ନିଖିଳ ଓଡିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ବିକ୍ଷୋଭ
ଜନାଦୃତ ହୋମିଓପାଥ୍ ଓ ଆୟୁର୍ବେଦ ଶିକ୍ଷା ଏବଂ ଚିକିତ୍ସା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ତଥା ଚରମ ଉଦାସୀନତା ପ୍ରତିବାଦରେ “ନିଖୁଳ ଓଡ଼ିଶା ଆୟୁଷ ଛାତ୍ରସଂଘ”ର ଆନ୍ଦୋଳନ !ଆମ ରାଜ୍ୟରେ ହୋମିଓପାଥ୍ ଓ ଆୟୁର୍ବେଦ ଚିକିତ୍ସାକୁ ଲୋକାଭିମୁଖୀ କରିବା ଦିଗରେ ସରକାରଙ୍କ ବୈମାତ୍ମକ ମନୋଭାବ ଓ ଚରମ ଉଦାସୀନତା ହିଁ ‘ନିକୂଳ ଓଡ଼ିଶା ଆୟୁଷ ଛାତ୍ରସଂଘ’କୁ ଆନ୍ଦୋଳନକୁ ଟାଣି ଆଣିଛି । ଆୟୁଷ ଚିକିତ୍ସା ପଦ୍ଧତିର ଜନାଦୃତି ରହିଥିବା ସମୟରେ ଏବଂ ଏହି ପଦ୍ଧତି ଗୁଡ଼ିକ ଆମ ସଂସ୍କୃତି ଓ ଜୀବନଧାରା ସହିତ ସଂପର୍କିତ ହୋଇଥୁବା ଅବସରରେ ତଥା ବିଶ୍ବସ୍ବାସ୍ଥ୍ୟ ସଂଗଠନ (WHO) ଏହାର ଗୁରୁତ୍ବକୁ ଉପଲବ୍ଧ କରିଥିବା ସ୍ଥଳେ ସରକାର ଏହା ପ୍ରତି ସଂପୂର୍ଣ୍ଣ ଉଦାସୀନ । ସାମଗ୍ରୀକ ଭାବରେ ସ୍ବାସ୍ଥ୍ୟର ପରିଚାଳନା, ସ୍ବଚ୍ଚ ମୂଲ୍ୟଯୁକ୍ତ ଔଷଧ, ପାର୍ଶ୍ଵପ୍ରତିକ୍ରିୟା ବିହୀନ ଚିକିତ୍ସା, ଦୀର୍ଘସ୍ଥାୟୀ ପ୍ରଭାବଯୁକ୍ତ ଚିକିତ୍ସା ତଥା ରୋଗର ମୂଳୋତ୍ପାଟନ କରି ପାରୁଥିବା ଏହି ଚିକିତ୍ସା ପଦ୍ଧତି ଗୁଡ଼ିକର ସଂପୂର୍ଣ ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସରକାରଙ୍କ ଅବହେଳା ଏବେ ଚରମ ସୀମାରେ ପହଞ୍ଚୁଛି । ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ ଗୋଟିଏ ବି ଆୟୂଷ ସ୍ବାସ୍ଥ୍ୟକେନ୍ଦ୍ର ସରକାର ଖୋଲି ନାହାନ୍ତି ଯାହାକି ଆୟୁଷ ଛାତ୍ର ମହଲରେ ଚରମ ଅସନ୍ତୋଷର କାରଣ ପାଲଟିଛି ।ସରକାରଙ୍କ ଉଦାସୀନତା ପରିପ୍ରେକ୍ଷୀରେ ଏହି ସଂଘ ମିଳିତ ଭାବରେ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପୃଥକ ଭାବରେ ଅନେକ ଥର ଉଚ୍ଚ ସରକାରୀ ପଦାଧୁକାରୀ, ନିର୍ଦ୍ଦେଶକ, ଆୟୂଷ, ଓଡ଼ିଶା ଓ ସ୍ବାସ୍ଥ୍ୟ ସଚିବଙ୍କ ସମେତ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ନ ମିଳିବାରୁ ମିଳିତ ନିଷ୍ପତିରେ ସମସ୍ତ ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ କଳାବ୍ୟାଚ୍ ପରିଧାନ କରି ସରକାରୀ ଉଦାସୀନତାର ପ୍ରତିବାଦ କରାଯାଇ ଥୁଲା ଯାହାକି ସରକାରଙ୍କର ଦୃଷ୍ଟି ଆକର୍ଷଣ ବା କୌଣସି ଆଖୁଦୃଶିଆ ଫଳ ପ୍ରଦାନ କରିପାରି ନ ଥିଲା ।

ତା ୨୪.୧୧.୨୦୨୫ ରୁ ବର୍ତ୍ତମାନ ସମସ୍ତ ୭ଟି ଆୟୁଷ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର କଲେଜ ରେ ତାଲା ବନ୍ଦ କରି ଶାନ୍ତିପୂର୍ଣ ଧାରଣା ଓ ଆନ୍ଦୋଳନ ଚାଲୁ ରହିଛି । ସରକାରଙ୍କ ଉଦାସୀନତା ଜାରି ରହିଲେ ଆଗକୁ ଏହି ସଂଘ ଆନ୍ଦୋଳନକୁ ତୀବ୍ର କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛି।ଆଜି ଆୟୁର୍ବେଦ କଲେଜ ଠାରୁ ଶ୍ରୀ ମନ୍ଦିର ପ୍ରଯ୍ୟନ୍ତ ରାଲି କରାଯିବା ସହ, ସରକାର ଙ୍କ ନିଦ୍ରା ରୁ ଉଠାଇବା ପାଇଁ ପ୍ରାଥନା କରାଯାଇଛି ପର ମୁହୂର୍ତ ରେ ଚରମ ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି କହିଛନ୍ତି ଛାତ୍ର ସଂଘ ।୮ ଦଫା ଦାବି:ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରଯାଉ।ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି କରାଯାଉ।ଡାଇନାମିକ ଷ୍ଟାଇପେଣ୍ଡ ଦିଆଯାଉ।କଲେ ନଲେଜଗୁଡିକରେ ପରିଚାଳନା କମିଟି ପୁନଃ ଗଠନ କରାଯାଉ।କେନ୍ଦ୍ର ଆୟୁ ୟୁଷ ମନ୍ତ୍ରାଳୟର ସମସ୍ତ ନିୟମାବଳୀ ପାଳନ କରାଯାଉ।ରାଜ୍ୟ ସରକ ରକାରଙ୍କ ସ୍ବାସ୍ଥ୍ୟ ଯୋଜନାରେ ଆୟୁଷକୁ ଅନ୍ତର୍ଭୁକ୍ତ କରାଯାଉ।ଆୟୁଷ ଚିକିତ୍ସା ନିତ୍ସା ପଦ୍ଧତିରେ ପ୍ରଚାର ପ୍ରସାର କରାଯାଉ।ସ୍ବତନ୍ତ୍ର ଆୟୁଷ । ବିଭାଗ ସ୍ଥାପନ କରାଯାଉ।ଏ ଦାବି ଗୁଡ଼ିକ ପୁରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ।”
