ଆଂଶିକା ସାହୁ ଓ ଅନନ୍ୟା ସାହୁ । ଫୁଲବାଣୀ ପୌରପରିଷଦର ଗୌରବ ।

ଆଂଶିକା ସାହୁ ଓ ଅନନ୍ୟା ସାହୁ । ଫୁଲବାଣୀ ପୌରପରିଷଦର ଗୌରବ ।

କନ୍ଧମାଳ, ଫୁଲବାଣୀ ପୌରପରିଷଦରେ ଏକ ଖୁସିର ବାତ।ବରଣ ଦେଖିବାକୁ ମିଳିଛି । ଏହି ଖୁସିର ବତାବାରଣ ଆଣିଛନ୍ତି ପ୍ରଦୀପ କୁମାର ସାହୁ ଙ୍କ ଜଆଁଳ। ଝିଅ । ବାପା ଜଣେ ମେଧାବୀ କ୍ରୀଡ଼ାବିତ ଶିକ୍ଷକ ଏବଂ ମା ସଂଗୀତା କୁମାରୀ ସାହୁ ସେ ଜଣେ ଉଚ୍ଚଶିକ୍ଷିତା ଗୃହିଣୀ ଏମାନଙ୍କ ଦୁଇ ଜାଉଁଳା ଝିଅ, ବଡ଼ ସୁଶ୍ରୀ ଅଂଶିକା ସାହୁ, ଏବଂ ସାନ ସୁଶ୍ରୀ ଅନନ୍ୟା ସାହୁ ଦୁହେଁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲରେ ଅଧୟନ କରନ୍ତି ।

ଦୁହେଁ
ତୃତୀୟ ଶ୍ରେଣୀ ଛାତ୍ରୀ ଅଟନ୍ତି, । ,ଦୁଇ ଭଉଣୀ ଚଳିତ ବର୍ଷ ୨୦୨୫/୨୬ ର ବୃତ୍ତି ପରୀକ୍ଷାରେ ଡିବେଟ, ସଂଗୀତ, ସାହିତ୍ୟ କଳା, ରଚନା ରେ ଫୁଲବାଣୀ ପୌରପରିଷଦରେ ଟପର ହୋଇ ନିଜର ସ୍ୱତନ୍ତ୍ରତା ହାସଲ କରିଛନ୍ତି । ଏହି ପ୍ରଶଂସା ସାରା କନ୍ଧମାଳ ବାସୀ ବିଶେଷ କରି ଫୁଲବାଣୀ ପୌରପରିଷଦ ରେ ଖୁସିର ଲହରୀ ଦେଖିବାକୁ ମିଳିଛି। ତତ୍ ସହିତ ବିଦ୍ୟାଳୟ, ଗୁରୁଜନ ମଣ୍ଡଳୀ, ପରିବାର ସଦସ୍ୟ ଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *