ବାଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ନିର୍ଯ୍ୟାତନା ପ୍ରତିବାଦ ରେ ଶୋଭାଯାତ୍ରା

ବାଂଲାଦେଶରେ ହିନ୍ଦୁ ନିର୍ଯ୍ୟାତନା, ଗଣହତ୍ୟା, ଗିରଫଦାରୀ ଏବଂ ମନ୍ଦିର ଭାଙ୍ଗିବା ବିରୋଧରେ ଜଗତସିଂହପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଜନ ଜାଗରଣ ଶୋଭଯାତ୍ରା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ଅବସରରେ ଆୟୋଜିତ ଶୋଭଯାତ୍ରା ସ୍ଥାନୀୟ କଲେଜ ଛକ ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ବହୁ ସାଧୁସନ୍ଥ, ସମାଜସେବୀ,ଛାତ୍ର ସଂଗଠନ, ସାମାଜିକ ଅନୁଷ୍ଠାନ ପ୍ରମୁଖ ଯୋଗ ଦେଇ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଆଲୋକପାତ କରିବା ସହିତ ସନାତନ ଧର୍ମର ସୁରକ୍ଷା ଉପରେ ଜନ ଜାଗରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *