କୋଦଳା ଇଣ୍ଡିଆନ ଗ୍ୟାସ ଏଜେନ୍ସୀର ଲୁଟିଖାଇବା ନୀତିରେ ଜନତା ହତାଶ ମାଲେମାଲ ମାଲିକ
କୋଦଳା ୮/୦୨/୨୬ () ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଥିବା ଇଣ୍ଡିଆନ ଗ୍ୟାସ ଏଜେନ୍ସୀ ର ମନ ମାନି ଯୋଗୁଁ ଏବେ ସାଧାରଣ ଖାଉଟିଙ୍କ ଉପରେ ବଡ ପ୍ରଭାବ ପଡୁଛି ।ବର୍ତମାନ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଲାଗିଥିବା ବେଳେ ସିଧା ସଳଖ ଗ୍ୟାସ ଓ ତୈଳ ଉପରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି ।ଗୋଟିଏ ଥରରେ ଗ୍ୟାସର ମୂଲ୍ୟ ୬୦ଟଙ୍କା ବଢିଥିବା ବେଳେ ସିଧା ସଳଖ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେପଟ ଏହି ଗ୍ୟାସ ଏଜେନ୍ସୀରେ ପାଞ୍ଚଦିନ ପୂର୍ବରୁ ସିଲିଣ୍ଡର ବୁକ କରିଥିଲେ ମଧ୍ୟ୍ୟ ଗ୍ୟାସ ଲୋକଙ୍କୁ ନ ଦେଇ ଡିପୋରେ ଗଛିତ ରଖି ବର୍ତମାନ ୬୦ଟଙ୍କା ଚଢା ଦରରେ ବିକ୍ରି କରିବା ସହ ଘରକୁ ଗ୍ୟାସ ପୈଠ କରିବା ପାଇଁ ୧୦ରୁ ୨୦ଟଙ୍କା ମଧ୍ୟ କାର୍ଯ୍ୟରତ କର୍ମଚାରି ମାନେ ଆଦାୟ କରାଯାଉଥିବା ଅଭିଯୋଗ ରହିଛି ।

ଏ ନେଇ ଆମ ପ୍ରତିନିଧି ଏଜେନ୍ସୀର ମାଲିକ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ନିଜେ ମାନିଛନ୍ତି କି ଟଙ୍କା ଆଦ୍ୟାୟ ହେଉଛି। ଏହି ଡିପୋରେ ଫାଏର ର ସୁବିଧା ମଧ୍ୟ ନଥିବାରୁ କିଛି ଅଘଟଣ ହେଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ଆଲୋଚନା ମଧ୍ୟ ହେଉଛି। ହେଲେ ଏଠି ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଏହି ଏଜେନ୍ସୀ ଲୋକଙ୍କ ଠାରୁ ଲୁଟିବାରେ ଲାଗିଥିବା ବେଳେ କେମିତି ପ୍ରଶାସନ ଜାଣିପାରି ନାହିଁ । ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି ?
