ଉତ୍ତରପ୍ରଦେଶ ଦିବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍ତରପ୍ରଦେଶ ଦିବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆଦିଲ୍ଲୀ, 24 ଜାନୁଆରୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏକ ପତ୍ର ଲେଖି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହିତ ରାଜ୍ୟର ପ୍ରଗତି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଇନ ଶୃଙ୍ଖଳାରେ ସୁଧାର, ଗରିବ ଓ ବଞ୍ଚିତଙ୍କ କଲ୍ୟାଣ, ଆଧୁନିକ ଭିତ୍ତିଭୂମି ବିକାଶ, ଆର୍ଥିକ ପ୍ରଗତି ଭଳି ବିଭିନ୍ନ କ୍ଷେତ୍ରରେ ଉତ୍ତରପ୍ରଦେଶର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଲେଖିଛନ୍ତି, କାଶୀର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ରାଜ୍ୟବାସୀଙ୍କ ସ୍ନେହ ଏବଂ ଆତ୍ମୀୟତା ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି। ଉତ୍ତର ପ୍ରଦେଶ ଆଜି ବିକାଶ ଏବଂ ଐତିହ୍ୟର ପ୍ରକୃଷ୍ଟ ଉଦାହରଣ ପାଲଟିଛି । ଆତ୍ମନିର୍ଭର ଭାରତ ନିର୍ମାଣରେ ଉତ୍ତରପ୍ରଦେଶର ଯୋଗଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି। ରାଜ୍ୟବାସୀଙ୍କ ସାମର୍ଥ୍ୟ, ସମର୍ପଣ ଏବଂ ସଂକଳ୍ପ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାକୁ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ପତ୍ର ଉଲ୍ଲେଖ କରିଛନ୍ତି ।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଆତ୍ମୀୟ ଏବଂ ପ୍ରେରଣାଦାୟୀ ଶୁଭକାମନା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *