ଅନୁସାରେ ସଂଯୁକ୍ତ ବିଭାଗ ସହ ମିଶି ମହିଳା ଏବଂ ବାଳିକା ମାନଙ୍କ ହିଂସା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ଗ୍ରାମ ସ୍ତରୀୟ, ପଂଚାୟତ ସ୍ତରରେ, ବ୍ଲକ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଅନୁଷ୍ଠାନିକ ଭାବରେ କରାଯାଇଅଛି। ଆଜି ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଅବସରରେ ସମାଜରେ ନାରୀ ହିଂସା ବିରୁଦ୍ଧରେ କାର୍ଯ୍ୟ ଏବଂ ସାହାଯ୍ୟ କରୁଥିବା ସଂଯୁକ୍ତ ବିଭାଗର ଅଧିକାରୀ ତଥା ଅଧିକାରିଣୀ ମାନଙ୍କୁ ଜିଲ୍ଲା ସ୍ତରରେ ସମ୍ମାନିତ କରାଯାଇଅଛି। ଏହି ଅବସରରେ , ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ସ୍ୱାଗତ ସମ୍ଭାଷଣ ଦେଇ ଉପସ୍ଥିତ ରହିଥିବା ସମସ୍ତଙ୍କୁ ମହିଳା ଏବଂ ବାଳିକା ହିଂସା କୁ ରୋକିବା କ୍ଷେତ୍ରରେ ୱାନ ଷ୍ଟପ ସେଣ୍ଟର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ୱାନ ଷ୍ଟପ ସେଣ୍ଟର କେନ୍ଦ୍ର ପ୍ରଶାସକ ରଞ୍ଜିତା ସାହୁ 16 ଦିନର କାର୍ଯ୍ୟକ୍ରମ କୁ ବର୍ଣ୍ଣନା କରିଥିଲେ। ଏହି ଅବସରରେ ସଖୀ କେନ୍ଦ୍ର ତରଫରୁ ମେଡିକାଲ ବିଭାଗ, ପୋଲିସ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶିଶୁ ମଙ୍ଗଳ କମିଟି ଅଧିକାରୀ, ଜିଲ୍ଲା ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଜଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାଂସ୍କୃତିକ ଅଧିକାରୀ, ସବଡ଼ିଭିଜନ ସୁରକ୍ଷା

ଅଧିକାରୀ, ସିଡିପିଓ ନନ୍ଦାହାଣ୍ଡି ଏବଂ ପାପଡାହାଣ୍ଡି, କାଉନସେଲର ୱାର୍ଡ 4, ପ୍ରିନସିପାଲ ନବରଙ୍ଗପୁର ପବ୍ଲିକ ସ୍କୁଲ, ଜିଲ୍ଲା ସଂଯୋଜିକା, ଡ଼ି ଏଚ ଇ ଡବ୍ଲୁ, ଜିଲ୍ଲା ସଂଯୋଜିକା ଶୋଭା ଜିଲ୍ଲା ସଂଯୋଜିକା ଚାଇଲଡ ହେଲ୍ପ ଲାଇନ, ସମାଜ ସେବି ମନୋରମା ମାଝୀ, ପ୍ରଭାତୀ ବିଷୋୟୀ ମହିଳା ସାମ୍ବାଦିକ, ଆଭା ସଂଯୋଜକ, ପିରାମୋଲ ଫାଉଣ୍ଡେସନ ପ୍ରୋଗ୍ରାମ ମ୍ୟାନେଜେର, ଶକ୍ତି ସଦନ ପରିଚାଳିକା ନବରଙ୍ଗପୁର ଏବଂ ଡାବୁଗାଁ ସମସ୍ତଙ୍କୁ ସମ୍ମାନିତ କରିବା ପରେ ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ୱାନ ଷ୍ଟପ ସେଣ୍ଟର ଷ୍ଟାଫ ଙ୍କୁ ସମ୍ମାନିତ କରାଗଲା ଶେଷରେ ଶ୍ରୀମତୀ ରମା ପଟ୍ଟନାୟକ ସୁରକ୍ଷା ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କିଶୋରୀ ପଟନାୟକ ଆଇନ ପରାମର୍ଶ ଦାତ୍ରୀ, ସ୍ମରଣିକା ପଟନାୟକ ପରାମର୍ଶ ଦାତ୍ରୀ, ଜସ୍ମିନ ସିଂ ଏବଂ ପିନି ଖୋସଲା କେସ ୱାର୍କର, ମୋଲଟି ପର୍ପୋଜ ୱାର୍କର, ଟୁନି କନ୍ଧପଣ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
