ଗୟଳମୁଣ୍ଡାରେ ଜଙ୍ଗଲ ନିଆଁ ନିବାରଣ ଓ ହାତୀ ମଣିଷ ବିବାଦ କମାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୟଳମୁଣ୍ଡାରେ ଜଙ୍ଗଲ ନିଆଁ ନିବାରଣ ଓ ହାତୀ ମଣିଷ ବିବାଦ କମାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ l ଆନନ୍ଦପୁର ବ୍ଲକ୍ ଅଧୀନସ୍ଥ ଗୟଳମୁଣ୍ଡା ପଞ୍ଚାୟତ ସ୍ଥିତ ଓଲେଇକୁଣ୍ଡି ଗ୍ରାମରେ ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁଙ୍କ ନେତୃତ୍ଵରେ ଜଙ୍ଗଲ ନିଆଁ ନିବାରଣ, ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ହାତୀ ମଣିଷ ବିବାଦ କମାଇବାପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଡ଼ିଏରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଜଙ୍ଗଲ ନିଆଁର ଭୟାବହତା ଏବଂ ହାତୀ ମଣିଷ ବିବାଦ ସମ୍ପର୍କରେ ଶ୍ରୀ ସାହୁ ବିସ୍ତୃତ ଆଲୋଚନା କରିଥିଲେ । ଆଗାମୀ ଦିନରେ ଖରାର ପ୍ରକୋପ ବଢ଼ିବ ଥିବାରୁ ଏ ଦିଗରେ ଅଧିକ ଯତ୍ନଶୀଳ ହେବାପାଇଁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ଏଥିରେ ଓଲେଇକୁଣ୍ଡି ଗ୍ରାମର ରାମ ନିରୂପା, ସମାଜସେବୀ ରାଜ୍ କିଶୋର ବାରିକ, ରଞ୍ଜିତ୍ ନାୟକ ସହଯୋଗ କରିଥିଲେ । ଆଗାମୀ ଦିନର ଅଧିକରୁ ଅଧିକ ସଚେତନତା ଶିବିର ଆୟୋଜନ କରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
