୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ l ୭ଟି ଉଚ୍ଚ -ଗତି ସମ୍ପନ୍ନ ରେଳ କରିଡର, ଏକ ସମର୍ପିତ ମାଲ ପରିବହନ କରିଡର ଏବଂ ୨୦ଟି ନୂତନ ଜାତୀୟ ଜଳମାର୍ଗ ପ୍ରସ୍ତାବିତଘରୋଇ ବିକାଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠିସ୍ୱଦେଶୀ ସିପ୍ଲେନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସିପ୍ଲେନ୍ ଭିଜିଏଫ୍ ଯୋଜନା ଆରମ୍ଭ କରାଯିବଆଜି ସଂସଦରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି। ଏହା ଉପସ୍ଥାପନ କରିବା ସମୟରେ ସେ କହିଛନ୍ତି ଯେ, “ଆମର ପ୍ରଥମ କର୍ତବ୍ୟ ହେଉଛି ଉତ୍ପାଦକତା ଓ ପ୍ରତିଯୋଗିତା ବୃଦ୍ଧି କରି ଏବଂ ଅସ୍ଥିର ବିଶ୍ୱର ପରିସ୍ଥିତିକୁ ସାମନା କରିବାର କ୍ଷମତା ସୃଷ୍ଟି କରି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ତଥା ବଜାୟ ରଖିବା”।ଆଜି ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ, ସାର୍ବଜନୀନ ପୁଞ୍ଜି ବ୍ୟୟ ଆର୍ଥିକ ବର୍ଷ ୨୦୧୪-୧୫ରେ ୨ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଏହା ବହୁ ଗୁଣରେ ବୃଦ୍ଧି ପାଇ ୨୦୨୫-୨୬ ଆର୍ଥିକ ବର୍ଷରେ ୧୧.୨ ଲକ୍ଷ କୋଟି ଟଙ୍କା ହୋଇଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଗତିକୁ ଜାରି ରଖିବା ପାଇଁ ଏହାକୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଗତ ଦଶନ୍ଧି ମଧ୍ୟରେ, ସରକାର ସାର୍ବଜନୀନ ଭିତ୍ତିଭୂମିର ବ୍ୟାପକ ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ମଧ୍ୟରେ ଭିତ୍ତିଭୂମି ନିବେଶ ଟ୍ରଷ୍ଟ (ଆଇଏନଭିଆଇଟିଏସ) ଏବଂ ରିଅଲ୍ ଇଷ୍ଟେଟ୍ ଇନଭେଷ୍ଟମେଣ୍ଟ ଟ୍ରଷ୍ଟ (ଆରଇଆଇଟିଏସ୍) ଭଳି ନୂତନ ଆର୍ଥିକ ମାଧ୍ୟମ ଏବଂ ଏନଆଇଆଇଏଫ୍ ଏବଂ ଏନଏବିଏଫଆଇଡି ଭଳି ନୂତନ ସଂସ୍ଥା ଅନ୍ତର୍ଭୁକ୍ତ। ବର୍ଷ ବର୍ଷ ଧରି, ଆରଇଆଇଟିଏସ୍ ସମ୍ପତ୍ତି ମୁଦ୍ରୀକରଣ ପାଇଁ ଏକ ସଫଳ ମାଧ୍ୟମ ଭାବରେ ଉଭା ହୋଇଛି। ୨୦୨୬-୨୭ ବଜେଟ୍ ରେ ସମର୍ପିତ ଆରଇଆଇଟିଏସ୍ ସ୍ଥାପନ ମାଧ୍ୟମରେ ସିପିଏସଇ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିର ପୁନଃଚକ୍ରଣକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠିଭିତ୍ତିଭୂମି ବିକାଶ ଏବଂ ନିର୍ମାଣ ପର୍ଯ୍ୟାୟରେ ରହୁଥିବା ବିପଦକୁ ନେଇ ଘରୋଇ ବିକାଶକମାନଙ୍କ ଭରସା ବୃଦ୍ଧି କରିବା ପାଇଁ, ଅର୍ଥମନ୍ତ୍ରୀ ଋଣଦାତାମାନଙ୍କୁ ସତର୍କତାର ସହ ଆଂଶିକ କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବା ପାଇଁ ଏକ ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି।ପରିବେଶ ଅନୁକୂଳ ସ୍ଥାୟୀ କାର୍ଗୋ ପରିବହନଏହି ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ, ବଜେଟରେ ପୂର୍ବରେ ଡାନକୁନିକୁ ପଶ୍ଚିମରେ ସୁରଟକୁ ସଂଯୋଗ କରୁଥିବା ନୂତନ ସମର୍ପିତ ମାଲ ପରିବହନ କରିଡର ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୨୦ଟି ନୂତନ ଜାତୀୟ ଜଳମାର୍ଗ (ଏନଡବ୍ଲ୍ୟୁ) କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଓଡ଼ିଶାରେ ଜଳମାର୍ଗ -୫ ସହିତ ଆରମ୍ଭ କରି ତାଳଚେର ଏବଂ ଅନୁଗୁଳର ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ କଳିଙ୍ଗ ନଗର ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକୁ ପାରାଦୀପ ଏବଂ ଧାମରା ବନ୍ଦର ସହିତ ସଂଯୋଗ କରିବାର ପରିକଳ୍ପନା କରାଯାଇଛି। ୨୦୪୭ ସୁଦ୍ଧା ଆଭ୍ୟନ୍ତରୀଣ ଜଳପଥ ଏବଂ ଉପକୂଳ ଜାହାଜ ଚଳାଚଳର ଅଂଶ ୬ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରିବା ପାଇଁ, ଅର୍ଥମନ୍ତ୍ରୀ ରେଳ ଏବଂ ସଡ଼କ ପରିବର୍ତ୍ତେ ଏକ ମୋଡାଲ୍ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲାଗି ଏକ ଉପକୂଳ କାର୍ଗୋ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆବଶ୍ୟକ ମାନବଶକ୍ତି ବିକାଶ ପାଇଁ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର ଭାବରେ ତାଲିମ ପ୍ରତିଷ୍ଠାନ ମଧ୍ୟ ସ୍ଥାପନ କରାଯିବ, ଯାହା ଜଳମାର୍ଗର ସମଗ୍ର ଭାଗରେ ଯୁବକମାନଙ୍କୁ ତାଲିମ ଏବଂ ଦକ୍ଷତା ହାସଲ କରିବା ପାଇଁ ଲାଭଦାୟକ ହେବ। ଏହା ବ୍ୟତୀତ, ବାରାଣସୀ ଏବଂ ପାଟନାରେ ଆଭ୍ୟନ୍ତରୀଣ ଜଳମାର୍ଗକୁ ସେବା ଯୋଗାଇ ଦେଉଥିବା ଏକ ଜାହାଜ ମରାମତି ଇକୋସିଷ୍ଟମ ମଧ୍ୟ ସ୍ଥାପନ କରିବାର ପ୍ରସ୍ତାବ ରହିଛି।୭ଟି ଉଚ୍ଚ ଗତିସମ୍ପନ୍ନ ରେଳ କରିଡରପରିବେଶ ଦୃଷ୍ଟିକୋଣରୁ ସ୍ଥାୟୀ ଯାତ୍ରୀ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ, ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ ସହରଗୁଡ଼ିକ ମଧ୍ୟରେ ସାତଟି ଉଚ୍ଚ ଗତିସମ୍ପନ୍ନ ରେଳ କରିଡରକୁ ‘ବୃଦ୍ଧି ସଂଯୋଗକାରୀ’ ଭାବରେ ବିକଶିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେଗୁଡିକ ମଧ୍ୟରେ ରହିଛି, (କ) ମୁମ୍ବାଇ – ପୁଣେ, (ଖ) ପୁଣେ -ହାଇଦ୍ରାବାଦ, (ଗ) ହାଇଦ୍ରାବାଦ – ବେଙ୍ଗାଲୁରୁ, (ଘ) ହାଇଦ୍ରାବାଦ -ଚେନ୍ନାଇ, (ଙ) ଚେନ୍ନାଇ -ବେଙ୍ଗାଲୁରୁ, (ଚ) ଦିଲ୍ଲୀ -ବାରାଣସୀ, (ଛ) ବାରାଣସୀ -ସିଲିଗୁଡ଼ି ରେଳ କରିଡର।ସିପ୍ଲେନ୍ ଭିଜିଏଫ୍ ଯୋଜନାଶେଷ ମାଇଲ୍ ଏବଂ ଦୂରବର୍ତ୍ତୀ ସଂଯୋଗୀକରଣକୁ ବୃଦ୍ଧି କରିବା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ, ଶ୍ରୀମତୀ ନିର୍ମଳା ସୀତାରମଣ ସିପ୍ଲେନ୍ ର ସ୍ୱଦେଶୀ ନିର୍ମାଣ ପାଇଁ ପ୍ରୋତ୍ସାହନ ଦିଆଯିବା ନେଇ ପ୍ରସ୍ତାବ ଦେଇଥିଲେ। କହିଥିଲେ ଯେ ଏହି କାର୍ଯ୍ୟକୁ ସମର୍ଥନ ପ୍ରଦାନ କରିବା ଲାଗି ଏକ ସିପ୍ଲେନ୍ ଭିଜିଏଫ୍ ଯୋଜନା ଆରମ୍ଭ କରାଯିବ।କାର୍ବନ କ୍ୟାପଚର ବ୍ୟବହାର ଏବଂ ସଂରକ୍ଷଣ (ସିସିୟୁଏସ୍)ଡିସେମ୍ବର ୨୦୨୫ ରେ ଆରମ୍ଭ ହୋଇଥିବା ରୋଡମ୍ୟାପ୍ ସହିତ ସମନ୍ୱୟ ରଖି, ସିସିୟୁଏସ୍ ପ୍ରଯୁକ୍ତିବିଦ୍ୟା ଶକ୍ତି, ଇସ୍ପାତ, ସିମେଣ୍ଟ, ବିଶୋଧନ ଏବଂ ରାସାୟନିକ ପଦାର୍ଥ ସମେତ ପାଞ୍ଚଟି ଶିଳ୍ପ କ୍ଷେତ୍ରରେ ଶେଷ-ବ୍ୟବହାର ପାଇଁ ଉଚ୍ଚ ପ୍ରସ୍ତୁତି ସ୍ତର ହାସଲ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିପାଇଁ ବଜେଟରେ ଆଗାମୀ ୫ ବର୍ଷ ମଧ୍ୟରେ ୨୦,୦୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖାଯାଇଛି।ସହର ଅର୍ଥନୈତିକ କ୍ଷେତ୍ରଅର୍ଥମନ୍ତ୍ରୀ କହିଛନ୍ତି ଯେ, ସହରଗୁଡ଼ିକ ଭାରତର ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗର ଇଞ୍ଜିନ। ଏବେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସହର ତଥା ମନ୍ଦିର-ନଗରୀ ଉପରେ ଧ୍ୟାନ ଦେବାକୁ ପ୍ରସ୍ତାବ ରହିଛି। ଏଠାରେ ଆଧୁନିକ ଭିତ୍ତିଭୂମି ଏବଂ ମୌଳିକ ସୁବିଧାର ଆବଶ୍ୟକତା ଅଛି। ଗୋଷ୍ଠୀଗୁଡ଼ିକର ଆର୍ଥିକ ଶକ୍ତିକୁ ଉନ୍ମୁକ୍ତ କରିବା ପାଇଁ, ସହର ଅର୍ଥନୈତିକ କ୍ଷେତ୍ର (ସିଇଆରଏସ୍) ଗୁଡ଼ିକୁ ସେମାନଙ୍କର ଅନନ୍ୟ ଅଭିବୃଦ୍ଧି ବାହକମାନଙ୍କ ଉପରେ ଆଧାର କରି ମ୍ୟାପ୍ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥମନ୍ତ୍ରୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରତ୍ୟେକ ସିଇଆର୍ ପାଇଁ ୫,୦୦୦ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *