ଜନ ଅଭିଯୋଗ ଶୁଣାଣୀ
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ୧୧ଟା ୩୦ ମିନିଟ୍ ସମୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟସରକାରଙ୍କ ସମସ୍ତ ବିଭାଗ ପଞ୍ଚାୟତସ୍ତରରେ ପହଂଚି ଲୋକମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ କରିବ । କାମାକ୍ଷାନଗର ବ୍ଲକ ଚେୟାରମ୍ୟାନ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଢେ଼ଙ୍କାନାଳ ଜଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର,ବନଖଣ୍ଡ ଅଧିକାରୀ ସୁମିତ କର,କାମାକ୍ଷାନଗର ତହସିଲଦାର ପ୍ରିୟବ୍ରତ ଦାସ,ଆସିଷ୍ଟନ ଇଞ୍ଜିିୟରି,ପଞ୍ଚାୟତ ଡେଭଲମେଣ୍ଟେ ଅଫିସର, ତୁମୁସିଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ସାହୁ ପିଓ ଗୋବର୍ଦ୍ଧନ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ସମିତି ସଭ୍ୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଅଞ୍ଚଳବସୀଙ୍କ ବିଭିନ୍ନ ବ୍ୟକ୍ତିଗତ ଗୋଷ୍ଟିଗତ ସମସ୍ୟା ସମ୍ପର୍କରେ ୧୫୦ଟି ଅଭଯୋଗର ଶୁଣାଣୀ କରିଥିଲେ ।
