ସାମ୍ବାଦିକମାନଙ୍କର ପେଶାଗତ ଦକ୍ଷତା ମାନବ କଲ୍ୟାଣାଭିମୁଖ୍ ହେବା ଉଚିତ୍ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ |
ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳିତ ହୋଇ ଆସୁଥିବା ଜାତୀୟ ପ୍ରେସ ଦିବସକୁ ଭଦ୍ରକ ଜିଲ୍ଲାସ୍ତରରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି ।ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନିକଟ ଅତୀତରେ ଭଦ୍ରକ ଜିଲ୍ଲାରେ ଘଟିଯାଇଥିବା ବାତ୍ୟା ‘ଦାନା’ ଓ ତତ୍ରପରବର୍ତ୍ତୀ ବନ୍ୟା ଜନିତ ପରିସ୍ଥିତିରେ ସାମ୍ବାଦିକମାନେ ପ୍ରଶାସନକୁ ସଚେତନ ଓ ସହଯୋଗ କରିବା ସହିତ ପ୍ରଶାସନର ଅପହଞ୍ଚ ଇଲାକା ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ଭଳି ସମାଜ କଲ୍ୟାଣ ଆଭିମୁଖ୍ୟର ଅନୁଭବ ଆଧାରିତ ଉଦାହରଣ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ ନିର୍ଦ୍ଧାରିତ ଥିବା ବିଷୟ ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ଵରୂପ ଶୀର୍ଷକ ସମ୍ବନ୍ଧରେ ଆଲୋଚନା କରିବାକୁ ଯାଇ ପ୍ରକାଶ କରିଥିଲେ କି ସମୟ ଓ ଜ୍ଞାନ କୌଶଳ ସହିତ ତାଳ ଦେଇ ଗଣ ମାଧ୍ୟମର ପରିବର୍ଲିତ ସ୍ଵରୂପ ଯେପରି ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି ଗଣ ମାଧ୍ୟମ ପ୍ରତିନିଧୂମାନେ ମଧ୍ୟ ତାହା ସହ ତାଳଦେଇ ନିଷ୍ଠାର ସହ ସ୍ବଚ୍ଛତା, ନିରପେକ୍ଷତା ଅବଲମ୍ବନ ପୂର୍ବକ ନିଜର ପେଷାଗତ ଦକ୍ଷତାକୁ ପରିବର୍ତ୍ତନଶୀଳ କରାଇପାରିଲେ ଗଣମାଧ୍ୟମର । ମହାନ ଆଭିମୁଖ୍ୟ ସମାଜ ସେବା ଓ ମାନବିକତା ନୀତିର ପ୍ରକୃତ ପ୍ରତିଫଳନ ହୋଇପାରିବ ।

ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନନ୍ଦ ଦୁଲାଲ ଦାସ, ରବିନାରାୟଣ ଖୁଲାର, ଜ୍ଞାନ ପ୍ରକାଶ ପାଣି, ଶ୍ରୀକାନ୍ତ ତ୍ରିପାଠୀ, ପ୍ରିୟଦର୍ଶନ ଶୁଭବ୍ରତ ବୋଇତି, ଉମାକଲ୍ୟାଣ ମହାପାତ୍ର, ପାର୍ଥ ସାରଥୀ ନାୟକ, ଶିବାନନ୍ଦ ଦାସ ପ୍ରମୁଖ 6 ଜଣ ପ୍ରଦର ଆଲୋକ ପାତ ବିଷୟ ସମ୍ବନ୍ଧରେ ଆଲୋଚନା କରି ଗଣ ମାଧ୍ଯମର ପରିବର୍ତନଶୀଳ ସ୍ବରୂପ ସୁପ୍ରଭାବିତ ପ୍ରତିଛବି ଦେଖୁବାକୁ ହେଲେ ସାମ୍ବାଦିକ ବୃଦ୍ଧିରେ, ମାନସିକତାରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ ଆବଶ୍ୟକତା ବୋଲି ପ୍ରକାଶ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧୁକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବ୍ଲକରୁ ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଳେ ଲେ । ସାମ୍ବାଦିକ ନରେନ୍ଦ୍ର କୁମାର ପ୍ରମୁଖ ମଧ୍ୟ ବକ୍ତବ୍ୟ ଜରିଆରେ ନିଜର ସାମଲ, ରମେଶ ଚନ୍ଦ୍ର ମଲ୍ଲିକ୍, ପ୍ରଦୀପ କୁମାର ମହାପାତ୍ର, ଅକ୍ଷୟ କୁମାର ବଳ ମତାମତ ପ୍ରକାଶ କରିଥିଲେ ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
