ମାଟି ମଣ୍ଡପ ସାହି ଉତ୍ତର କାଳୀ ଆଖଡ଼ା ପକ୍ଷରୁ ଦାବାଗ୍ନି ଲୀଲା ପ୍ରସ୍ତାବ

ମାଟି ମଣ୍ଡପ ସାହି ଉତ୍ତର କାଳୀ ଆଖଡ଼ା ପକ୍ଷରୁ ଦାବାଗ୍ନି ଲୀଲା ପ୍ରସ୍ତାବ.ମଦନ ମୋହନ ଦ୍ଵାରା ନିହିତ ହେଲେ ଦାବାଗ୍ନି ରାକ୍ଷସ. ଜନ୍ମାଷ୍ଟମୀ ଠାରୁ କଂସ ବଧ ପଯ୍ୟନ୍ତ ଶ୍ରୀକ୍ଷେତ୍ର ରେ ଶ୍ରି ମନ୍ଦିରୀ ରେ ଚାଲିଥାଏ କୃଷ୍ଣ ଲୀଲା ପାରମ୍ପରିକ ମହୋତ୍ସବ. ବଲରା ଶ୍ରୀ ଭେଶ ରେ ବାସୁଦେବ ପାଢି, ଶ୍ରୀକୃଷ୍ଣ ଭେଶ ରେ ଶୌରଭ ମହାପାତ୍ର, ଦାବାଗ୍ନି ରାକ୍ଷସ ରୂପେ ଦୂର୍ଗାପ୍ରସାଦ ଦାସ ଭେଶ ହେବା ସହିତ ଶ୍ରୀମନ୍ଦିର କୁ ଯାଇ ସେଠାରେ ନୀତି ସମ୍ପନ୍ନ କରି ଥିଲେ. ସନ୍ଧ୍ୟା ଧୂପ ସରିବା ପରେ ମହାଜନ ସେବକ ଦ୍ଵାରା ଦକ୍ଷିଣ ଘରୁ ବାହାରିବା ରତ୍ନସିଂହାସନ କୁ ବିଜେ କରିଥାନ୍ତି ଓ ସେଠାରୁ ଆଜ୍ଞା ମାଲ ପାଇ ଜୟ ବିଜଯ ଦ୍ଵାର ପାଖ ରେ ପଡ଼ିଥିବା ଖଟ ଉପରେ ବିରାଜମାନ କରିବା ସହିତ ସେଠାରେ ପୂଜାପଣ୍ଡା ଙ୍କ ଦ୍ଵାରା ପୂଜା ଅର୍ଚନା ଆରତି କରାଯାଇଥାଏ. ଦାବାଗ୍ନି ରାକ୍ଷସ ଆଜ୍ଞା ମାଳ ପାଇ କୃଷ୍ନ ବଲରାମ ଙ୍କ ସହିତ ଯୁଧ୍ୟ ର ପ୍ରସ୍ତାବ ଦିଅଯାଇଥାଏ. ଏହି ଯୁଦ୍ଧ ରେ କୃଷ୍ଣ ବଳରାମ ଙ୍କ ହାତ ରେ ଦାବାଗ୍ନି ରାକ୍ଷସ ର ନିହିତ ହୋଇଥାଏ. ଶ୍ରୀ ମନ୍ଦିର ରେ ଏହି ନୀତି ସରିବା ପରେ ଭେଷ ହୋଇ ଥିବା କଳାକାର ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲିବା ସହିତ ପଡୋଶୀ ସାହି କାଳିକା ଦେବୀ ସାହି ଦେଇ ନିଜ୍ ଆଖଡ଼ା କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି. ଏହି କାଯ୍ୟକ୍ରମ ରେ ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ମୋହନ ମହାପାତ୍ର,ଗଣେଶ୍ଵର ମହାସୁଆର, ନାରାୟଣ ମହାପାତ୍ର, କ୍ରୀତଦାସ ମହାପାତ୍ର, ଗୌରୀ ଶଙ୍କର ଶତପଥୀ, ଗଣେଶ ମହାପାତ୍ର, ଓ ମାଟି ମଣ୍ଡପ ସାହି ଉତ୍ତର କାଲି ଆଖଡି ସମସ୍ତମାନ୍ୟ ଗଣ୍ୟ, ସଦସ୍ୟ ମାନେ ଉପସ୍ଥିତ ରହି ଏହି କାଯ୍ୟକ୍ରମ କୁ ସମ୍ପାଦନା କରିବା ସହିତ ଚଳିତ ବର୍ଷ ଏହି କାଯ୍ୟକ୍ରମକୁ ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତା ରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ର୍ ସହଯୋଗୀତା ରେ ଅର୍ଥ ରାଶି ବଢ଼ିବା ସହିତ କଳାକାର ଙ୍କ ପାଇଁ ଆଲୋକ ଓ ବାଦ୍ୟର ବ୍ୟବସ୍ଥା କରିଥିବା ରୁ ଆଠ ସାହି ଆଖଡା ପକ୍ଷ୍ୟରୁ ଜିଲ୍ଲା ପ୍ରଶାସକ ଓ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ଅଛନ୍ତି.

Leave a Reply

Your email address will not be published. Required fields are marked *