ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ lଆଜି ଉତ୍କଳ ଦିବସର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମହାନତାର କାଳଜୟୀ ପ୍ରତୀକ ଭାବେ ଉଭା ହୋଇଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି। ଦୃଢ଼ ସଂକଳ୍ପ, ସରଳତା ଏବଂ ଉଷ୍ମତା ପାଇଁ ଜଣାଶୁଣା ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଆଗାମୀ ସମୟରେ ଓଡ଼ିଶା ପ୍ରଗତିର ନୂତନ ଶିଖରରେ ପହଞ୍ଚୁ ବୋଲି ଶ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି;”ଉତ୍କଳ ଦିବସର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା। ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମହାନତାର କାଳଜୟୀ ପ୍ରତୀକ ଭାବେ ଉଭା ହୋଇଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି। ଦୃଢ଼ ସଂକଳ୍ପ, ସରଳତା ଏବଂ ସହୃଦୟତା ପାଇଁ ଜଣାଶୁଣା ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଆଗାମୀ ସମୟରେ ଓଡ଼ିଶା ପ୍ରଗତିର ନୂତନ ଶିଖରରେ ପହଞ୍ଚୁ।’’

Leave a Reply

Your email address will not be published. Required fields are marked *