ଆଙ୍କୁଲି ଓଭର ବ୍ରିଜ ଉଭୟ ପାର୍ଶ୍ବରେ ରାସ୍ତା ନିର୍ମାଣ ଓ ଶିଳ୍ପାଞ୍ଚଳ ଛକରେ ଟ୍ରାଫିକ ପୋଷ୍ଟ ଦାବୀରେ ସିପିଏମ ପକ୍ଷରୁ ପ୍ରତିବାଦ

ବ୍ରହ୍ମପୁର – ଆଙ୍କୁଲି ଶିଳ୍ପାଞ୍ଚଳ ଓଭର ବ୍ରିଜର ଉଭୟ ପାର୍ଶ୍ୱ ରାସ୍ତା ନିର୍ମାଣ, ଆଙ୍କୁଲି ଓ ଶିଳ୍ପାଞ୍ଚଳର ସବୁ ରାସ୍ତା ନିର୍ମାଣ ଓ ଶିଳ୍ପାଞ୍ଚଳ ଛକଠାରେ ଟ୍ରାଫିକ ପୋଷ୍ଟ ବସାଇବା ଦାବୀରେ ସିପିଏମ ପକ୍ଷରୁ ଶିଳ୍ପାଞ୍ଚଳ ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅୟୋଜିତ କରାଯାଇଛି।ଏଥିରେ ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ବକ୍ତବ୍ୟ ଦେଇ ପ୍ରଶାସନର ଅବହେଳା ଯୋଗୁଁ ଏହି ରାସ୍ତା ପ୍ରଶସ୍ତିକରଣ ହେଉନଥିବା ଅଭିଯୋଗ କରିଥିଲେ।ଅଫିସର ମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ବେଳେ ଜନପ୍ରତିନିଧି ମାନଙ୍କ ଗୁରୁତ୍ୱ ଦିଆଯାଉନାହିଁ।ଏଠାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଅପଚୟ ହେଉଛି।କିନ୍ତୁ ରାସ୍ତା, ନାଳ ଓ ପାଣିର ସମସ୍ୟାର ସମାଧାନ ହେଉନାହିଁ।ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରିଥିଲେ।ଏଥିରେ ପୂର୍ବତନ କାଉନସିଲର ବାବୁଲା ନାୟକ ,ଆଂଚଳିକ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର,କେଶବ ଗୌଡ଼, ହରି ନାହାକ, ଚିଟିବାବୁ,ରଂଜନ ପାତ୍ର, ପୁରସ୍ତମ୍ଭ ସାହୁ, କୃଷ୍ଣ ନାହାକ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *