କନ୍ଧମାଳ ଜିଲ୍ଲା ର ଟେକ ରଖିଲେ ପ୍ରିତମ ପ୍ରଧାନ

, ରାଇକିଆ, ତା 8/1/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ସୁଗଡବାଡ଼ି ପଞ୍ଚାୟତ ର କାଲିଗାଡୁ ଗ୍ରାମ ର ପିତା ପଦ୍ମଲୋଚନ ପ୍ରଧାନ,ମାତା ଆରତୀ ପ୍ରଧାନ ଙ୍କ ସୁଯୋଗ୍ୟ ସନ୍ତାନ ପ୍ରିତମ ପ୍ରଧାନ।ସେ ଭାରତୀୟ ଦଳ ଟେନିସ୍ ବଲ କ୍ରିକେଟ ରେ ଭାଗ ନେଇ ଫାଇନାଲରେ ବିଜୟ ର ସ୍ଵାଦ ଚଖେଇବା ସହିତ ରାଜ୍ୟ ଏବଂ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ।ସୂଚନା ଥାଉ କି ଅନ୍ତର୍ଜାତୀୟ ଟେନିସ ବଲ କ୍ରିକେଟ ଭାରତୀୟ ଦଳ ରେ ଅଲରାଉଣ୍ଡର ଖେଳାଳି ଭାବେ ଦଳରେ ସାମିଲ ହୋଇ ଭଲ ପ୍ରଦର୍ଶନ କରି ଫାଇନାଲରେ ବାଙ୍ଗଲାଦେଶକୁ ହରାଇ ଭାରତୀୟ ଦଳ ଚାମ୍ପିଅନ ହୋଇଅଛି । ପ୍ରିତମ ପିଲାଟି ଦିନରୁ କ୍ରିକେଟ୍ ପ୍ରତି ରୁଚି ରଖିଥିଲେ ଯେତେବେଳେ ସମୟ ମିଳେ ବେଟ ବଲ ଧରି ପଡିଆ ହେଉ ଅଥବା ସାହିରେ ହେଉ ସାଙ୍ଗ ମାନଙ୍କୁ ନେଇ ଖେଳୁଥିଲେ । ଭୁବନେଶ୍ୱର ଆଇ.ଟି.ଆଇ କଲେଜରେ ପାଠ ପଢା ସାରି ବେଙ୍ଗଲୁରୁ ରେ ଟେନିସ୍ ବଲ କ୍ରିକେଟ କୋଚିଂ ନେଇଥିଲେ । ଏହା ପରେ ପ୍ରିତମ ହାଇଦ୍ରାବାଦ ରେ କୋଚିଂ ନେଇ ଟେନିସ ବଲ କ୍ରିକେଟ ରେ ଭଲ ପ୍ରଦର୍ଶନ କରିଥିଲେ ଯାହାଫଳରେ ପ୍ରିତମଙ୍କୁ ଭାରତୀୟ ଟେନିସ୍ ବଲ କ୍ରିକେଟ ଦଳରେ ଅଲରାଉଣ୍ଡର ଭାବରେ ସାମିଲ କରାଯାଇ ଥିଲା। ଭାରତୀୟ ଦଳ ଚାମ୍ପିଅନ ସିପ ଖେଳିବା ପାଇଁ ନେପାଳର ଗସ୍ତ କରିଥିଲେ । ଏହି ଚାମ୍ପିଅନ ସିପ୍ ନେପାଳ ର ପଖରା ଷ୍ଟାଡିୟମ ରେ ଚାରୋଟି ଦଳ ତଥା ଭାରତ , ଶ୍ରୀଲଙ୍କା , ବାଙ୍ଗଲାଦେଶ , ଭୁଟାନ ସହ ଖେଳା ଯାଇଥିଲା ।ଏହି ମ୍ୟାଚ୍ ଡ଼ିସେମ୍ବର ମାସ ୨୦ ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୨ ତାରିଖ ରେ ଫାଇନାଲ ମ୍ୟାଚ ଖେଳ ହୋଇଥିଲା । ଫାଇନାଲ ମ୍ୟାଚ ରେ ପ୍ରଥମେ ବାଙ୍ଗଲାଦେଶ ବ୍ୟାଟିଂ କରି ଦଶ ଓଭର ରେ ୭୦ ରନ୍ ଟାରଗେଟ୍ ଦେଇଥିଲା ଯାହା ଫଳ ରେ ଦୁତୀୟ ବ୍ୟାଟିଂ ରେ ଭାରତୀୟ ଦଳ ଆଠ ଉଇକେଟ୍ ରେ ୭୧ ରନ କରି ବାଙ୍ଗଲାଦେଶ କୁ ହରାଇ ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା । କନ୍ଧମାଳ ଜିଲ୍ଲା ରୁ ପ୍ରିତମ ପ୍ରଧାନ ଅନ୍ତର୍ଜାତୀୟ ଟେନିସ୍ ବଲ କ୍ରିକେଟ ଭାରତୀୟ ଦଳ ପାଇଁ ଅଲରାଉଣ୍ଡର ଭାବରେ ଖେଳିଥିବା ପ୍ରଥମ ଖେଳାଳି । ରାଜ୍ୟ ଏବଂ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିବା ସହ ନିଜ ଗ୍ରାମର ନା ରଖିଛନ୍ତି । ପ୍ରିତମ ଖେଳ ସାରି ନିଜ ଗ୍ରାମ କୁ ଫେରିବା ପରେ ସେଠାରେ ପ୍ରିତମ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ଚୁନପଲି ଠାରୁ ଏକ ଶୋଭାଯାତ୍ରାରେ ବେରେଡାକିଆ ପଯ୍ୟନ୍ତ ନିଆ ଯାଇଥିଲା । ରାଇକିଆ ର ସମସ୍ତ ସଂଘଠନ ତଥା ବଣିକ ସଂଘ , ପୂଜା କମିଟି , ପୋଲିସ୍ ପ୍ରଶାସନ, ରାଇକିଆ ବ୍ଳକ ଷ୍ଟାଫ୍ , କ୍ରିକେଟ ଆସୋସିଏସନ୍ ତଥା ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଏବଂ ଅଞ୍ଚଳ ବାସୀ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *