ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧନା।
ପୁରୀ ୨୬/୧ ପୁରୀ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲକ୍ସ ଠାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ଦିବସ ର ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୭ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସଫ୍ଟବଲର ବରିଷ୍ଠ କୋଚ ରାଜ କିଶୋର ପଟ୍ଟନାୟକ,କ୍ରୀଡାବିତ ମୁନ୍ମୟୀ ଦାଶ, ଲକ୍ଷ୍ମୀ ନାରାୟଣ ମହାପାତ୍ର,

ଅଂଶୁମାନ କର, ଅର୍ଚ୍ଚନା ପ୍ରଧାନ, ଅମର ଜ୍ୟୋତି ବଳିଆରସିଂ,ସୌମ୍ୟ ରଞ୍ଜନ ସ୍ବାଇଁ, ଶୁଭମ ବିଶ୍ୱାଳ,ମୌସୁମୀ ଦାସ,ଆରାଧ୍ୟା ଶତାକ୍ଷୀ ମିଶ୍ର, ରୁଦ୍ରାଦିତ୍ୟ ନାୟକ, ଆୟୁଷ୍ମାନ ମିଶ୍ର, ଆୟୁଷ ଗୌଡୁ,ମା ଭୈରବୀ ଶ୍ରେଷ୍ଠ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦକ ମମତା ରାଣୀ ପାଇକରାୟ, , ଅଙ୍ଗନବାଡ଼ି କର୍ମୀ ବିଜୟଲକ୍ଷ୍ମୀ ସ୍ବାଇଁ,ସଫେଇ କର୍ମଚାରୀ ଅର୍ଜୁନ ନାଏକ ଓ ଚାରୁ ଦେଇ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସ ପି ବିନୀତ ଅଗ୍ରୱ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
