ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଅ-ସିପିଏମ

ବ୍ରହ୍ମପୁର – ଆଜି ସିପିଏମର ଏକ ପ୍ରତିନିଧି ଦଳ ଆତ୍ମହତ୍ୟା କରିଥିବା ଚାଷୀ ବନମାଳୀ ପେଣ୍ଠେଇଙ୍କ ବରଙ୍ଗ ଗ୍ରାମକୁ ଯାଇଥିଲେ।ତାଙ୍କଘରେ ରୁଗୁଣା ପତ୍ନୀ ,ପୁଅ ,ବୋହୁ , ଝିଅଙ୍କ ସମେତ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ବନମାଳୀ ଜଣେ ଉତ୍ତମ ବକ୍ତି ଓ ଭଲ ଚାଷୀ ଥିଲେ ବୋଲି ଗ୍ରାମ ବାସୀ ପ୍ରକାଶ କରିଥିଲେ।ଚଳିତ ବର୍ଷ ନିଜର ସ୍ୱଳ୍ପ ଜମି ସହିତ ପ୍ରାୟ ୫ ଏକର ଜମି ଭାଗ ଚାଷକୁ ନେଇଥିଲେ।ଲଘୁ ଚାପ ଜନିତ ଲଗାଣ ବର୍ଷା ବନମାଳୀଙ୍କ ଫସଲ ଉଜାଡି ଦେଇଛି।ଏହି ଫସଲ ଅମଳ ପାଇଁ ବନମାଳୀ ପ୍ରାୟ ଲକ୍ଷାଧିକ ଟଙ୍କା ଋଣ କରିଥିଲେ।ଫସଲ ନଷ୍ଟ ହୋଇଯିବା ଯୋଗୁଁ ହତାଶ ହୋଇ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇ ଥିବା ଜଣାପଡ଼ିଥିଲା।ଲଘୁଚାପ ଜନିତ ବର୍ଷା ସମ୍ପର୍କରେ ପ୍ରଶାସନ ପକ୍ଷରୁ ପୂର୍ବ ସୂଚନା ଥିଲେ ଏଭଳି ଦୁର୍ଦଶା ଚାଷୀ ମାନଙ୍କର ହୋଇନଥାନ୍ତା ବୋଲି ଚାଷୀ ମାନେ ପ୍ରକାଶ କରିଥିଲେ।ପୂର୍ବରୁ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ସତର୍କ ସୂଚନା ଦେଉଥିଲେ।ପ୍ରଶାଶନ ମଧ୍ୟ ସତର୍କ ରହୁଥିଲେ।ସମ୍ମିଳିତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ସହଜ ହେଉଥିଲା।ବର୍ତ୍ତମାନ ସରକାର କାମ ପରିବର୍ତ୍ତେ କେବଳ ପ୍ରଚାରରେ ବ୍ୟସ୍ତ।ତେଣୁ ସାଧାରଣ ଲୋକ ହତାଶ ଅବସ୍ଥାରେ ଅଛନ୍ତି।ତେଣୁ ଏଭଳି ଅଘଟଣ ଘଟୁଛି।ମୃତ ବମାଳିର

ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ରୋଗିଣା ସ୍ତ୍ରୀକୁ ମାସକୁ ଅସହାୟ ଭତା ୩ ହଜାର ଟଙ୍କା ପ୍ରଦାନ ଏବଂ ପରିବାରକୁ କରଜ ମୁକ୍ତ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି।ସେହିଭଳି ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ଧାନ ସରକାରୀ ଦରରେ କିଣିବା ପାଇଁ ବ୍ୟବସ୍ଥା କରିବା ଏବଂ ଚାଷୀ ଓ ଭାଗ ଚାଷୀ ଫସଲ ନଷ୍ଟ ର କ୍ଷତି ପୂରଣ ପାଇବେ ସେଥିପାଇଁ ଅତିଶିଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ। ପାର୍ଟି ପକ୍ଷରୁ ଦାବୀ କରାଯାଇଛି।ଆଜିର ଏହି ପ୍ରତିନିଧି ଦଳରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୃଷକ ନେତା ହରୀକୃଷ୍ଣ ରେଡ଼ି, ରାମ ଚନ୍ଦ୍ର ନାୟକ, ପଦ୍ମ ପ୍ରଧାନ, ଜତିରାଜ ପ୍ରଧାନ ଓ ଅଜୟ ଗୌଡ଼ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *