ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ।
ରାଇକିଆ, ତା 23/1/26 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରେ ପ୍ରିୟମ୍ବଦା ଘରୋଇ ହସ୍ପିଟାଲ ର ଉଦଘାଟନ ଧୂମଧାମ ରେ ଅନୁଷ୍ଠିତ ହୋଇ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଘୁ. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ , ପୂର୍ବତନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ସୁକାନ୍ତ କୁମାର ସାହୁ ଉପସ୍ଥିତ ରହିଥିବା ବେଳେ ହସ୍ପିଟାଲର ବିଶେଷଜ୍ଞ ପ୍ରାପ୍ତ ଡାକ୍ତର,ମେଡିକାଲ ଅଧକ୍ଷ ସଞ୍ଜୀବ ମିଶ୍ର, ପ୍ରିୟମ୍ବଦା ମିଶ୍ର, ଉମେଶ ମିଶ୍ର,କଳା କ୍ଷେତ୍ର ଓଡ଼ିଶାର ସଭାପତି ବାସୁଦେବ ମାଳବିଷୋୟୀ ଙ୍କ ସହିତ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଉପସ୍ଥିତ ରହିଥିଲେ। ସୂଚନା ଥାଉ କି କନ୍ଧମାଳ ଜିଲ୍ଲା ରେ ବିଭିନ୍ନ ବ୍ଲକ ରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ସତ କିନ୍ତୁ ଦୁଃଖ ର ବିଷୟ କେଉଁଠି ଡାକ୍ତର ଅଭାବ ତ କେଉଁଠି ଉପକରଣ ର ଅଭାବ ଯାହା ଫଳ ରେ ବିଭିନ୍ନ ସମୟ ରେ ଏହି ଅଞ୍ଚଳ ର ଜନସାଧାରଣ ଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ଆଧୁନିକରଣ ଯନ୍ତ୍ରପାତି ର ବ୍ୟବସ୍ଥା ରହିଥିବା ବେଳେ ବିଶେଷଜ୍ଞ ଡାକ୍ତର, ନର୍ସ ଓ କର୍ମଚାରି ଙ୍କୁ ନେଇ ହସ୍ପିଟାଲ ପରିଚାଲିତ ହୋଇଥିବା ବେଳେ କମ ମୂଲ୍ୟ ରେ ଗୁଣାତ୍ମକ ଚିକିଛା ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ଅଧକ୍ଷ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ଏହିଭଳି ଏକ ଅପହଞ୍ଚ ଇଲାକା ରେ ଏକ ଆଧୁନିକରଣ ସ୍ୱାସ୍ଥ୍ୟକେନ୍ଦ୍ର ପାଇ ଅଂଚଳବାସୀ ବହୁତ ଖୁସିଥିବା ଦେଖିବାକୁ ମିଳିଅଛି।
