ଭେନେଜୁଏଲ୍ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ସ୍ତ୍ରୀ ଙ୍କୁ ଆମେରିକାବନ୍ଦୀ କରିବା ପ୍ରତିବାଦ
ଭେନେଜୁଏଲ୍ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ସ୍ତ୍ରୀ ଙ୍କୁ ଆମେରିକାବନ୍ଦୀ କରିବା ପ୍ରତିବାଦ ରେ ବାମଦଳ ତରଫରୁ ପୁରୀ ରେ ପଥସଭା-ଭେନେଜୁଏଲା ଉପରେ ଆମେରିକା ର ଖୋଲାଖୋଲି ଆକ୍ରମଣ ଓ ସସସ୍ତ୍ର ବାହୀନି ଦ୍ୱାରା ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ଧର୍ମ ପତ୍ନି ଙ୍କୁ ବନ୍ଦୀ କରି ନ୍ୟୁ ୟ ର୍କ ଜେଲ ରେ ରଖିବା କୁ ବିଶ୍ଵ ବାସି ନିନ୍ଦା କରିଛନ୍ତି। ଗୋଟେ ଦେଶ ର ସାର୍ଵଭଉମାତ୍ଵ ଓ ନିର୍ବାଚିତ ସରକାର୍ କୁ ଅନ୍ୟ ଏକ ଦେଶ ଆମେରିକା ର ଟ୍ରମ୍ପ ପ୍ରଶାସନ ଯେଉଁ ଭଳି ଭାବେ ବନ୍ଦୀ କରି ନେଲେ ତାହା ଜାତିସଙ୍ଗ ସନନ୍ଦର ପରିପନ୍ଥୀ ଓ ବେଆଇନ। ଭେନେଜୁଏଲ ର ତୈଳ ଭଣ୍ଡାର, ପ୍ରାକୃତିକ ଗ୍ୟାସ୍, ସୁନା ଖଣି, ଖଣିଜ ପଦାର୍ଥ ଉପରେ ଆମେରିକାର ଲକ୍ଷ୍ୟ। ତାକୁ କବଜା କରିବା ର ଷଡଯନ୍ତ୍ର ରଚନା କରି ଟ୍ରମ୍ପ୍ ବାହୀନି ମଦୁରୋ ବିରୁଦ୍ଧରେ ବିଭ୍ରାନ୍ତି କର ତଥ୍ୟ ଦେଇ ନିଜେ ସୁନପୁଅ ସାଜିଛି। ବିଶ୍ଵ ସମୁଦାୟ ଆମେରିକା ର ଏଇ ଅଗଣତାନ୍ତ୍ରିକ ମନୋଭାବ କୁ ନିନ୍ଦା କରିଛି।

ପୂରୀ ରେ ବାମଦଳ ମାନଙ୍କ ତରଫରୁ ମାର୍କେଟ ଛକ ରେ ପ୍ରତିବାଦ ଆନ୍ଦୋଳନ ସଭାରେ ରେ ସିପି ଆଇ ଏମ ର ଜଗନ୍ନାଥ ଦେଓ, ଶରତ କୁମାର ରାୟଗୁରୁ, ଭୀମସେନ ସ୍ୱାଇଁ,ସୁରେନ୍ଦ୍ର ଜେନା, ସି ପୀ ଆଇ ର ବ୍ରାଜବନ୍ଧୁ ପ୍ରଧାନ, ହରିହର ସେନାପତି, ପ୍ରଦୀପ୍ତ ମହାନ୍ତି,, ସି ପି ଆଇ ଏମ ଏଲ୍ ର ମୋହନ ନାଇଡୁ ଓ ପିତବାସ ବେହେରା,ସୁରେନ୍ଦ୍ର ତପଶୁ, ପବିତ୍ର ଦଳାଇ,ମନୋରଞ୍ଜନ ମହାରଣା, ଦୀନବନ୍ଧୁ ପ୍ରଧାନପ୍ରମୁଖ କହିଲେ ଯେ,ରାଷ୍ଟ୍ରପତି ମଦୂରୋ ଓ ତାଙ୍କ ସ୍ତ୍ରୀ ଙ୍କୁ ଅବିଳମ୍ବେ ଖଲାସ କରାଯାଉ ଜାତି ସଂଘ୍ ଓ ଆନ୍ତର୍ଜାତିକ ନ୍ୟାୟାଳୟ ରେ ପ୍ରସଂଗ ବିଚାର କରି ଟ୍ରମ୍ପ ବିରୁଦ୍ଧରେ ଦଣ୍ଡ ବିଧାନ କରାଯାଉ। ଭାରତ ର ମୋଦୀ ସରକାର୍ ଏହାକୁ ନିନ୍ଦା କରି ବିବୃତ୍ତି ଦେବାକୁ ଦାବି l
