ଢେଙ୍କାନାଳ ମାଟି ଆଜିଗର୍ବିତ

ଢେଙ୍କାନାଳ ମାଟି ଆଜି
ଗର୍ବିତ
ତୁମ କୁ କୋଳରେ ଧରି
ହେ ବୀର ସଂଗ୍ରାମୀ ବାଜି ରାଉତ
ସଂଗ୍ରାମର ଭେରି ଧରି।
ବୀର ପୁତ୍ର ତୁମେ ବାଜି ରାଉତ
ଘେନ ପ୍ରଣତି ମୋହର
ଗୋରା ସିପାହୀ ଙ୍କୁ ଡରିଲ ନାହିଁ
ସାହାସ ତୁମର ଅତି ପ୍ରଖର।
ଦେଶ ମାତୃକାର ସମ୍ମାନ ପାଇଁ
ଦେଖାଇଦେଲ ସାହାସ
ବ୍ରାହ୍ମଣୀ ଜଳ ପ୍ଲାବିତ ହେଲା
ଏହା ଢେଙ୍କାନାଳ ଇତିହାସ।
ଗର୍ବ ଗୈାରବ ଆମ ଜିଲ୍ଲା ର
ସର୍ବ କନିଷ୍ଠ ସହୀଦ
ମାଟି ମାଆର ସମ୍ମାନ ପାଇଁ
ଦେଖାଇଲ ତୁମ ଜିଦ୍।
ଢେଙ୍କାନାଳ ମାଟି କରୁଛି ସଲାମ
ଆମ ମାଟି ର ଟେକ
ଭାରତ ବର୍ଷ ର‌ ଅମୃତ ସନ୍ତାନ
ତୁମେ କୋଟି ସନ୍ତକ।
ବୀର ସନ୍ତାନ କୁ ସ୍ମରଣ କରୁଛି
ଜାତୀୟତା ବାଦ ନେଇ
ଫେରିଆସ ଆହେ ବୀର ସନ୍ତାନ
ମାତୃଭୂମି ଡାକେ ତହିଁ।
ମାଆକୁ ମାନିଲ ବାଜିଆ
ଦେଶ ପ୍ରିତି ଭାବରେ
ମାତୃଭୂମି ସେବା କରିଲ
ଅତି ବୀର ଭାବରେ।
ପରାଧୀନ ର ସୁପ୍ତ ପ୍ରହରୀ
ପାଇନା ସ୍ବାଧୀନ ସ୍ବାଦ
ତୁମ ଯୋଗୁ ଆଜି ଆମେ ସ୍ବାଧୀନ
ଭୋଗୁଛୁ ହୋଇ ଆହ୍ଲାଦ।
ତୁମ ର ସ୍ମୃତି ତୁମର କାର୍ଯ୍ୟ
ଇତିହାସ ରେ ଲିପି
ପଢ଼ନ୍ତି ସବୁ ଭାଇ ଭଉଣୀ
ମନରେ ରଖି ସ୍ମୃତି।
ପ୍ରକୃତି ବନ୍ଧୁ ହରିହର ସାହୁ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *