ଇସି କର୍ମୀଙ୍କ ପୁନର୍ଗଠନ ପ୍ରକ୍ରିୟାକୁ ବିରୋଧ।ବନ୍ଦ ପାଇଁ ମହିଳା ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ।

ରଘୁନାଥପୁର:-୧୯/୯()ରଘୁନାଥପୁର ବ୍ଲକ ୧୯ ଗୋଟି ଜିପିଏଲଏଫ(ଗ୍ରାମପଞ୍ଚାୟତ ଲେବୁଲ ଫେଡେରେଶନ)ଇସି ମେମ୍ବର ଓ (ବିଏଲଏଫ) ଇସି କର୍ମୀଙ୍କ ପୁନର୍ଗଠନ ପ୍ରକ୍ରିୟାକୁ ବିରୋଧ।ବନ୍ଦ ପାଇଁ ମହିଳା ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ।ବ୍ଲକ ଲେବୁଲ ଫେଡେରେଶନର ସଦସ୍ୟମାନେ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଇସି କର୍ମୀଙ୍କ ପୁନର୍ଗଠନ ପ୍ରକ୍ରିୟାକୁ ବିରୋଧ କରି ଏହାକୁ ବନ୍ଦ ରଖିବା ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଶୁକ୍ରବାର ବିଭିନ୍ନ ପଞ୍ଚାୟତର ଇସି ମେମ୍ବରମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବା ସହ ଅଧୁନା ଇସି କର୍ମୀ ପୁନର୍ଗଠନ ପ୍ରକ୍ରିୟା ହାଇକୋର୍ଟରେ ବିଚାରାଧୀନ ଥିବାରୁ ପଞ୍ଚାୟତ ସ୍ତରରେ ଏହାକୁ ବନ୍ଦ ରଖିବା ପାଇଁ ମହିଳାମାନେ ଦାବୀ କରିଥିଲେ।ଏହାଛଡା ଯେଉଁଠି ସିଏଲଏଫ ପରିବର୍ତ୍ତନ କରାଯାଉଛି ଅନୁରୂପ ଭାବେ ତାକୁ ମଧ୍ଯ ବନ୍ଦ କରିବା ପାଇଁ ମହିଳା ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।ଅନ୍ନପୂର୍ଣ୍ଣା ଶତପଥୀ, ପଲ୍ଲିପୁଷ୍ପା ମହାନ୍ତି,ପ୍ରତିମା ନାୟକ,ଜାହ୍ନବୀ ମହାନ୍ତି, ଫରିଦା ଖାତୁନ,ହସିନା ବିବି,ଆଫ୍ରୋଜା ଖାତୁନ,ନିହାରିକା ମାହାଳି,ମିନତି ସାମଲ,କଳ୍ପନା ସ୍ବାଇଁଙ୍କ ସହ ଅନ୍ୟମାନେ ମିଳିତ ଭାବେ ଆସି ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *