ଇଥିଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ କରାଗଲା
ଇଥିଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ କରାଗଲା୧୬ ଡିସେମ୍ବର ୨୦୨୫: ପିଆଇବି ଦିଲ୍ଲୀଇଥିଓପିଆ ପ୍ରଥମ ଦ୍ୱିପାକ୍ଷିକ ଗସ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଡିସ ଆବାବାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଇଥିଓପିଆର ପ୍ରଧାନମନ୍ତ୍ରୀ ଡ଼ା. ଆବି ଅହମ୍ମଦ ଅଲି ସ୍ୱାଗତ କରିଥିଲେ।ଭାରତ ଓ ଇଥିଓପିଆ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି, ଯାହାକି ଜନସାଧାରଣଙ୍କ ମଧ୍ୟରେ ଥିବା ଗଭୀର ସମ୍ବନ୍ଧ ଆଧାରିତ । ଇଥିଓପିଆନ ନେତୃତ୍ୱଙ୍କ ଏହି ସ୍ୱତନ୍ତ୍ର ସ୍ୱାଗତ ବିକାଶଶୀଳ ଦେଶ ଅଂଶୀଦାର ଭାବରେ ଉଭୟ ଦେଶ ପରସ୍ପରକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଫଳିତ କରେ।
