ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ଦୀପ ବିକ୍ରି ଷ୍ଟଲ ଉଦଘାଟିତ
ପୁରୀ ୧୬/୧୦ ଓରମାସ ପକ୍ଷରୁ ଉତ୍ପାଦକ ଗୋଷ୍ଠୀ ଙ୍କୁ ପ୍ରୋତ୍ସାହନ ପୂର୍ବକ ଆମ ସଂସ୍କୃତି ଓ ପରମ୍ପରା କୁ ଋଦ୍ଧିମନ୍ତ କରିବାର ପ୍ରୟାସ କରାଯାଇଛି।ବଡଶଙ୍ଖ ଠାରେ ଆଗାମୀ ଦୀପାବଳି କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ୭ ଗୋଟି ଉତ୍ପାଦକ ଗୋଷ୍ଠୀ ବିଭିନ୍ନ ପ୍ରକାର ର ଦୀପ ବିକ୍ରି କରିବାର ବ୍ୟବସ୍ଥା ଓରମାସ ପକ୍ଷରୁ କରାଯାଇଛି।ଆଜି ସଂଧ୍ୟାରେ ଏହାକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଉଦଘାଟନ କରିଥିଲେ।ଏଥିରେ ଓରମାସ ର ଡେପୁଟି ସିଇଓ ନିଗମ ଚରଣ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଏହା ଖୋଲା ରହିବ।ପ୍ରକୃତି ଓ ପରିବେଶ ଉପଯୋଗୀ ଏହି ଦୀପ ଗୁଡିକୁ ଜନ ସାଧାରଣ କିଣିବାକୁ ଓରମାସ ଓ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ଅନୁରୋଧ କରାଯାଇଛି।
