ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ।
ବାଲିଗୁଡ଼ା, କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀକାଳୀନ ବୈଠକ ସହ ଏକନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଥମ ବର୍ଷର ବାର୍ଷିକ ବିବରଣୀ ପଠନସହ ଆୟବ୍ୟୟର ସମୀକ୍ଷା କରାଯାଇ ଉପସ୍ଥାପନ କରାଯାଇଥିଲା ।ସଂଘର କାର୍ଯ୍ୟକର୍ତ୍ତା ଙ୍କ ନିଷ୍ପତି ପ୍ରକାରେ ସଂଘକୁ ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ସାବତ ପ୍ରଧାନ, ଉପସଭାପତି ଭାବେ ରଶ୍ମିତା ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଭାବେ ଜୟ ପ୍ରକାଶ ପ୍ରଧାନ, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ବେହେରା, ସହ ସମ୍ପାଦକ ଭାବେ କଳା ଶ୍ରୀମୁଖ ପୂଜାରୀ, ସାଙ୍ଗଠନିକ ସମ୍ପାଦକ ଭାବେ ରବୀନ୍ଦ୍ର ପାଣିଗ୍ରାହୀ, ଏବଂ ଉପଦେଷ୍ଟା ମଣ୍ଡଳୀ ସୁରେଶ ଚନ୍ଦ୍ର ଦାସ, ପଦ୍ମ ଚରଣ ତ୍ରିପାଠୀ, ସନାତନ ପରିଛା, ରାଜୁ ଦିଗାଲ ସମେତ ପ୍ରତ୍ୟେକ କ୍ଲୋଷ୍ଟର ଆଞ୍ଚଳିକ ସାଧନ କର୍ମୀ ମାନଙ୍କୁ ନିଜ ନିଜର କ୍ଲୋଷ୍ଟର ସାଙ୍ଗଠନିକ ଦାୟିତ୍ଵ ପ୍ରଦାନ କରାଯାଇଅଛି । ଶେଷରେ ଯୁଗ୍ମ ସଂଯାଯୋକ ଉତ୍କଳ କେଶରୀ ବିଭାରର ଧନ୍ୟବାଦ୍ ଅର୍ପଣ କରିଥିଲେ ।
