ପରୀକ୍ଷା ପେ ଚର୍ଚ୍ଚା 2026ରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପରୀକ୍ଷା ପେ ଚର୍ଚ୍ଚା 2026ରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ l ସମସ୍ତଙ୍କ ପରାମର୍ଶ ଶୁଣନ୍ତୁ, କିନ୍ତୁ ନିଜ ଇଚ୍ଛା ଅନୁଯାୟୀ ନିଜର ଢାଞ୍ଚା ବଦଳାନ୍ତୁ: ପ୍ରଧାନମନ୍ତ୍ରୀଜିଜ୍ଞାସା ସୃଷ୍ଟି କରିବା ଏବଂ ବୁଝାମଣା ଉନ୍ନତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ସୂଚନା ଦେବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀଲକ୍ଷ୍ୟ ପହଞ୍ଚ ମଧ୍ୟରେ ରହିବା ଉଚିତ୍‌ କିନ୍ତୁ ସହଜରେ ହାସଲ କରିବା ଯୋଗ୍ୟ ହେବା ଆବଶ୍ୟକ ନୁହେଁ: ପ୍ରଧାନମନ୍ତ୍ରୀମନକୁ ପ୍ରସ୍ତୁତ କରନ୍ତୁ, ତା’ପରେ ମନ ସହ ଯୋଡ଼ି ହୁଅନ୍ତୁ ଏବଂ ଶେଷରେ ପାଠପଢ଼ା ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହାଦ୍ୱାରା ଆପଣଙ୍କୁ ସଫଳତା ମିଳିବ: ପ୍ରଧାନମନ୍ତ୍ରୀପୁସ୍ତକ ଶିକ୍ଷା ଦେଇଥାଏ, କିନ୍ତୁ କେବଳ ଅଭ୍ୟାସ ହିଁ ଆପଣଙ୍କୁ ବୃତ୍ତିଗତ ଭାବେ ଦକ୍ଷ କରିଥାଏ: ପ୍ରଧାନମନ୍ତ୍ରୀଅତୀତକୁ ନେଇ ସମୟ ନଷ୍ଟ କରନ୍ତୁ ନାହିଁ, ଆଗକୁ କ’ଣ ଅଛି ସେ ବିଷୟରେ ଭାବନ୍ତୁ: ପ୍ରଧାନମନ୍ତ୍ରୀଶିକ୍ଷା କେବଳ ପରୀକ୍ଷା ପାଇଁ ନୁହେଁ ବରଂ ଜୀବନ ପାଇଁ, ନିଜକୁ ପରୀକ୍ଷା କରିବା ଲାଗି ପରୀକ୍ଷାଗୁଡ଼ିକ ଉଦ୍ଦିଷ୍ଟ: ପ୍ରଧାନମନ୍ତ୍ରୀକିଛି ହେବାକୁ ନୁହେଁ, ବରଂ କିଛି କରିବାକୁ ଆକାଂକ୍ଷା ପୋଷଣ କରନ୍ତୁ: ପ୍ରଧାନମନ୍ତ୍ରୀବର୍ତ୍ତମାନ ହେଉଛି ଭଗବାନଙ୍କର ସବୁଠୁ ବଡ଼ ଉପହାର – ଏଇଠି ବର୍ତ୍ତମାନକୁ ନେଇ ବଞ୍ଚିବା ଉଚିତ୍‌: ପ୍ରଧାନମନ୍ତ୍ରୀବର୍ତ୍ତମାନରେ ଆପଣମାନେ ଯେତିକି ସମ୍ପୃକ୍ତ ହେବେ, ସେତେ ଦିନ ପର୍ଯ୍ୟନ୍ତ ଆପଣମାନେ ଏହାକୁ ମନେ ରଖିପାରିବେ: ପ୍ରଧାନମନ୍ତ୍ରୀସହଭାଗୀ ଅଧ୍ୟୟନ ପ୍ରତ୍ୟେକଙ୍କୁ ସୁଧାର କରିବାରେ ସହାୟତା କରିଥାଏ: ପ୍ରଧାନମନ୍ତ୍ରୀସଂଶୋଧନ କରନ୍ତୁ ଏବଂ ଜ୍ଞାନୀ ହୁଅନ୍ତୁ: ପ୍ରଧାନମନ୍ତ୍ରୀବିଦ୍ୟାଳୟରେ ହିଁ ନିଜର ମୂଳଦୁଆକୁ ସୁଦୃଢ଼ କରନ୍ତୁ, ସମୟ ଆସିଲେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ: ପ୍ରଧାନମନ୍ତ୍ରୀପିଲାମାନଙ୍କୁ ସେମାନଙ୍କ କ୍ଷମତା, ସାମର୍ଥ୍ୟ ଏବଂ ଆଗ୍ରହ ଅନୁଯାୟୀ ପ୍ରସ୍ଫୁଟିତ ହେବାକୁ ଦେବାକୁ ପିତାମାତାଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀଆପଣଙ୍କର ରୁଚିକୁ ବ୍ୟବହାରିକ ଉତ୍ପାଦରେ ପରିଣତ କରନ୍ତୁ ଏବଂ ମାଗଣାରେ ବାଣ୍ଟନ୍ତୁ, ମତାମତ ନୂତନ ଚିନ୍ତାଧାରା ଏବଂ ସଫଳତାକୁ ଇନ୍ଧନ ଯୋଗାଇଥାଏ : ପ୍ରଧାନମନ୍ତ୍ରୀନିଜକୁ ଆବିଷ୍କାର କରନ୍ତୁ, ଜୀବନ ଯାହା ପ୍ରଦାନ କରେ ତାହା ଅନୁଭବ କରନ୍ତୁ: ପ୍ରଧାନମନ୍ତ୍ରୀପରୀକ୍ଷାଗୁଡ଼ିକ ଉତ୍ସବ ଭଳି, ସେଗୁଡ଼ିକୁ ପାଳନ କରନ୍ତୁ: ପ୍ରଧାନମନ୍ତ୍ରୀପ୍ରକୃତ ଆତ୍ମବିଶ୍ୱାସ ଆନ୍ତରିକ ସତ୍ୟରୁ ଆସିଥାଏ, ନିଜର ପ୍ରକୃତ ସ୍ୱରୂପରେ ନିଜକୁ ପରିପ୍ରକାଶ କରନ୍ତୁ: ପ୍ରଧାନମନ୍ତ୍ରୀଆରାମଦାୟକ କ୍ଷେତ୍ର ଜୀବନକୁ ଗଢ଼ି ତୋଳେ ନାହିଁ – ଆପଣଙ୍କ ଜୀବନଶୈଳୀ ହିଁ ଜୀବନ ଗଠନ କରିଥାଏ : ପ୍ରଧାନମନ୍ତ୍ରୀସ୍ୱପ୍ନ ନ ଦେଖିବା ଏକ ଅପରାଧ – ସବୁବେଳେ ସ୍ୱପ୍ନ ଦେଖନ୍ତୁ: ପ୍ରଧାନମନ୍ତ୍ରୀନିଜେ ହିଁ ନିଜର ଆଧାର ହୁଅନ୍ତୁ, ନିଜର ସାମର୍ଥ୍ୟକୁ ଜାଣନ୍ତୁ: ପ୍ରଧାନମନ୍ତ୍ରୀବଡ଼ ସ୍ୱପ୍ନ ଦେଖନ୍ତୁ, ଭୟ କମ୍ କରନ୍ତୁ – ଜୀବନୀ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀସ୍ୱଚ୍ଛତା ବଜାୟ ରଖିବା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଏବଂ ଆମର କର୍ତ୍ତବ୍ୟ: ପ୍ରଧାନମନ୍ତ୍ରୀପ୍ରଯୁକ୍ତିବିଦ୍ୟା ଏକ ମହାନ ଶିକ୍ଷକ, ଏହାକୁ ଗ୍ରହଣ କରନ୍ତୁ, ଏଆଇ ଆମର କ୍ଷମତା ବୃଦ୍ଧି କରେ: ପ୍ରଧାନମନ୍ତ୍ରୀବୁଦ୍ଧିମାନ ଭାବରେ ଏଆଇର ବ୍ୟବହାର କରନ୍ତୁ, ଆପଣଙ୍କ ଜ୍ଞାନ ବୃଦ୍ଧି କରନ୍ତୁ: ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ, 6 ଫେବୃଆରୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି)ର ନବମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକଜାମ୍‌ ୱାରିୟର୍ସମାନଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିଥିଲେ।ଆପଣଙ୍କ ଶୈଳୀ, ଆପଣଙ୍କ ଗତିଗୁଜରାଟର ଜଣେ ଛାତ୍ର ପଚାରିଥିଲେ, ଯେତେବେଳେ ପିତାମାତା ସେମାନଙ୍କ ପାଇଁ ଚିନ୍ତିତ ହୁଅନ୍ତି ଏବଂ ଶିକ୍ଷକମାନେ ସେମାନଙ୍କୁ ସମର୍ଥନ କରନ୍ତି, ସେତେବେଳେ ସମସ୍ୟା ଉପୁଜେ। ଯେତେବେଳେ ଶିକ୍ଷକମାନେ ଗୋଟିଏ ଅଧ୍ୟୟନ ଢାଞ୍ଚା ବିଷୟରେ ପରାମର୍ଶ ଦିଅନ୍ତି, ପିତାମାତା ଆଉ ଗୋଟିଏକୁ ନେଇ ଜିଦ୍ କରନ୍ତି ଏବଂ ଛାତ୍ରଛାତ୍ରୀମାନେ ଏକ ଭିନ୍ନ ଧାରା ଅନୁସରଣ କରନ୍ତି, ଏହା ସେମାନଙ୍କୁ କେଉଁ ଢାଞ୍ଚା ସଠିକ୍ ତାହା ଦ୍ୱନ୍ଦ୍ୱରେ ପକାଇଥାଏ। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ସାରା ଜୀବନ ଜାରି ରହିଥାଏ। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ତାଙ୍କୁ ଭିନ୍ନ ଭିନ୍ନ ଲୋକ ଭିନ୍ନ ପରାମର୍ଶ ଦିଅନ୍ତି। ଯେପରି ଘରେ ଭାଇଭଉଣୀମାନଙ୍କର ଖାଦ୍ୟ ଖାଇବାର ଢାଞ୍ଚା ଭିନ୍ନ ଥାଏ, କେହି ପନିପରିବା ସହିତ ଖାଇବା ଆରମ୍ଭ କରନ୍ତି, ଆଉ କେହି ଡାଲି ସହିତ, ପୁଣି ଆଉ କେହି ସବୁକିଛି ମିଶ୍ରଣ କରି ଖାଆନ୍ତି। ପ୍ରତ୍ୟେକଙ୍କର ନିଜସ୍ୱ ଉପାୟ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ, ନିଜସ୍ୱ ଢାଞ୍ଚା ଅନୁସରଣ କରିବା ଦ୍ୱାରା ଉପଭୋଗ ଆସିଥାଏ। କେହି କେହି ରାତିରେ ପଢ଼ିବାକୁ ପସନ୍ଦ କରନ୍ତି, ଅନ୍ୟମାନେ ସକାଳେ ପଢ଼ିବାକୁ ପସନ୍ଦ କରନ୍ତି, ଏବଂ ପ୍ରତ୍ୟେକଙ୍କର ନିଜସ୍ୱ ଲୟ ଅଛି। ତେବେ ସେ ଅସତ୍ୟ କହିବା ବିରୁଦ୍ଧରେ ସତର୍କ କରାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କିଛି ଛାତ୍ରଛାତ୍ରୀ ସେମାନଙ୍କ ମାତାମାନଙ୍କୁ କୁହନ୍ତି ଯେ ସେମାନେ ସକାଳେ ପଢ଼ିବେ କିନ୍ତୁ ତା’ପରେ ଏହାକୁ ଏଡାଇ ଯାଆନ୍ତି। ଛାତ୍ରଛାତ୍ରୀ କେବଳ କାହା କହିବାରେ ନୁହେଁ, ବରଂ ବ୍ୟକ୍ତିଗତ ଅଭିଜ୍ଞତା ମାଧ୍ୟମରେ ସେମାନଙ୍କର ନିଜସ୍ୱ ଢାଞ୍ଚାରେ ବିଶ୍ୱାସ କରିବା ଉଚିତ। ପରାମର୍ଶଗୁଡ଼ିକୁ ଧ୍ୟାନ ଦେଇ ଶୁଣିବା ଉଚିତ ଏବଂ କେବଳ ବ୍ୟକ୍ତିଗତ ଅଭିଜ୍ଞତା ମାଧ୍ୟମରେ ଉନ୍ନତି ଆଣିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ସେ ପରୀକ୍ଷା ପେ ଚର୍ଚ୍ଚା ଆରମ୍ଭ କରିଥିଲେ ସେତେବେଳେ ଗୋଟିଏ ଭିନ୍ନ ଢାଞ୍ଚା ଥିଲା। କିନ୍ତୁ ସମୟ ସହିତ ସେ ଏହାକୁ ଉନ୍ନତ କରିଥିଲେ, ବିଭିନ୍ନ ରାଜ୍ୟରେ ଅଧିବେଶନ ପରିଚାଳନା କରିଥିଲେ, ମୂଳ ଉଦ୍ଦେଶ୍ୟକୁ ବଜାୟ ରଖି ଫର୍ମାଟକୁ ପରିବର୍ତ୍ତନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମତାମତ ବିଷୟରେ ଛାତ୍ରଛାତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ସ୍ୱଭାବ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଥିଲା ଏବଂ ସେ ସେମାନଙ୍କ ସହିତ ସହଜରେ ମିଶିଯାଉଥିଲେ। ସେ ବୁଝାଇଥିଲେ ଯେ ସମସ୍ତେ ଭିନ୍ନ ଭିନ୍ନ ଢାଞ୍ଚା ଶୁଣିବା ଉଚିତ, ପ୍ରତ୍ୟେକଙ୍କଠାରୁ ଭଲ ଗୁଣ ଗ୍ରହଣ କରିବା ଉଚିତ, ନିଜ ଉପରେ ଧ୍ୟାନ ଦେବା ଉଚିତ ଏବଂ ଧୀରେ ଧୀରେ ଏହାକୁ ସୁଦୃଢ଼ କରିବା ଉଚିତ।ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଆଉ ଜଣେ ବିଦ୍ୟାର୍ଥୀ ପଚାରିଥିଲେ, ପ୍ରାୟତଃ ବିଦ୍ୟାର୍ଥୀମାନେ ସ୍କୁଲ କିମ୍ବା ଶିକ୍ଷକଙ୍କ ଗତି ସହିତ ମେଳ ଖାଇପାରନ୍ତି ନାହିଁ ଏବଂ ଯାହା ଛାଡ଼ି ଯାଆନ୍ତି ତା’କୁ ବୁଝିବାକୁ ଚେଷ୍ଟା କରି ସେମାନେ ଅନ୍ୟ ଅଧ୍ୟାୟଗୁଡ଼ିକୁ ଭୁଲି ଯାଆନ୍ତି ଏବଂ ପଛରେ ପଡ଼ିଯାଆନ୍ତି। ଏହାର ଉତ୍ତରରେ ଶ୍ରୀ ମୋଦୀ କହିଥିଲେ, ଶିକ୍ଷକମାନେ ସେମାନଙ୍କର ଗତି ଛାତ୍ରଛାତ୍ରୀଙ୍କଠାରୁ କେବଳ ଗୋଟିଏ ପାଦ ଆଗରେ ରଖିବା ଉଚିତ, ଅତ୍ୟଧିକ ନୁହେଁ । ଲକ୍ଷ୍ୟ ପହଞ୍ଚ ଭିତରେ ରହିବା ଉଚିତ କିନ୍ତୁ ସହଜରେ ହାସଲ କରାଯିବା ଭଳି ନୁହେଁ। ଏହି ସମୟରେ ଜଣେ ବିଦ୍ୟାର୍ଥୀ ଏକ୍ଜାମ ୱାରିଅର୍ସ ମନ୍ତ୍ର 26 କୁ ମନେ ପକାଇ କହିଥିଲେ, ‘‘ଲକ୍ଷ୍ୟ ପହଞ୍ଚ ମଧ୍ୟରେ ରହିବା ଉଚିତ୍ କିନ୍ତୁ ସହଜରେ ହାସଲ କରିବା ଯୋଗ୍ୟ ହେବା ଆବଶ୍ୟକ ନୁହେଁ।’’ ପ୍ରଧାନମନ୍ତ୍ରୀ ତାଙ୍କର ସ୍ମୃତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଯଦି ଶିକ୍ଷକମାନେ ପଚାଶ ପାଦ ଆଗକୁ ଯାଆନ୍ତି, ତେବେ ବିଦ୍ୟାର୍ଥୀମାନେ ହାର ମାନିବେ, କିନ୍ତୁ ଯେପରି ଜଣେ ଚାଷୀ କ୍ଷେତ ହଳ କରନ୍ତି, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମନକୁ ହଳ କରିବା ଉଚିତ। ଶ୍ରୀ ମୋଦୀ ପରାମର୍ଶ ଦେଇ କହିଥିଲେ, ଶିକ୍ଷକମାନେ ପ୍ରତି ସପ୍ତାହରେ ପଢ଼ାଯିବାକୁ ଥିବା ଅଧ୍ୟାୟଗୁଡ଼ିକ ବିଷୟରେ ପୂର୍ବରୁ ସୂଚନା ଦେବା ଉଚିତ, ଯାହା ଦ୍ଵାରା ବିଦ୍ୟାର୍ଥୀମାନେ ପାଠ ପୂର୍ବରୁ ପଢ଼ିବା, ପଚାରିବା କିମ୍ବା ଅନଲାଇନରେ ଖୋଜିବା ଆରମ୍ଭ କରିପାରିବେ। ସେ ଗୁରୁତ୍ୱାରୋପ କରି କହିଥିଲେ, ପ୍ରକୃତ ଶିକ୍ଷାଦାନ ହେଲେ କୌତୁହଳ ସୃଷ୍ଟି ହେବ, ବୁଝାମଣା ଗଭୀର ହେବ ଏବଂ ଧ୍ୟାନ ଉନ୍ନତ ହେବ। ଯଦି କୌଣସି ଅଧ୍ୟାୟ ବହୁତ ଆକର୍ଷଣୀୟ ହେବ, ତେବେ ବିଦ୍ୟାର୍ଥୀମାନେ ଅଧିକ ଅନୁସନ୍ଧାନ କରିବାକୁ ଚାହିଁବେ, ସଂଶୋଧନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବେ। ପ୍ରଧାନମନ୍ତ୍ରୀ ଏହା ଏକ ସରଳ ପଦ୍ଧତି ବୋଲି ମତ ଦେଇଥିଲେ, ଏବଂ ପଚାରିଥିଲେ ଯେ ଏହା ପରେ ଶିକ୍ଷକଙ୍କ ଗତି ସମସ୍ୟା ରହିବ କି? ବିଦ୍ୟାର୍ଥୀ ହଁ ବୋଲି ଉତ୍ତର ଦେବା ପରେ, ଶ୍ରୀ ମୋଦୀ ସଂଶୋଧନ କରି କହିଲେ ଯେ ଏହା ହେବ ନାହିଁ, କାରଣ ବିଦ୍ୟାର୍ଥୀମାନେ ଆଉ ପଛରେ ପଡ଼ିଯାଇଥିବା ଅନୁଭବ କରିବେ ନାହିଁ କାରଣ ସେମାନେ ଶିକ୍ଷକଙ୍କଠାରୁ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଶେଷରେ ସେ କହିଥିଲେ, ‘‘ମନକୁ ପ୍ରସ୍ତୁତ କରନ୍ତୁ, ତା’ପରେ ମନ ସହ ଯୋଡ଼ି ହୁଅନ୍ତୁ ଏବଂ ଶେଷରେ ପାଠପଢ଼ା ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହାଦ୍ୱାରା ଆପଣଙ୍କୁ ସଫଳତା ମିଳିବ।’’ ବିଦ୍ୟାର୍ଥୀମାନେ ଏ ସମ୍ପର୍କରେ କହିଥିଲେ, ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ସାମ୍ନାସାମ୍ନି ବସିବା, ପ୍ରଶ୍ନ ପଚାରିବା ଏବଂ ଆଲୋଚନା କରିବା ପାଇଁ ସୁଯୋଗ ମିଳେ ନାହିଁ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶିକ୍ଷକମାନଙ୍କଠାରୁ ଦୁଇ ପାଦ ପଛରେ ରହିବା ପରିବର୍ତ୍ତେ ଦୁଇ ପାଦ ଆଗରେ ରହିବାକୁ ପରାମର୍ଶ ଦେଇଥିଲେ, ଯାହା ଦ୍ୱାରା ସେମାନେ କେବେ ପଛରେ ପଡ଼ିବେ ନାହିଁ।ଏକ ସଙ୍ଗୀତମୟ ମୁହୂର୍ତ୍ତସିକିମର ଜଣେ ଛାତ୍ରୀ କହିଥିଲେ, ସେ ହିନ୍ଦୀ, ନେପାଳୀ ଏବଂ ବଙ୍ଗଳା, ତିନୋଟି ଭାଷାରେ ଗୋଟିଏ ଦେଶାତ୍ମବୋଧକ ଗୀତ ରଚନା କରିଛନ୍ତି ଯାହାର ନାମ ‘ହମାରା ଭାରତ ଭୂମି’ । ପ୍ରଧାନମନ୍ତ୍ରୀ ଆନନ୍ଦର ସହିତ ତାଙ୍କୁ ପଚାରିଥିଲେ, ସେ କବିତା ଲେଖିବାକୁ ପସନ୍ଦ କରନ୍ତି କି? ଏଥିରେ ହଁ ଭରିବା ପରେ, ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଛାତ୍ରୀଙ୍କୁ ଗୀତ ବୋଲିବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ ଏବଂ ସେ କିପରି ଜାତିର ଏକତା – ଏକ ଭାରତ, ଶ୍ରେଷ୍ଠ ଭାରତ ବିଷୟରେ କହିଥିଲେ ତାହା ଉପରେ ମନ୍ତବ୍ୟ ଦେଇଥିଲେ। ଶ୍ରୀ ମୋଦୀ ତା’ପରେ ଅନ୍ୟ ଜଣେ ଛାତ୍ରୀ ମାନସୀଙ୍କୁ ଗାଇବାକୁ କହିଥିଲେ। ମାନସୀ ତାଙ୍କ ମାଆଙ୍କ ଦ୍ୱାରା ଲିଖିତ ଏକ ଗୀତ ଗାଇଥିଲେ, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା। ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ତାଙ୍କ ମାଆଙ୍କୁ ତାଙ୍କର ଅଭିନନ୍ଦନ ଜଣାଇବାକୁ କହିଥିଲେ। ଛାତ୍ରୀ ଜଣକ କହିଥିଲେ, ସେ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ୍, ଫେସବୁକ୍ ପେଜ୍ ଏବଂ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ଚଳାନ୍ତି, ତାଙ୍କର ଫେସବୁକ୍‌ରେ 1.5 ଲକ୍ଷ ଫଲୋଅର୍ସ ଅଛନ୍ତି। ପ୍ରଧାନମନ୍ତ୍ରୀ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଏବଂ ତାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଏପରି ପ୍ରତିଭାଶାଳୀ ପିଲାମାନଙ୍କୁ ଭେଟିବା ଗର୍ବର ବିଷୟ।ଶ୍ରୀ ମୋଦୀ ତା’ପରେ ସବୁ ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ପିଲାମାନଙ୍କୁ ଆସାମର ଗାମୋସା (ଗାମୁଛା) ଦେଇ ସେ ସ୍ୱାଗତ କରିଛନ୍ତି, ଯାହା ତାଙ୍କର ସବୁଠାରୁ ପ୍ରିୟ ସମ୍ପତ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଗାମୋସା ଆସାମ ଏବଂ ଉତ୍ତର-ପୂର୍ବ ଭାରତରେ ମହିଳା ସଶକ୍ତିକରଣର ପ୍ରତୀକ, ଯାହା ଏହି ଅଞ୍ଚଳର ମହିଳାମାନଙ୍କ ଦ୍ୱାରା ଘରେ ତିଆରି, ଏହା ସେମାନଙ୍କର ଶକ୍ତି ଏବଂ ଅବଦାନକୁ ପ୍ରତିଫଳିତ କରିଥାଏ। ସମ୍ମାନ ସ୍ୱରୂପ ପିଲାମାନଙ୍କୁ ଗାମୋସା ଉପହାର ଦେବାକୁ ତାଙ୍କ ମନରେ ଇଚ୍ଛା ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ।ଉଦ୍ଦେଶ୍ୟକୁ ନେଇ ପ୍ରସ୍ତୁତିଆଉ ଜଣେ ଛାତ୍ର ସାବତ ଭେଙ୍କଟେଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଏବଂ ଭୟକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଦକ୍ଷତା ନା ମାର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ କହିଥିଲେ, ଖାଇବା ଓ ଶୋଇବା, ପାଠପଢ଼ା ଓ ଖେଳିବା, କିମ୍ବା ଦକ୍ଷତା ଓ ମାର୍କ ମଧ୍ୟରେ ହେଉ, ଜୀବନରେ ସନ୍ତୁଳନ ଅତ୍ୟନ୍ତ ଜରୁରୀ। ଗୋଟିଏ ପାର୍ଶ୍ୱକୁ ଅତ୍ୟଧିକ ଝୁଙ୍କି ପଡ଼ିବା ଅସନ୍ତୁଳନ ଆଡ଼କୁ ନେଇଥାଏ। ଅନ୍ୟପଟେ ଉପଯୁକ୍ତ ସନ୍ତୁଳନ ସ୍ଥିରତା ସୁନିଶ୍ଚିତ କରେ। ଦକ୍ଷତା ଦୁଇ ପ୍ରକାରର – ଜୀବନ ଦକ୍ଷତା ଏବଂ ବୃତ୍ତିଗତ ଦକ୍ଷତା। ଉଭୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଜ୍ଞାନ, ପର୍ଯ୍ୟବେକ୍ଷଣ ଏବଂ ଅଧ୍ୟୟନ ବିନା କୌଣସି ଦକ୍ଷତା ବିକାଶ କରିପାରିବ ନାହିଁ, ଏବଂ ସେହି ଦକ୍ଷତା ଜ୍ଞାନ ସହିତ ଆରମ୍ଭ ହୁଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।ଶ୍ରୀ ମୋଦୀ ଉଦାହରଣ ଦେଇ ବୁଝାଇଥିଲେ: ଜୀବନ ଦକ୍ଷତା ବିନା, ଜଣେ ରୋଷେଇ କିମ୍ବା ରେଳ ଷ୍ଟେସନରେ ଟିକେଟ୍ କିଣିବା ଭଳି ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ସଂଘର୍ଷ କରିପାରେ। ଜୀବନ କୌଶଳ ସମ୍ପୂର୍ଣ୍ଣ ଭାବରେ ହାସଲ କରାଯିବା ଆବଶ୍ୟକ, ଯେଉଁଥିରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଅନୁକୂଳନଶୀଳତା ଅନ୍ତର୍ଭୁକ୍ତ। ବୃତ୍ତିଗତ ଦକ୍ଷତା ବିଷୟରେ, ସେ କହିଥିଲେ, ଡାକ୍ତରମାନଙ୍କୁ ନିରନ୍ତର ସେମାନଙ୍କର ଦକ୍ଷତାକୁ ଉନ୍ନତ କରିବାକୁ ପଡିଥାଏ, କାରଣ କେବଳ ପୁସ୍ତକଗୁଡ଼ିକ ଜଣେ ବ୍ୟକ୍ତିଙ୍କୁ ହୃଦ୍‌ରୋଗ ବିଶେଷଜ୍ଞ କରିପାରିବ ନାହିଁ। ପ୍ରକୃତ ଦକ୍ଷତା ରୋଗୀଙ୍କ ଚିକିତ୍ସା ଦ୍ୱାରା ଆସିଥାଏ। ସେହିପରି, ସାମ୍ବିଧାନିକ ବ୍ୟବସ୍ଥା ଜାଣିବା ବ୍ୟତୀତ କୋର୍ଟରୁମ୍ ଦକ୍ଷତା ବିକାଶ ପାଇଁ ଓକିଲମାନଙ୍କୁ ବରିଷ୍ଠଙ୍କ ଅଧୀନରେ ଅଭ୍ୟାସ କରିବାକୁ ପଡିଥାଏ। ବୃତ୍ତିଗତ ଦକ୍ଷତା ପାଇଁ ନିରନ୍ତର ଶିକ୍ଷା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ ହେବା ଆବଶ୍ୟକ, 40 ବର୍ଷ ବୟସରେ ମଧ୍ୟ। କାରଣ ଚିକିତ୍ସା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ନିରନ୍ତର ଦକ୍ଷତା ହାସଲ ଉପରେ ନିର୍ଭର କରେ। ଶିକ୍ଷା ଏବଂ ଦକ୍ଷତା ଯମଜ ଭାଇଭଉଣୀ, ଅବିଚ୍ଛେଦ୍ୟ, ଏବଂ ସେହି ଦକ୍ଷତା ଜୀବନରେ ଅପରିହାର୍ଯ୍ୟ ବୋଲି ସେ କହିଥିଲେ।ମାର୍କ ଠାରୁ ଊର୍ଦ୍ଧ୍ୱରେ ଏବଂ ଏକ ମାଧ୍ୟମ ଭାବେ ଶିକ୍ଷାଏହା ବ୍ୟତୀତ, ମଣିପୁରର ଇମ୍ଫାଲର ସୈନିକ ସ୍କୁଲର ଜଣେ ଛାତ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଥିଲେ, ତାଙ୍କ ଜନ୍ମଦିନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ପଡ଼ିଥାଏ। ଉତ୍ତରରେ, ଶ୍ରୀ ମୋଦୀ କହିଥିଲେ, ସେ ବିତିଯାଇଥିବା ବର୍ଷଗୁଡ଼ିକୁ ଗଣନା କରନ୍ତି ନାହିଁ ବରଂ ବାକି ଥିବା ବର୍ଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି। ଛାତ୍ରଛାତ୍ରୀଙ୍କୁ ଅତୀତକୁ ନେଇ ଚିନ୍ତା କରି ସମୟ ନଷ୍ଟ କରିବା ପରିବର୍ତ୍ତେ ଭବିଷ୍ୟତ କଥା ଭାବିବା ଲାଗି ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ।ବିଗତ ବର୍ଷର ପ୍ରଶ୍ନ ଉପରେ ଆଧାରିତ ପରୀକ୍ଷା ପ୍ରସ୍ତୁତି ରଣନୀତି ବିଷୟରେ ପଚରାଯିବାରୁ, ପ୍ରଧାନମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀମାନେ ପ୍ରାୟତଃ ପ୍ରଶ୍ନପତ୍ର କଠିନ ମନେ ହେଲେ ସଂଘର୍ଷ କରନ୍ତି, କାରଣ ତାହା ପାଠ୍ୟକ୍ରମ ବାହାରେ ହୋଇଥିବାରୁ ନୁହେଁ। ବରଂ କେବଳ ମାର୍କ ହାସଲ କରିବା ଉପରେ ସେମାନେ ଧ୍ୟାନ ରଖି ବାରମ୍ବାର ଗୋଟିଏ ଢାଞ୍ଚାକୁ ଆବୃତ୍ତି କରିବାରେ ନିଜକୁ ସୀମିତ ରଖିବା କାରଣରୁ ଏପରି ହୋଇଥାଏ। ଶ୍ରୀ ମୋଦୀ କହିଥିଲେ, ଏହି ସମସ୍ୟା ତାଙ୍କ ନିଜ ଛାତ୍ର ଜୀବନରେ ମଧ୍ୟ ଥିଲା। କେତେକ ସମୟରେ କେବଳ ମାର୍କ ପାଇଁ ଲକ୍ଷ୍ୟ ରଖି ଶିକ୍ଷକମାନେ ମଧ୍ୟ ଏହାକୁ ସମର୍ଥନ କରନ୍ତି । କିନ୍ତୁ ଭଲ ଶିକ୍ଷକମାନେ ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ଆବୃତ କରି ଏବଂ ଜୀବନ ସହିତ ଏହାର ପ୍ରାସଙ୍ଗିକତା ବୁଝାଇ ସାମଗ୍ରିକ ବିକାଶ ସୁନିଶ୍ଚିତ କରନ୍ତି। କ୍ରିକେଟରେ ଜଣେ ବୋଲରଙ୍କ ଉଦାହରଣ ଦେଇ ସେ ବୁଝାଇଥିଲେ ଯେ, ବ୍ୟାୟାମ କରିବା, ଯୋଗ କରିବା, ସମଗ୍ର ଶରୀର ଏବଂ ମନକୁ ମଜବୁତ କରିବା, ଖାଦ୍ୟପେୟ ଠିକ୍‌ ରଖିବା ଏବଂ ଠିକ୍ ଭାବରେ ଶୋଇବା ଆବଶ୍ୟକ ହୋଇଥାଏ। ଶିକ୍ଷା, ସେହିପରି, କେବଳ ପରୀକ୍ଷା ପାଇଁ ନୁହେଁ ବରଂ ଜୀବନ ପାଇଁ, ଏବଂ ପରୀକ୍ଷା ନିଜକୁ ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ। ମାର୍କ ଚୂଡ଼ାନ୍ତ ଲକ୍ଷ୍ୟ ନୁହେଁ; ଜୀବନର ସମ୍ପୂର୍ଣ୍ଣ ବିକାଶ ହିଁ ଲକ୍ଷ୍ୟ। କେବଳ ଦଶଟି ପ୍ରଶ୍ନ କିମ୍ବା ପଦ୍ଧତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଠିକ୍‌ ନୁହେଁ । ତେବେ ସେଗୁଡ଼ିକୁ ଅଭ୍ୟାସ କରାଯାଇପାରିବ, କିନ୍ତୁ ସେଗୁଡ଼ିକୁ ପ୍ରସ୍ତୁତିର ଏକ ଛୋଟ ଅଂଶ ଭାବରେ ଗ୍ରହଣ କରିବା ଉଚିତ, ଯେଉଁଥିରେ ଅଧିକାଂଶ ପ୍ରୟାସ ସାମଗ୍ରିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ହେବ।ବିଶେଷକରି ପ୍ରି-ବୋର୍ଡ ସମୟରେ ଅଧ୍ୟୟନ ଚାପକୁ ସନ୍ତୁଳିତ କରିବା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଚିନ୍ତା ପ୍ରାୟତଃ ଦେଖା ଦେଇଥାଏ। ଶିକ୍ଷାକୁ ବାଧ୍ୟତାମୂଳକ କିମ୍ବା ବୋଝ ଭାବରେ ଦେଖାଯିବା ଉଚିତ୍ ନୁହେଁ ବରଂ ସମ୍ପୂର୍ଣ୍ଣ ସମ୍ପୃକ୍ତି ଆବଶ୍ୟକ। ସମ୍ପୂର୍ଣ୍ଣ ନିୟୋଜିତ ନ ହୋଇ ଅସମ୍ପୂର୍ଣ୍ଣ ଶିକ୍ଷା ସଫଳତା ଆଡ଼କୁ ନେଇପାରିବ ନାହିଁ। ସେ ମାର୍କ ପ୍ରତି ଆଗ୍ରହ ବିରୁଦ୍ଧରେ ସତର୍କ କରାଇ ଦେଇଥିଲେ ଏବଂ କେହି ଗତ ବର୍ଷ ବୋର୍ଡରେ ସର୍ବାଧିକ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ନାମ ମନେ ରଖିଛନ୍ତି କି ନାହିଁ ବୋଲି ପଚାରିଥିଲେ । ଜଣେ ଛାତ୍ର ନା ବୋଲି ଉତ୍ତର ଦେବା ପରେ, ଶ୍ରୀ ମୋଦୀ କହିଥିଲେ, ଏପରି ସଫଳତାଗୁଡ଼ିକୁ ସ୍ୱଳ୍ପ ସମୟ ପାଇଁ ପ୍ରଶଂସା କରାଯାଏ। ସେଗୁଡ଼ିକୁ ସମସ୍ତେ ଶୀଘ୍ର ଭୁଲିଯା’ନ୍ତି। ମାର୍କ କେତେ କମ୍ ଗୁରୁତ୍ୱ ରଖେ ଏହା ଦର୍ଶାଇଥାଏ। ମାର୍କ ସହିତ ନିଜ ମନକୁ ବାନ୍ଧି ନ ରଖିବାକୁ ପରାମର୍ଶ ଦେଇ ସେ କହିଥିଲେ, ସେମାନଙ୍କ ଜୀବନ କେଉଁ ଆଡ଼କୁ ଯାଉଛି ତାହା ଉପରେ ଧ୍ୟାନ ଦେବାକୁ ହେବ । କେବଳ ଶ୍ରେଣୀଗୃହ କିମ୍ବା ପରୀକ୍ଷା ହଲରେ ନୁହେଁ ବରଂ ଜୀବନରେ ନିରନ୍ତର ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ହେବ।କମ୍‌ ଚାପ, ଅଧିକ ଅଧ୍ୟୟନଏହି ପାରସ୍ପରିକ ଆଲୋଚନା ଅଧିବେଶନ ଜାରି ରଖି, ଜଣେ ଛାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଥିଲେ, ପାଠପଢ଼ା ସମୟରେ କିପରି ଶାନ୍ତ ରହିହେବ ଏବଂ ଧ୍ୟାନ କେନ୍ଦ୍ରିତ କରିହେବ। କାରଣ ଅନେକ ବିଭ୍ରାନ୍ତିକର ଚିନ୍ତାଧାରା ମନକୁ ଆସିଥାଏ ଏବଂ ପାଠ ମନେ ରୁହେ ନାହିଁ। ପ୍ରଧାନମନ୍ତ୍ରୀ ଏକ ଉଦାହରଣ ଦେଇ ଉତ୍ତର ଦେଇଥିଲେ: ‘‘ଯେପରି ଆପଣମାନେ ଆଜି ଏଠାକୁ ଆସିଛନ୍ତି, 25 ବର୍ଷ ପରେ ମଧ୍ୟ ଯଦି କେହି ଆପଣଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ପଚାରନ୍ତି, ତେବେ ଆପଣ କ’ଣ ଭୁଲିଯିବେ ନା ମନେ ରଖିଥିବେ?’’ ଛାତ୍ର ଜଣଙ୍କ ଉତ୍ତର କହିଥିଲେ ଏହା ସର୍ବଦା ଏକ ବିଶେଷ ମୁହୂର୍ତ୍ତ ଭାବରେ ମନେ ରହିବ। ଶ୍ରୀ ମୋଦୀ କହିଥିଲେ, ଏହାର କାରଣ ହେଉଛି ଛାତ୍ର ଜଣଙ୍କ ଏଥିରେ ସମ୍ପୂର୍ଣ୍ଣ ଭାବରେ ସମ୍ପୃକ୍ତ, ସେ ବର୍ତ୍ତମାନ ବିଷୟରେ ଚିନ୍ତା କରୁଛି, ଯାହା ସ୍ଥାୟୀ ସ୍ମୃତି ସୁନିଶ୍ଚିତ କରୁଛି ।ପ୍ରଧାନମନ୍ତ୍ରୀ କହିଥିଲେ, ଜଣେ ସମ୍ପୂର୍ଣ୍ଣ ଭାବରେ ଜଡିତ ରହିଲେ ଏବଂ ବନ୍ଧୁମାନଙ୍କ ସହିତ ଅଭିଜ୍ଞତା ବାଣ୍ଟିଲେ ସେହି ସ୍ମୃତି ସବୁଦିନ ପାଇଁ ମନେ ରହିଯାଏ। ସେ ଛାତ୍ରଛାତ୍ରୀମାନଙ୍କୁ କମ୍ ଆତ୍ମବିଶ୍ୱାସୀମାନଙ୍କ ସହିତ ବନ୍ଧୁତା କରିବାକୁ ଏବଂ ସେମାନଙ୍କୁ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ସେମାନଙ୍କର ନିଜସ୍ୱ ବୁଝାମଣାକୁ ଉନ୍ନତ କରିବା ପାଇଁ କିଛି ମିନିଟ୍ ପାଇଁ ପ୍ରତିଭାବାନ ସାଥୀଙ୍କଠାରୁ ମାର୍ଗଦର୍ଶନ ଲୋଡ଼ିବାକୁ କହିଥିଲେ। ଏହି ଦ୍ୱିଗୁଣିତ ଲାଭ ନୂତନ ଚିନ୍ତାଧାରା ଆଣିଥାଏ, ମନକୁ ଖୋଲିଥାଏ ଏବଂ ଧ୍ୟାନକୁ ସୁଦୃଢ଼ କରିଥାଏ ବୋଲି ସେ ଜୋର ଦେଇ କହିଥିଲେ।ପଞ୍ଜାବର ଆଉ ଜଣେ ଛାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମତ ବିନିମୟ କରି ତାଙ୍କୁ ଅଭିବାଦନ ଜଣାଇଥିଲେ। ଏଥିସହିତ ସେ ବୋର୍ଡ ପରୀକ୍ଷା ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ ଏକସଙ୍ଗେ ପ୍ରସ୍ତୁତି କରିବା ସମ୍ପର୍କରେ ପଚାରିଥିଲେ। ସେ କହିଥିଲେ, ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏଥିପାଇଁ ସମସ୍ୟାର ସାମ୍ନା କରୁଛନ୍ତି। କାରଣ ଉଭୟ ପରୀକ୍ଷାର ଢାଞ୍ଚା ଅଲଗା ହୋଇଥାଏ ଏବଂ ପରୀକ୍ଷା ସୂଚୀ ମଧ୍ୟ ଗୋଟିଏ ସମୟରେ ଆସୁଥିବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଚିନ୍ତାକୁ ସ୍ୱୀକାର କରି ଏହାକୁ ଏକା ସମୟରେ କ୍ରିକେଟ୍ ଏବଂ ଫୁଟବଲ୍ ଖେଳିବା ସହିତ ତୁଳନା କରିଥିଲେ। ଏଥିପ୍ରତି ଦ୍ୱାଦଶ ଶ୍ରେଣୀ ବୋର୍ଡଗୁଡ଼ିକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ ମତ ରଖିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଯଦି ଛାତ୍ରଛାତ୍ରୀ ସେମାନଙ୍କର ପାଠ୍ୟକ୍ରମକୁ ଭଲ ଭାବେ ବୁଝିପାରିବେ ତା’ହେଲେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭିନ୍ନ ପ୍ରୟାସ କରିବାକୁ ପଡ଼ିବ ନାହିଁ ଏବଂ ଏଥିରେ ଆପେ ଆପେ ସଫଳତା ମିଳିବ। ତେବେ ପିଲାମାନଙ୍କୁ ସେମାନଙ୍କ କ୍ଷମତା, କ୍ଷମତା ଏବଂ ଆଗ୍ରହ ଅନୁସାରେ ପ୍ରସ୍ଫୁଟିତ ହେବାକୁ ଦିଅନ୍ତୁ ବୋଲି ସେ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ ।ମାର୍କ, ଗେମ୍‌ ଏବଂ ହସଖୁସି ମଧ୍ୟରେ ସନ୍ତୁଳନକେବଳ ପାଠପଢ଼ା ଉପରେ ଧ୍ୟାନ ଦେବା ପାଇଁ ସାମାଜିକ ଚାପ ସତ୍ତ୍ୱେ ଗେମିଂରେ ଭବିଷ୍ୟତ ଗଢିବା ବିଷୟରେ ଜଣେ ଛାତ୍ର ଏକ ପ୍ରଶ୍ନ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ବୁଝାଇ କହିଥିଲେ, ପିତାମାତା ପ୍ରାୟତଃ ଆରମ୍ଭରୁ ନିରୁତ୍ସାହିତ କରନ୍ତି, କିନ୍ତୁ ସଫଳତା ହାସଲ ହେବା ପରେ ସେମାନେ ଗର୍ବ କରନ୍ତି ଏବଂ ଏହାକୁ ସମ୍ମାନ କରନ୍ତି। ସେ ପଞ୍ଚତନ୍ତ୍ର କିମ୍ବା ପୌରାଣିକ ଘଟଣାବଳୀ ଭଳି ଭାରତର ସମୃଦ୍ଧ କାହାଣୀ ଉପରେ ଆଧାରିତ ଗେମ ସୃଷ୍ଟି କରି ଗେମିଂ ପ୍ରତି ଆଗ୍ରହକୁ ଫଳପ୍ରଦ ଭାବରେ ପରିଚାଳିତ କରିବାକୁ ପରାମର୍ଶ ଦେଇଥିଲେ। ସ୍ୱୀକୃତି ପାଇବା ପାଇଁ ସେଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିବାକୁ ଶ୍ରୀ ମୋଦୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଗେମିଂ ହେଉଛି ଏକ ଦକ୍ଷତା ଯାହା ଗତି ଏବଂ ସତର୍କତା ଆବଶ୍ୟକ କରେ, ଯାହା ଆତ୍ମ-ବିକାଶରେ ଯୋଗଦାନ କରେ। ଉଚ୍ଚମାନର ଗେମ୍‌ ଉପରେ ବିଶେଷଜ୍ଞତା ହାସଲ କରିବା ଲାଗି ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ। ସେ ଗେମିଂରେ ଜୁଆ ଖେଳ ବିରୁଦ୍ଧରେ ସତର୍କ କରାଇଥିଲେ ଏବଂ କହିଥିଲେ ଏପରି ଅଭ୍ୟାସକୁ ରୋକିବା ପାଇଁ ଆଇନ ପ୍ରଣୟନ କରାଯାଇଛି। ଗେମିଂକୁ ଏକ ଗଠନମୂଳକ ଦକ୍ଷତା ଭାବରେ ଅନୁସରଣ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ।ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିଦର୍ଶନ, ଶ୍ରୀ ମୋଦୀଙ୍କର ବନ୍ଧୁତ୍ୱପୂର୍ଣ୍ଣ ଆଚରଣ, ପ୍ରଶ୍ନ ପ୍ରତି ତାଙ୍କର ପ୍ରକୃତ ଆଗ୍ରହ ଏବଂ ସେ ପ୍ରଦାନ କରିଥିବା ସୁଚିନ୍ତିତ ଉତ୍ତରକୁ ନେଇ ପିଲାମାନେ ଉତ୍ସାହ ପ୍ରକଟ କରିଥିଲେ।ଭୟକୁ ସାମର୍ଥ୍ୟରେ ପରିଣତ କରିବା – ଚାପ, ସମୟ ଏବଂ ଆତ୍ମବିଶ୍ୱାସର ପରିଚାଳନାଏକଜାମ ୱାରିୟର୍ସ ପୁସ୍ତକ ପଢ଼ିବା ପରୀକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କର ଦୃଷ୍ଟିକୋଣକୁ କିପରି ପରିବର୍ତ୍ତନ କରିଥିଳା ତାହା ସେମାନେ ବର୍ଣ୍ଣନା କରିଥିଲେ। ଜଣେ ଛାତ୍ର କହିଥିଲେ, ପୂର୍ବରୁ ପରୀକ୍ଷାଜନିତ ଚାପ ଭୟ ସୃଷ୍ଟି କରିଥିଲା, କିନ୍ତୁ ପୁସ୍ତକ ପଢିବା ପରେ ପରୀକ୍ଷା ଏକ ବନ୍ଧୁ ପାଲଟି ଯାଇଥିଲା। ଅନ୍ୟ ଜଣେ କହିଥିଲେ, ପୂର୍ବରୁ ସେମାନେ ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ଚିନ୍ତିତ ଅନୁଭବ କରୁଥିଲେ, କିନ୍ତୁ ସେମାନଙ୍କର ନିଜସ୍ୱ କୌଶଳ ଅନନ୍ୟ ଏବଂ ପ୍ରଭାବଶାଳୀ ଥିଲା ବୋଲି ସେମାନେ ଅନୁଭବ କରିବା ପରେ ଏହି ଚିନ୍ତା ଦୂର ହୋଇଥିଲା। ଆଉ ଜଣେ ଛାତ୍ର ଉଲ୍ଲେଖ କରିଥିଲେ, ସମୟ ପରିଚାଳନା ସର୍ବଦା ଏକ ସଂଘର୍ଷ ଥିଲା, କିନ୍ତୁ ଏକଜାମ ୱାରିୟର୍ସରୁ ଶିଖିବା ପରେ, ସେମାନେ ଶୀଘ୍ର ଉଠି କାମଗୁଡ଼ିକୁ ଭଲ ଭାବରେ ପରିଚାଳନା କରିବାକୁ ସଂକଳ୍ପ ନେଇଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ସମୟ ପରିଚାଳନା ପାଇଁ ଏକ ସରଳ ପଦ୍ଧତି ଆପଣାଇବାକୁ ପରାମର୍ଶ ଦେଇଥିଲେ: ଶୋଇବା ପୂର୍ବରୁ ଗୋଟିଏ ଡାଏରୀରେ କାର୍ଯ୍ୟସୂଚୀ ଲେଖିବା, ପରଦିନ ସେଗୁଡ଼ିକୁ ଗଣନା କରିବା ଏବଂ କିଛି କାର୍ଯ୍ୟ କାହିଁକି ଅସମ୍ପୂର୍ଣ୍ଣ ରହିଗଲା ତାହା ବିଶ୍ଳେଷଣ କରିବାକୁ କହିଥିଲେ। ସେ କହିଥିଲେ, ସମୟକୁ ଫଳପ୍ରଦ ଭାବରେ ବ୍ୟବହାର କରିବା ଶିଖିବା ଚାପ ଏବଂ ଥକାପଣ ଦୂର କରିଥାଏ। ତାଙ୍କ ନିଜସ୍ୱ ସମୟର ସଠିକ୍ ବ୍ୟବହାର ଅଭ୍ୟାସ ତାଙ୍କୁ ଅନେକ ଦାୟିତ୍ୱ ସତ୍ତ୍ୱେ ଚାପମୁକ୍ତ କରିଥାଏ।ଗଣିତ ଭଳି ବିଷୟ ପ୍ରତି ସେମାନଙ୍କର ଭୟ କିପରି ଆଗ୍ରହରେ ପରିଣତ ହୋଇଥିଲା ତାହା ଛାତ୍ରଛାତ୍ରୀ କହିଥିଲେ। ସେମାନେ କହିଥିଲେ, ଗଣିତ ପୂର୍ବରୁ ଏକ ଭୂତ ଥିଲା କିନ୍ତୁ ବର୍ତ୍ତମାନ ଏକ ଆଗ୍ରହ ପାଲଟିଛି। ପ୍ରଧାନମନ୍ତ୍ରୀ ବୈଦିକ ଗଣିତ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ <qi ଏହାକୁ ଉପଭୋଗ୍ୟ ଏବଂ ଯାଦୁକରୀ ଭାବରେ ବର୍ଣ୍ଣନା କରିଥିଲେ। ଆଗ୍ରହ ବୃଦ୍ଧି କରିବା ପାଇଁ ବନ୍ଧୁମାନଙ୍କ ସହିତ ଏପରି ପଦ୍ଧତିଗୁଡ଼ିକୁ ବାଣ୍ଟିବା ପାଇଁ ସେ ପରାମର୍ଶ ଦେଇଥିଲେ।ଆଉ ଜଣେ ଛାତ୍ର କହିଥିଲେ, ପରୀକ୍ଷା ତାରିଖ ପୂର୍ବରୁ ଭୟ ସୃଷ୍ଟି କରିଥିଲା, କିନ୍ତୁ ପୁସ୍ତକର ପରୀକ୍ଷାକୁ ଏକ ଉତ୍ସବ ଭାବରେ ବ୍ୟବହାର କରିବାର ମନ୍ତ୍ର ପ୍ରେରଣା ଦେଇଥିଲା। ପରୀକ୍ଷା ପେ ଚର୍ଚ୍ଚାରୁ ଶିକ୍ଷା ପରିବାର ସଦସ୍ୟଙ୍କ ସହିତ ମଧ୍ୟ ବାଣ୍ଟିବା ଉଚିତ, କାରଣ ସେମାନେ ମଧ୍ୟ ଅନୁରୂପ ଭାବରେ ଉପକୃତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।ବିଦ୍ୟାର୍ଥୀମାନେ କିପରି କମ୍ ନମ୍ବର ରଖିବାର ଭୟକୁ ଦୂର କରିଥିଲେ ଏବଂ ନମ୍ବର ସବୁକିଛି ନୁହେଁ ବୋଲି ଅନୁଭବ କରିପାରିଥିଲେ ସେ ବିଷୟରେ ନିଜର ଅଭିଜ୍ଞତା କହିଥିଲେ। ବିଫଳତା ସତ୍ତ୍ୱେ ଦୃଢ଼ତା ପ୍ରଦର୍ଶନ କରିବା ଲାଗି ସେମାନେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ, ଭୟମୁକ୍ତ ମନ ଗୀତ ଗାଇବା, ଚିତ୍ର କରିବା କିମ୍ବା କବିତା ଲେଖିବା ଭଳି ନୂତନ କୌଶଳ ଶିଖିବା ପାଇଁ ପ୍ରେରଣା ଦେଇଥାଏ। ଏଥିସହିତ ସୃଜନଶୀଳ ପ୍ରୟାସ ଆରମ୍ଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସେ ପ୍ରଶଂସା କରିଥିଲେ।ପୁସ୍ତକରୁ ପ୍ରାପ୍ତ ଆତ୍ମବିଶ୍ୱାସ ଛାତ୍ରଛାତ୍ରୀଙ୍କୁ ଉପସ୍ଥାପନାର ଭୟ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, ଆତ୍ମବିଶ୍ୱାସ ସତ୍ୟ ଏବଂ ଅଭିଜ୍ଞତାରୁ ଆସେ। ଉଦାହରଣ ସ୍ୱରୂପ ସାଧାରଣ ଲୋକମାନେ ସେମାନେ ଦେଖିଥିବା ଘଟଣାଗୁଡ଼ିକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିପାରିଥା’ନ୍ତି । ବିଦ୍ୟାର୍ଥୀମାନଙ୍କର ଆତ୍ମବିଶ୍ୱାସ ସେମାନଙ୍କ ନିଜସ୍ୱ ପ୍ରୟାସ ଏବଂ ସଫଳତାର ସତ୍ୟତାରୁ ଉତ୍ପନ୍ନ ହୁଏ ବୋଲି ସେ କହିଥିଲେ।ଜଣେ ଛାତ୍ର କହିଥିଲେ, ଲମ୍ବା ଭାଷାସାହିତ୍ୟ ପ୍ରଶ୍ନପତ୍ରଗୁଡ଼ିକ ପୂର୍ବରୁ ଆତଙ୍କ ସୃଷ୍ଟି କରିଥିଲା, କିନ୍ତୁ ଏବେ ସେମାନେ ଶୀଘ୍ର ଲେଖିବା ଏବଂ ହସ୍ତଲିଖନ ଉନ୍ନତ କରିବାର ଅଭ୍ୟାସ କରୁଛନ୍ତି। ପ୍ରଧାନମନ୍ତ୍ରୀ 30 ସେକେଣ୍ଡ ପାଇଁ ବିରାମ ନେବା, ଗଭୀର ନିଶ୍ୱାସ ନେବା ଏବଂ ପ୍ରଶ୍ନପତ୍ର ସାମ୍ନା କରିବା ପୂର୍ବରୁ ମନକୁ ପୁନଃ ସ୍ଥିର କରିବା ଭଳି କୌଶଳ ବିଷୟରେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଜ୍ଞାନର ଅଭାବରୁ ନୁହେଁ ବରଂ ତରବର ହେବା ଯୋଗୁଁ ଭୁଲଗୁଡ଼ିକ ହୁଏ। ଶେଷରେ ସେ କହିଥିଲେ, ଉପଯୁକ୍ତ କୌଶଳ ଏବଂ ଆତ୍ମବିଶ୍ୱାସ ସହିତ, ଛାତ୍ରଛାତ୍ରୀମାନେ ପରୀକ୍ଷା ଭୟକୁ ଦୂର କରିପାରିବେ ଏବଂ ସଫଳ ହୋଇପାରିବେ।କୋଳାହଳ ମଧ୍ୟରେ ତିଷ୍ଠି ରହିବାଜଣେ ଛାତ୍ର ଘରେ କୋଳାହଳ ଏବଂ ଅଭିଭାବକଙ୍କ ସମର୍ଥନର ଅଭାବ ମଧ୍ୟରେ କିପରି ପାଠ ପଢିହେବ ବୋଲି ପଚାରିଥିଲେ। ପ୍ରଧାନମନ୍ତ୍ରୀ ଗୋଟିଏ ପିଲା ଜିନିଷପତ୍ର ବୋଝେଇ ବଳଦ ଗାଡ଼ି ଉପରେ ପାଠ ପଢୁଥିବାର ଏକ ଭିଡିଓକୁ ମନେ ପକାଇ ଦେଇଥିଲେ। ସଫଳତା ପାଇଁ ଆରାମ ଜରୁରୀ ନୁହେଁ ବୋଲି ଗୁରୁତ୍ୱାରୋପ କରି କହିଥିଲେ। ସେ କହିଥିଲେ, ବୋର୍ଡ ପରୀକ୍ଷାରେ ଅନେକ ଶ୍ରେଷ୍ଠ ସ୍କୋରର ଛୋଟ ଗାଁରୁ ଆସିଥାନ୍ତି ଯେଉଁଠାରେ ବିଳାସ ନାହିଁ। ଏହି ପରିପ୍ରେକ୍ଷୀରେ କଷ୍ଟ ସତ୍ତ୍ୱେ କ୍ରିକେଟରେ ଜିତିଥିବା ଦୃଷ୍ଟିହୀନ ଝିଅମାନଙ୍କର ପ୍ରେରଣାଦାୟକ କାହାଣୀ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆରାମଦାୟକ କ୍ଷେତ୍ର ଜୀବନକୁ ଗଢ଼ି ତୋଳେ ନାହିଁ – ଆପଣଙ୍କ ଜୀବନଶୈଳୀ ହିଁ ଜୀବନ ଗଠନ କରିଥାଏ ।ତାମିଲନାଡୁର ଆଉ ଜଣେ ବିଦ୍ୟାର୍ଥୀ ପରୀକ୍ଷା ପ୍ରସ୍ତୁତିରେ ବାଧା ସୃଷ୍ଟି କରୁଥିବା ଅତିଥିମାନଙ୍କ ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ, ଅତିଥିମାନଙ୍କୁ ସେମାନଙ୍କ ନିଜସ୍ୱ ଶୈଶବ ଅଭିଜ୍ଞତା ବିଷୟରେ ପଚାରନ୍ତୁ। ଏହାର ପରିସ୍ଥିତିକୁ ବଦଳାଇବ ଏବଂ ଚାପ ହ୍ରାସ କରିବ। ବଡ଼ ସ୍ୱପ୍ନ, ବଡ଼ ପଦକ୍ଷେପପିଲାମାନେ ବଡ଼ ସ୍ୱପ୍ନ ଦେଖିବା ଉଚିତ କି ନାହିଁ ଏବଂ ସେହି ସ୍ୱପ୍ନଗୁଡ଼ିକୁ କିପରି ପୂରଣ କରିବେ ସେ ସମ୍ପର୍କରେ ଲଦାଖର ଜଣେ ବିଦ୍ୟାର୍ଥୀ ପଚାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱପ୍ନ ନ ଦେଖିବା ଏକ ଅପରାଧ, କିନ୍ତୁ ସ୍ୱପ୍ନକୁ କାର୍ଯ୍ୟରେ ପରିଣତ କରାଯିବା ଉଚିତ୍‌। ମହାକାଶଚାରୀ ହେବା ଲାଗି ଆକାଂକ୍ଷା ପାଇଁ ପାଠପଢ଼ା, ଜୀବନୀ ଅଧ୍ୟୟନ ଏବଂ ଏକାଗ୍ର ଚିତ୍ତ ହେବା ଆବଶ୍ୟକ। ଉପହାସ ଏଡାଇବା ପାଇଁ ସ୍ୱପ୍ନ ବିଷୟରେ କାହାକୁ ନକହିବା ଲାଗି ସେ ପରାମର୍ଶ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସ୍ୱପ୍ନ ଲେଖିବା ରଖିବା ଏବଂ ସେଗୁଡ଼ିକୁ ବ୍ୟକ୍ତିଗତ ଭାବରେ ପୋଷଣ କରିବାକୁ ଉତ୍ସାହିତ କରିଥିଲେ।ବଡ଼ ସ୍ୱପ୍ନକୁ ସାକାର କରିବା ପାଇଁ ଦୈନନ୍ଦିନ ଅଭ୍ୟାସକୁ ନେଇ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ, ଶ୍ରୀ ମୋଦୀ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ପଢିବାକୁ ପରାମର୍ଶ ଦେଇଥିଲେ। ସେ ବୁଝାଇ କହିଥିଲେ, ସେମାନଙ୍କ ସଂଘର୍ଷ ଏବଂ ପ୍ରାରମ୍ଭିକ ପଦକ୍ଷେପଗୁଡ଼ିକୁ ବୁଝିବା ଛାତ୍ରଛାତ୍ରୀମାନଙ୍କୁ ସମ୍ପର୍କ ସ୍ଥାପନ ଏବଂ ଆତ୍ମବିଶ୍ୱାସ ହାସଲ କରିବାରେ ସାହାଯ୍ୟ କରେ। ଏହା ସେମାନଙ୍କୁ ସୋପାନ ପରେ ସୋପାନ କିପରି ଆଗକୁ ବଢ଼ିବାକୁ ହେବ ତାହା ଦେଖାଇଥାଏ।ତା’ପରେ ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ହୃଦୟସ୍ପର୍ଶୀ କବିତା ପାଠ କରିଥିଲେ, ଯେଉଁଥିରେ ତାଙ୍କୁ ଭାରତର ଗର୍ବ, ମାନବତାର ସେବକ ଏବଂ ରାଷ୍ଟ୍ରର ସ୍ୱପ୍ନକୁ ଆଗକୁ ନେଇ ଯାଉଥିବା ନେତା ଭାବରେ ବର୍ଣ୍ଣନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ସେହି କବିତା ଏବଂ ବିଦ୍ୟାର୍ଥୀ ଜଣଙ୍କୁ ପ୍ରଶଂସା କରିଥିଲେ।ଜଣେ ଶିକ୍ଷକ ପାଲଟିଗଲେ ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସ୍ୱାଧୀନତାର ଶତବାର୍ଷିକୀ, 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ଲାଗି ସେ ସଂକଳ୍ପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *