ଅlନ୍ତର୍ଜାତୀୟ କ୍ରୀଡା ପ୍ରତିଭା ଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ତା ୪.୨.୨୫ । ବରିଷ୍ଠ ଆନ୍ତର୍ଜlତୀୟ ସ୍ଵର୍ଣ୍ଣ ପଦକ ବିଜେତା ଏବଂ ୩୦ ବର୍ଷରୁ କମ୍ ଅଫିସିଆଲ୍ ଏସିଆନ୍ ଚାମ୍ପିଅନସିପ ରେ ୯ ମ ରlଙ୍କଧାରି ହସିନପୂର୍, ଗଣିଯାଙ୍ଗ, ବନ୍ତ ର ଗୋବିନ୍ଦ ବେହେରା ଙ୍କ ପୁତ୍ର ଟା ଏକୋଣ୍ଡ କ୍ରୀଡ଼ା ପ୍ରତିଭା ଜଗନ୍ନାଥ ବେହେରା ୧୨ ତମ ଫୁଜୈରହ ଓପନ ଇଣ୍ଟର୍ ନେସନାଲ ତାଇକୋଣ୍ଡ ଚାମ୍ପିୟନସିପ ଖେଳିବା ପାଇଁ ୟୁନାଇଟେଡ ଆରବ ଏମିରଟ କୁ ଯାତ୍ରା କରିବେ । ବିଦେଶ ଯାତ୍ରା ଓ କ୍ରୀଡ଼ା ରେ ଅଂଶ ଗ୍ରହଣ ଅତ୍ୟନ୍ତ ବ୍ୟୟ ସlପେକ୍ଷ ହୋଇ ଥିବାରୁ ସରକାର ଙ୍କ ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚକର୍ତୃପକ୍ଷ ଙ୍କୁ ଯୋଗା ଯୋଗ କରାଯାଇଅଛି। ଫେବୃଆରୀ ୫ ରେ ତାଙ୍କର ଯାତ୍ରା ଆରମ୍ଭ ହେବାକୁ ଥିବାରୁ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରି ଶ୍ରୀ ବେହେରା ଙ୍କୁ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *