ପ୍ରକଳ୍ପ ସ୍ତରୀୟ ରଜ ମହୋତ୍ସବ ଅଦ୍ଵିକା କିଶୋରୀ ସୁଭଦ୍ରା ଦିବସ

ତା ୧୪/୦୬/୨୦୨୫ ରିଖ ଶନିବାର ଦିନ ପ୍ରକଳ୍ପ ସ୍ତରୀୟ ଅଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପରିଚୟ ଉପରେ ପୁରୀ ମୁନିସିପାଲିଟି ଅଧୀନରେ ଥିବା ୮୦ ଟି ଅଙ୍ଗନୱାଡି କେନ୍ଦ୍ରର ସମସ୍ତ କିଶୋରୀ ଓ କିଶୋର ମାନଙ୍କୁ ନେଇ ସ୍ଥାନୀୟ ବୁଢୀମା ତୋଟା, ମାର୍କଣ୍ଡେଶ୍ୱର ସାହି ଠାରେ ରଜ ମହୋତ୍ସବ ପାଳନ କରାଯାଇଥିଲା. ଏଥିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ତନୁପ୍ରଭା ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ. ଏବଂ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଚନ୍ଦ୍ରପ୍ରଭା ଦେଇ, ଓ ସୁହାଗୀ ହେମ୍ବ୍ରମ ମଧ୍ୟ ଯୋଗ ଦେଇଥିଲେ. ସମନୀତ୍ୱ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ତ୍ରିପାଠୀ, ଏହାକୁ ସଂଯୋଜନା କରିଥିଲେ ଏବଂ କାର୍ଯାଳୟର ସମସ୍ତ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀ, ସହାୟିକା ମାନେ ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବାକୁ ସହଯୋଗ କରିଥିଲେ.

ଏହି କାର୍ଯ୍ୟକ୍ରମ ରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ପୁଚି, ମ୍ୟୁଜିକ ଚେୟାର, ରାମ୍ପ ଶୋ, ରିଲ୍ସ, ରଜ ମୁକୁଟ ତିଆରି ପ୍ରତିଯୋଗିତା ହୋଇଥିଲା. ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା. ପରେ କର୍ମୀ ଭଉଣୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ପିଠା ପଣା ପ୍ରଦର୍ଶନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ କୁ ସମସ୍ତେ ଉତ୍ସାହିତ ସହକାରେ ପାଳନ କରିଥିଲେ.

Leave a Reply

Your email address will not be published. Required fields are marked *