ଅନଶନସ୍ଥଳ ରୁ ମେଡିକାଲ ଗଲେ ଅନଶନକାରୀ

ଗଣିଆ – ବେଆଇନ ଭାବେ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ଗଣିଆ ବ୍ଳକ ସମ୍ମୁଖରେ ଅନଶନରେ ବସିଥିବା ଖଲିସରା ଗ୍ରାମବାସୀଙ୍କ ମଧ୍ୟରୁ ଅନଶନକାରୀ ମହେଶ୍ବର ବେହେରା ଆଜି ଅସୁସ୍ଥ ହୋଇ ପଡ଼ିଥିଲେ । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେବା ପରେ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଗଣିଆ ମେଡ଼ିକାଲକୁ ପଠାଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗଣିଆ ମେଡିକାଲରେ ଚିକିତ୍ସା କରାଯାଉଛି । ବେଆଇନ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ଗ୍ରାମବାସୀ ୩ ଦିନ ଧରି ଆମରଣ ଅନଶନରେ ବସି ରହିଥିଲେ ମଧ୍ୟ ଜଣେ ବି ପ୍ରଶାସନିକ ଅଧିକାରୀ ଅନଶନସ୍ଥଳରେ ପହଞ୍ଚି ନାହାନ୍ତି । ଅନଶନରେ ଅନେକ ବୃଦ୍ଧ ଏବଂ ବୟସ୍କ ବ୍ୟକ୍ତି ଥିବାବେଳେ ଯଦି କିଛି ବି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ରଥଯାତ୍ରା ଡ୍ୟୁଟିରେ ବିଡ଼ିଓ ଯାଇଥିବାରୁ ବିଡ଼ିଓ ଆସିବା ପରେ ଘଟଣାର ଜବନିକା ପଡିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *