ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ବ ” ବିଷୟକୁ ନେଇ ଶୋଭାଯାତ୍ରା ଓ ଶପଥ ପାଠ ।

“ଦୁର୍ନୀତି ନିବାରଣ ବିଭାଗ, ଯାଜପୁର , ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ଼ ଓ ଗ୍ଲୋରିୟସ ଇଂଲିଶ ମିଡିୟମ ସ୍କୁଲ, ଦଳା ର ମିଳିତ ଆନୁକୂଲ୍ୟରେ “ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ବ” ବିଷୟକୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭା ଯାତ୍ରା କୁ ମୁଖ୍ୟ ଅତିଥି କଳିଙ୍ଗନଗର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ସପନ କୁମାର ନନ୍ଦ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଶୋଭାଯାତ୍ରା ନହକା ଛକଠାରୁ ବାହାରି ଚୋରଦା ଓ କଲେଜ ଛକ ଦେଇ ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ପରିସରରେ ପହଞ୍ଚି ଥିଲା। ସେଠାରେ ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିବା ଦୁର୍ନୀତି ନିବାରଣ ବିଭାଗ, ଯାଜପୁର ର ଡି ଏସ ପି ଶ୍ରୀଯୁକ୍ତ ସୁଶିଲ କୁମାର ଏକା , ଡି ଏସ୍ ପି ଶ୍ରୀମତୀ ସୁଲୋଚନା ନାୟକ , ଏ ଏସ୍ ଆଇ ଶ୍ରୀକାନ୍ତ କୁମାର ନାୟକ, ପ୍ରଦୀପ କୁମାର ବେହେରା, ବିଶ୍ୱଜିତ୍ ଦାଶ , ଅନ୍ନଦା ଶଙ୍କର ମିଶ୍ର, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଶରତ କୁମାର ମଲ୍ଲିକ, ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ବାଇଁ, ପଦାର୍ଥ ବିଜ୍ଞାନ ମୁଖ୍ୟ ସନ୍ତୋଷ କୁମାର ରଥ, ଏନ୍ ସି ସି ସିଟିଓ ଶଶିକାନ୍ତ ଲେଙ୍କା, ଏନ୍ ଏସ୍ ଏସ୍ ଅଫିସର ତନ୍ମୟ କୁମାର ପୃଷ୍ଟି, କୃଷ୍ଣ ଚନ୍ଦ୍ର ମିଶ୍ର, ଓ୍ବାଇ ଆର୍ ସି କାଉନସେଲର ଡଃ ରଜତ କାନ୍ତ ଦାଶ, ସୁରେନ୍ଦ୍ର କୁମାର ସାହୁ, ଅତସିକୁସୁମ ନାୟକ,ବିଜୟ କୁମାର ବେହେରା ରୋଭର୍ସ କାଉନସେଲର ବିକାଶ କୁମାର ବେହେରା , ଗ୍ଲୋରିୟସ ଇଂଲିଶ ମିଡିୟମ ସ୍କୁଲ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପାଣିଗ୍ରାହୀ , ୧୫୦ ଜଣ ଏନ୍ ସି ସି କ୍ୟାଡେଟ ଓ ଅନ୍ୟ ୪୫୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଣଶିକ୍ଷକ କର୍ମଚାରୀଙ୍କୁ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଶପଥ ପାଠ କରାଇଥିଲେ।ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *