ଟିକିରି ମୁଖ୍ୟ ବଜାର ରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି

ଟିକିରି ମୁଖ୍ୟ ବଜାର ରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତା ରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। କାରଣ ଟିକିରି ମୁଖ୍ୟ ରାସ୍ତା ହେଉଛି ଗୋଟିଏ ରାସ୍ତା ଯେଉଁ ରାସ୍ତା ଦେଇ କୋରାପୁଟ, ଲକ୍ଷ୍ମୀପୁର, ଦଶମନ୍ତପୁର ଓ ସେହି ପରି ଟିକିରି ନିକଟରେ ଥିବା କମ୍ପାନୀ ରହିଥିବା ରୁ ବିଭିନ୍ନ ଦିଗକୁ ବିଭିନ୍ନ ଗାଡି ଗୁଡା ଯାତାୟତ କରୁଥିବା ବେଳେ ସେହି ପରି ଗତକାଲି ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସରେ ରୋଗି ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଉଥିବା ସମୟରେ ଟିକିରି ମୁଖ୍ୟ ବଜାର କିଛି ସମୟ ପାଇଁ ଆମ୍ବୁଲାନ୍ସ ଗାଡ଼ି ଅଟକି ରହିଥିଲା । ଏହା ମୁଖ୍ୟ ସମସ୍ୟା ହେଲା କଡ଼ରେ ଯେଉଁ ସବୁ ଦୋକାନ ରହିଛି ସେଠାକାର ସାମଗ୍ରୀ କିଣିବାକୁ ଯିବା ସମୟରେ ରାସ୍ତା କଡରେ ଗାଡ଼ି ଗୁଡ଼ିକ ଠିଆ କରି ଚାଲିଯାଉଛନ୍ତି। ଯାହା ଫଳରେ ବିପରିତ ଦିଗରୁ ଭାରିଜାନ ଆସିଥିବା ଯୋଗୁଁ ସଦ୍ୟା ହେଲେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି। ଏପରିକି ଟିକିରି ଥାନା ପକ୍ଷରୁ ପେଟଲିଙ୍ଗ କରାଯାଉଛି କିନ୍ତୁ ଗୋଟିଏ ସାଇଡ଼ରେ ଯାଇ ଆସୁଥିବା ଅନ୍ୟ ସାଇଡ଼ରେ ଯିବା ଭିତରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *