ଗଣତାନ୍ତ୍ରିକ ମହିଳା ସମିତି ର ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ
ଦେଶ ରେ ମାଇକ୍ରୋଫାଇନାନ୍ସ ସଂସ୍ଥା ମାନେ ଏସ୍ ଏସ ଜି ମହିଳା ଗୋଷ୍ଟି ଙ୍କୁ ଶୋଷଣ କରୁଛନ୍ତି।। ମହିଳା ସଶକ୍ତିକରଣ ନାଁ ରେ ସଂପୃକ୍ତ ସଂସ୍ଥା ଅଧିକ ସୁଧ ଆଦାୟ କରୁ ଛନ୍ତି। ଋଣ ଦେବା ପାଇଁ ଲାଞ୍ଚ କାରବାର ହେଉଛି। ଉଦ୍ଦେଶ୍ୟ ସାଧିତ ହେଉନି। ଋଣ ଭାର ରେ ମହିଳା ଆତ୍ମ ହତ୍ୟା କରୁଛନ୍ତି। ଏହା ବୀରୁଧରେ ଆଜି ଅଖିଳ ଭାରତ ଗଣ ତାନ୍ତ୍ରିକ ମହିଳା ସମିତି ପୁରୀ ଜିଲ୍ଲା କମିଟି ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ କରି ଦାବୀ ପତ୍ର ଦେଇଛନ୍ତି। ଏଥିରେ ଦାବୀ କରାଯାଉଛି ଜେ ସ୍ଵୟଂ ସହାୟକ ଗୋଷ୍ଟୀ ମାନଙ୍କୁ ସରଳ ପଦ୍ଧତି ରେ ସମସ୍ତ ସରକାରୀ ବ୍ୟାଙ୍କ୍ ଦ୍ଵାରା ବିନା ସୁଧରେ ଋଣ ପ୍ରଦାନ୍, ଋଣ ପ୍ରଦାନ୍ ରେ ମହିଳା ମାନଙ୍କୁ ଅଗ୍ରାଧିକାର ଆଉ ସ୍ଵତନ୍ତ୍ର ବ୍ୟବସ୍ତା, 50ଲକ୍ଷ ଟଙ୍କା ଋଣ ଦେବା ପାଇଁ ବ୍ୟବସ୍ତା ଓ ସିବିଲ ପାଇଁ ବାଧ୍ୟ ନକରିବା, କୋଭିଡ ବେଳ ର ନେଇ ଥିବା କିସ୍ତି ଓ ଜୋରିମାନା କୁ ଫେରସ୍ତ କରିବା, ମାଇକ୍ରୋ ଫାଇନନ୍ସ ଓ ବେସରକାରୀ ସଂସ୍ଥା ଋଣ ର ସୁଧ 12ଶତକଡା, ରଖି ସେମାନଙ୍କ ଦ୍ଵାରା ମହିଳା ମାନଙ୍କଉପରେ ହେଉଥିବା ନିର୍ଯାତନା ର ଅଭିଯୋଗ ସମାଧାନ ନିମନ୍ତେ ବ୍ଲକ ରେ ସ୍ଵତନ୍ତ୍ର ପ୍ରକୋଷ୍ଠ, ମ ନ ରେଗା ରେ ମହିଳା ମାନଙ୍କୁ ୨୦୦ଦିନ ର କାମ ପାଇଁ ଜିଲ୍ଲା ସଭାନେତ୍ରୀ ଶୈଳବଳା ତ୍ରୀପାଠୀ,ଉପ ସଭାନେତ୍ରୀ ହାରା ମଣି ମହାପାତ୍ର, ସମ୍ପାଦିକା ଜ୍ୟୋସ୍ନା ରାଣୀ ସୁବୁଦ୍ଧି, ସୁଷମା ସାହୁ, ବିଷ୍ଣୁ ମିଶ୍ର, ତରୁଲତା ମିଶ୍ର କୋକିଳ ବେହେରା, ଝୁନା ମଣି ମହାପାତ୍ର ପ୍ରମୁଖ ଦାବୀ କରିଛନ୍ତି।
