ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଓଡ଼ିଶାର ନାରୀ ଓ ଯୁବ ସମାଜକୁ ପ୍ରେରିତ କରିବ- ଧର୍ମେନ୍ଦ୍ର ପ୍ରଧାନ

‘ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଓଡ଼ିଶାର ନାରୀ ଓ ଯୁବ ସମାଜକୁ ପ୍ରେରିତ କରିବ- ଧର୍ମେନ୍ଦ୍ର ପ୍ରଧାନ l ‘ମନ୍ କୀ ବାତ୍’ରେ ସମ୍ବଲପୁରର ସୁଜାତା ଭୂୟାଁ ଓ କେନ୍ଦ୍ରାପଡ଼ାର ଓମ ପ୍ରକାଶ ରଥଙ୍କ ସଫଳତାକୁ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦମାଛ ଚାଷ କରି ସୁଜାତା ଭୂୟାଁ ଗୃହିଣୀରୁ ସଫଳ ଉଦ୍ୟୋଗୀ ସାଜିବା ଅନ୍ୟମହିଳାଙ୍କ ପାଇଁ ଉଦାହରଣ‘ମାଏ ଭାରତ ବଜେଟ୍ କ୍ୱେଷ୍ଟ’ରେ ଓମ ପ୍ରକାଶଙ୍କ ଭଳି ଯୁବପିଢ଼ିଙ୍କ ଅଭିନବ ଚିନ୍ତାଧାରା ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୨୯ – ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଓ କେନ୍ଦ୍ରାପଡ଼ାର ଦୁଇ ପ୍ରତିଭାଙ୍କ ସଫଳତାକୁ ସମଗ୍ର ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍‌ଚର’ ମାଧ୍ୟମରେ ମାଛ ଚାଷ କରି ସଫଳତା ପାଇଥିବା ଶ୍ରୀମତୀ ସୁଜାତା ଭୂୟାଁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଶ୍ରୀମତୀ ଭୂୟାଁ ଏହି ବ୍ୟବସାୟ କରି ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟ ମହିଳାମାନଙ୍କ ପାଇଁ ଏକ ନୂତନ ଦିଗ୍‌ଦର୍ଶନ ସାଜିଛନ୍ତି । ଗୃହିଣୀରୁ ଜଣେ ସଫଳ ଉଦ୍ୟୋଗୀ ଭାବେ ତାଙ୍କର ଏହି ଯାତ୍ରା ନାରୀ ସମାଜକୁ ପ୍ରେରିତ କରିବ । ସେହିପରି ‘ମାଏ ଭାରତ ବଜେଟ୍ କ୍ୱେଷ୍ଟ ୨୦୨୬’ରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଯୁବ ପ୍ରତିଭା ଓମ ପ୍ରକାଶ ରଥଙ୍କ ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ନୀତି ନିର୍ଦ୍ଧାରଣରେ ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ‘ମାଏ ଭାରତ ବଜେଟ୍ କ୍ୱେଷ୍ଟ’ ଏକ ଅନନ୍ୟ ପ୍ରୟାସ । ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ତଥା ମହିଳା ନେତୃତ୍ୱାଧୀନ ବିକାଶକୁ ଆଗେଇ ନେବାରେ ଓମ ପ୍ରକାଶ ରଥଙ୍କ ଭଳି ଯୁବପିଢ଼ିଙ୍କ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ପ୍ରତ୍ୟେକଟି ପ୍ରୟାସ ଦେଶର ଭବିଷ୍ୟତ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ବେଙ୍ଗାଲୁରୁର ‘ପ୍ରୟୋଗ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ରିସର୍ଚ୍ଚ’ର କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ‘ଅନ୍ୱେଷଣ’ ମାଧ୍ୟମରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ଗବେଷଣାଭିତ୍ତିକ ଶିକ୍ଷାଦାନ ‘ବିକଶିତ ଭାରତ’ ଗଠନ ଦିଗରେ ଏକ ବଡ଼ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅଧୀନରେ ଖେଳକୁ ଶିକ୍ଷା ସହ ସମାନ ଗୁରୁତ୍ୱ ଦିଆଯାଉଛି। ‘ଅସ୍ମିତା ଆଥଲେଟିକ୍ସ ଲିଗ୍’ରେ ୨ ଲକ୍ଷରୁ ଅଧିକ ମହିଳାଙ୍କ ଅଂଶଗ୍ରହଣ ଏବଂ ଗୁଲମର୍ଗର ‘ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ’ ଦେଶର କ୍ରୀଡ଼ା ଜଗତରେ ଏକ ନୂଆ ଯୁଗର ସୂଚନା ଦେଉଛି । “ଯୋ ଖେଲେଗା, ଓ୍ୱୋ ଖିଲେଗା” ମନ୍ତ୍ରରେ ଆଜି ଭାରତର ଯୁବଶକ୍ତି ଆଗକୁ ବଢୁଛନ୍ତି ବୋଲି ଶ୍ରୀ ପ୍ରଧାନ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *