ବିଶିଷ୍ଟ କୃଷକ ନେତା ଜଗନ୍ନାଥ ମିଶ୍ର ଙ୍କର ମରଶରୀର mkcg କୁ ଦାନ କରାଗଲା।-
ବିଶିଷ୍ଟ କୃଷକ ତଥା ସିପିଏମର ବରିଷ୍ଠ ନେତା ଜଗନ୍ନାଥ ମିଶ୍ରଙ୍କର ମରଶରୀର mkcg ମେଡିକାଲ କଲେଜକୁ ଦାନ କରାଯାଇଛି।ବ୍ରହ୍ମପୁର – ଆଜି ମରଶରୀରକୁ ସିପିଏମ ଜିଲ୍ଲା କାର୍ଯ୍ୟାଳୟକୁ ନିଆଯାଇଥିଲା।ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ଶହ ଶହ ସିପିଏମ କର୍ମୀ ,ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରୟାତ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସିପିଏମ କେନ୍ଦ୍ର କମିଟି ସଭ୍ୟ ଅଳି କିଶୋର ପଟ୍ଟନାୟକ ଜଗନ୍ନାଥ ମିଶ୍ରଙ୍କ ମରଶରୀର ଉପରେ ପାର୍ଟିର ଲାଲ ପତାକା ପକାଇଥିଲେ।ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ନେତା ଜନାର୍ଦ୍ଦନ ପତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଭୀମସେନ ଦଳାଇ, ବିଜେଡି ନେତା ସୁବାଷ ମହାରଣା, କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, ସୁରେନ୍ଦ୍ର ମହାରଣା, ମଳୟ ବିଶୋଇ, ସିପିଆଇ ନେତା ପ୍ରବୀଣ ଦାସ ,ସି ପି ଆଇ ଏମ ଲ ନିୟୁ ଡେମୋକ୍ରେସି ନେତା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଏସ ୟୁ ସି ଆଇ ନେତା ଵିଷ୍ଣୁ ଦାସ, ସି ପି ଏମ ଏଲ ର ଶଙ୍କର ସାହୁ, ଆପ ନେତା ଆଦିତ୍ୟ ରଥ, ଫରୱାର୍ଡ ବ୍ଲକର ସନ୍ତୋଷ ସାହୁ, ପରିବେଶବିତ୍ତ ପ୍ରଫୁଲ ସାମନ୍ତରାୟ, ବାମପନ୍ଥୀ ନେତା ସନ୍ତୋଷ ମହାପାତ୍ର, ଦଣ୍ଡପାଣି ମହାନ୍ତି, ବିଶିଷ୍ଟ ଆଇନଜୀବୀ ବସନ୍ତ ପଣ୍ଡା ,ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୈଳାଶ ଷଡଙ୍ଗୀ, ହରୀକୃଷ୍ଣ ରେଡି, ବିଦ୍ୟାଧର ଜେନା, ରାମଚନ୍ଦ୍ର ନାୟକ, ଦିଲିପ ଛୋଟରାୟ, ପ୍ରତାପ ଚୌଧୁରୀ ଓ ଶିବପ୍ରସାଦ ମହାପାତ୍ର ଙ୍କ ସମେତ ସିପିଏମର ରାଜ୍ୟ ନେତୃବୃନ୍ଦ, ଶ୍ରମିକ, କୃଷକ, ମହିଳା, ଛାତ୍ର, ଯୁବ ସଂଗଠନର ରାଜ୍ୟ କର୍ମକର୍ତ୍ତା, ପୁରୀ, ନୟାଗଡ଼ ଓ ଗଜପତି ଜିଲ୍ଲାର ସିପିଏମ ଜିଲ୍ଲା ନେତାଙ୍କ ସମେତ ଜିଲ୍ଲାର ଓକିଲ, ସାମ୍ବାଦିକ,ସଂସୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ବହୁ ବ୍ୟକ୍ତି ପ୍ରୟାତ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଙ୍କର ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ।ସେଠାରୁ ଶହ ଶହ କର୍ମୀ ତାଙ୍କ ମରଶରୀରକୁ mkcg ମେଡ଼ିକାଲ କଲେଜକୁ ଚିକିତ୍ସା ବିଜ୍ଞାନର ଉନ୍ନତି ପାଇଁ ପ୍ରଦାନ କରାଯାଇଥିଲା।ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଚିତ୍ରା ଦାସ, ଅନାଟୋମି ବିଭାଗର ମୁଖ୍ୟ ପ୍ରଫେସର ସାଗର ପୃଷ୍ଟି ମରଶରୀରକୁ ଗ୍ରହଣ କରିଥିଲେ।ଗତକାଲି ତାଙ୍କର ଦୁଇଟି ଚକ୍ଷୁ ମଧ୍ୟ mkcg ର ଚକ୍ଷୁ ଭଣ୍ଡାରକୁ ଦାନ କରାଯାଇଥିଲା।ତାଙ୍କର ମୃତ୍ୟୁ ରାଜ୍ୟର ଚାଷୀ ଆନ୍ଦୋଳନ ପାଇଁ ଏକ ଅପୁରଣୀୟ କ୍ଷତି ବୋଲିମତ ପ୍ରକାଶ କରିଥିଲେ।
