ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ
ଭଦ୍ରକ : ଭଦ୍ରକ ସହର ପୁରୁଣା ବଜାରର ବିଶିଷ୍ଟ ବ୍ୟବସାୟୀ ହରେକୃଷ୍ଣ ସାହୁଙ୍କର (୯୧) ଆଚାର୍ଯ୍ୟନଗରସ୍ଥିତ ବାସଭବନରେ ବିୟୋଗ ହୋଇଛି l ଭଦ୍ରକ ତଥା ପୁରୁଣାବଜାରର ପ୍ରଥମ ପୁସ୍ତକ ବିକ୍ରେତା ନାଲୁବାବୁ ଭାବେ ସେ ବେଶ ଜଣାଶୁଣା ଥିଲେ l ସ୍ବର୍ଗତ ସାହୁ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତିତ୍ବ ଥିଲେ l ତାଙ୍କର ପରଲୋକରେ ଭଦ୍ରକ ତଥା ପୁରୁଣାବଜାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ଏହି ଦୁଃଖଦ ଖବର ପାଇ ବନ୍ଧୁ, ପରିଜନ ଏବଂ ସହରର ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତିମାନେ ଅନ୍ତିମ ଦର୍ଶନ କରିଥିଲେ l ଅନ୍ତିମଶଯ୍ୟା ନିକଟରେ ସ୍ତ୍ରୀ, ପୁତ୍ର, ପୁତ୍ରବଧୂ, ନାତି, ନାତୁଣୀ ତଥା ଜ୍ଞାତି କୁଟୁମ୍ବ ଉପସ୍ଥିତ ରହିଥିଲେ l ଅନ୍ତିମ ସଂସ୍କାର ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିଲା l
