ଋଷିଛି ଅଭିମାନିନୀ

ଶୀର୍ଷକ _ଋଷିଛି ଅଭିମାନିନୀ


ରୀତାରାଣୀ ଦାଶ
ବାଲେଶ୍ୱର

ଚନ୍ଦ୍ର ବଦନୀ ମୋ ଅଭିମାନିନୀରେ
ରୁଷି ବସିଛ ମଉନେ
କେମିତି ଜାଣିବି ତୋ ହୃଦୟ କଥା
ଦରଦ ଭରିଛି ପ୍ରାଣେ
ବଦନେ ଗୁମାନ ନଈ,
ପଦ୍ମ ପାଖୁଡ଼ାର ସମ ମୁଖ ତୋର
କଳା କାଠ ଦିଶେ ସହି |

ନେତ୍ରରୁ ଲୋତକ ଢାଳୁ ବିରସରେ
ହୃଦେ ଭରି କେଉଁ ବ୍ୟଥା
କହ ଲୋ ସଜନୀ ମୋ ଗେହ୍ଲିବାୟାଣୀ
ଅନ୍ତର କୋହଳା କଥା
ମର୍ମସ୍ପର୍ଶୀ ଆଘାତକୁ,
ମାନଭରା ମନ ଦେଖି ହୃଦ କ୍ଷୀଣ
ବାତୁଳ ମଣେ ନିଜକୁ |

କରେ କର ଧରି ମୁଖକୁ ମୋହରି
ଚାହାଁଥରେ ପ୍ରାଣ ସହି
ବେଳୁ ବେଳ ହୁଏ ଅସ୍ଥିର ମୋ ପ୍ରାଣ
ଦଣ୍ଡେ ଜିଇଁ ପାରୁ ନାହିଁ
ପ୍ରଶସ୍ତ ବୁକୁରେ ମୋର,
ମୁଣ୍ଡ ଗୁଞ୍ଜି ଦେଇ ଥରୁଟିଏ କହ
ମନ ଗୁମାନ ତୋହର |
ତୋ ମନ ସରସ ମୋହର ସାହସ
କର୍ତ୍ତବ୍ୟ ପୂଜାରୀ ସାଜେ
ମୃଦୁ ମୃଦୁ ହସି ଭରାଉ ପିୟୁଷ
ମନ୍ତ୍ରୀ ପରି ପରାମର୍ଶେ
ପୂର୍ଣ୍ଣିମା ଚାନ୍ଦର ତେଜ,
ଫାଟି ଯାଏ ହୃଦ ନୀରବତା ଭାଙ୍ଗ
ବିଳାପ ମୋହର ହେଜ |

ଋଷିବା କାରଣ ଅଟେ ଯଦି ପୁଣ
ଆଗୋ ମୋ ଅଭିମାନିନୀ
ଫେରେଇ ନେଉଛି ଦୋଷ ତ୍ରୁଟି ସବୁ
ରାଗ ଭୁଲ ହେ ମାନିନୀ
ଅଖଣ୍ଡ ଦୀପର ସାକ୍ଷୀ,
କଥା ଦେଇଥିଲ ବାସର ରାତ୍ରିରେ
ପ୍ରେମ ସାତ ଯୁଗ ସାଥି |

Leave a Reply

Your email address will not be published. Required fields are marked *