ସୁଧାକିରଣ ମହାବିଦ୍ୟାଳୟ ସକାଶେ ସୁନାମ ଆଣିଲେ ମୁନି ସାହୁ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସୁଧାକିରଣ ମହାବିଦ୍ୟାଳୟ ଗରିବ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ବରଦାନ ସଦୃଶ।କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ବହୁ ଗରିବ ଛାତ୍ର ଛାତ୍ରୀ ଯେଉଁ ମାନଙ୍କ ସକାଶେ ବାହାରେ କୋଚିଙ୍ଗ ସକାଶେ ଅର୍ଥ ବାଧକ ସେହି ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ ରେ ପଠନ କରି ପ୍ରତ୍ୟେକ ବର୍ଷ ଜିଲା ହେଉ କିମ୍ବା ବ୍ଲକ ଟପ୍ପର ହୋଇଥବା ଦେଖିବାକୁ ମିଳୁଛି।ଏହି ବର୍ଷ ମଧ୍ୟ ଯୁକ୍ତ ୨ କଳା ରେ ପରୀକ୍ଷା ଦେଇ ସୁଧାକିରନ ମହାବିଦ୍ୟାଳୟ ପାଇଁ ସୁନାମ ଆଣି ଦେଇଛନ୍ତି ମୁନି ସାହୁ।ମୁନି ସାହୁ ଏକ ଗରିବ ପରିବାର ରେ ଜନ୍ମି ଥିଲେ ସୁଦ୍ଧା ନିଜ ଚେଷ୍ଟା ପରିଶ୍ରମ ଏବଂ ସୁଧାକିରଣ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଠାରୁ ପାଇଥିବା ଜ୍ଞାନ ବଳ ରେ ୫୨୬ ମାର୍କ ରଖି ଆଜି ଜିଲା ଓ ବ୍ଲକ ଟପ୍ପର ହୋଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ସୁଧାକିରଣ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଡ.ସନ୍ତୋଷ କୁମାର ନାୟକ ଛାତ୍ର ଛାତ୍ରୀ ଭଲ ନମ୍ବର ରେ ପାସ୍ କରିଥିବା ସହିତ ମହାବିଦ୍ୟାଳୟ ସକାଶେ ସୁନାମ ଅର୍ଜନ କରିଥିବା ସକାଶେ ଛାତ୍ର ଛାତ୍ରୀ ଙ୍କୁ ମିଠା ଖୁଆଇବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ସକାଶେ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *