ସମସ୍ୟା ଘେରରେ ଗୋପାଳପୁର ଶାସନ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଶାସନ ଗାଁ କୁ ନାହିଁ ଖଣ୍ଡିଏ ପକ୍କା ସଡ଼କ କି ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ । ଗାଁ ଦାଣ୍ଡରେ ଅଛି ବତୀଖୁଣ୍ଟ ହେଲେ ନାହିଁ ବିଜୁଳିବତୀ ସଞ୍ଜ ନଇଁଲେ ହୋଇଯାଏ କିଟି କିଟି ଅନ୍ଧାର ।ବିଭିନ୍ନ ସମସ୍ୟା ଭିତରେ ବୁଡିରହିଛନ୍ତ ଗାଁ ଲୋକେ ଯାହାକି ଆମେ ଆପଣଙ୍କୁ ସେଠିକାର ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ।ତେବେ ଦର୍ଶକ ବନ୍ଧୁ ସମସ୍ୟା ନେଇ ଅଭିଯୋଗ କରୁଛନ୍ତି ଗ୍ରାମବାସୀ ହେଲେ କେଉଁଠି ନା କେଉଁଠି ଅଟକି ଯାଉଛି ଆଉ ଗାଁ ଲୋକଙ୍କ ସମସ୍ୟା ସମାଧାନ ନେଇ ଗୁରୁତ୍ୱ ଦେଉନାହାନ୍ତି । ଗୋଟିଏ ପଟେ ସରକାରୀ କାର୍ଯ୍ଯରେ ସ୍ବଚ୍ଛତା ରଖିବା ପାଇଁ ରାଜ୍ୟ ସରକାର ବ୍ଯାପକ ପଦକ୍ଷେପ ନେଉଥିବା ବେଳେ ଏହି ଗାଁରେ ବିକାଶ ଆଣ୍ଠୁମାଡ଼ି ବସିପଡିଛି । ଫଳରେ ଗାଁରେ ଜନ ଅସୋନ୍ତଷ ବଢ଼ିବାରେ ଲାଗିଛି ଆଉ ଗ୍ରାମବାସୀଙ୍କ ମନରେ ନିରାଶ ଛାଇଗଲାଣି ।ଏଣୁକରି ଏହା ଜାଣିସୁଣି ବିଳମ୍ବ ପକ୍ରିୟାକୁ ନେଇ ଗାଁ ଲୋକଙ୍କ ସନ୍ଦେହ ହେଲାଣି କି ଆଲୋକିକରଣ ବାବଦରେ ଆସିଥିବା ବ୍ୟୟ ଅଟକଳ ଅର୍ଥ କାହା ଗର୍ଭରେ ପଡିଗଲା କି ? ତାହେଲେ ରାଜ୍ୟରେ ସରକାର ବଦଳିଛି ହେଲେ ଗାଁ ଲୋକଙ୍କ ପାଇଁ ପକ୍କା ସଡ଼କଟିଏ କି ଘରେ ଘରେ ପିଇବା ପାଣି ର ବ୍ଯବସ୍ଥା ନାହିଁ । ଆଉ ସେହିଭଳି ଆଉ ଗାଁ ଦାଣ୍ଡରେ ବିଜୁଳିବତୀ ଖୁଣ୍ଟ ରହିଛି ହେଲେ ରାତିସାରା ଅନ୍ଧାରରେ ରହୁଛନ୍ତି ।ହେଲେ ଏହି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ,ବ୍ଳକ ଅଧିକାରୀଙ୍କୁ ଗାଁ ଲୋକେ ଅଭିଯୋଗ କଲେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁନାହିଁ । ତାହେଲେ ପଞ୍ଚାୟତର ଆଲୋକିକରଣ ପାଇଁ ଆସିଥିବା ସରକାରୀ ଅର୍ଥ କାହା ଗର୍ଭରେ ପଡିଛି ବୋଲି ଗାଁ ଲୋକଙ୍କ ସନ୍ଦେହ ହେଲାଣି । ଏପରି ଏକ ସମସ୍ୟା ଗଞ୍ଜାମ ଜିଲ୍ଲାର ସୋରଡା ବ୍ଳକ ଅନ୍ତର୍ଗତ ଗୋପାଳପୁର ଶାସନରେ ଦେଖିବାକୁ ମିଳିଛି ।ଖବରମୁତାବକ ଦୀର୍ଘଦିନରୁ ପକ୍କା ସଡ଼କ ,ପିଇବା ପାଣି ,ଓ ଆଲୋକିକରଣ ପାଇଁ ସ୍ଥାନୀୟ ସରପଞ୍ଚ ,ବ୍ଳକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ବି ସମସ୍ୟା ପ୍ରତି ଗୁରୁତ୍ୱ ଦେଉନଥିବା ବେଳେ ଆଲୋକିକରଣ ପାଇଁ ଆସିଥିବା ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ କ୍ଯାମେରା ଆଗରେ ମୁହଁ ଖୋଲିଛନ୍ତି ।

Leave a Reply

Your email address will not be published. Required fields are marked *