ବିଦ୍ୟାଳୟ ପରିସରରେ ଜନ ସଭା ଓ ସାମ୍ବାଦିକ ସମ୍ମିଳନୀ
*ବିଦ୍ୟାଳୟ ପରିସରରେ ଜନ ସଭା ଓ ସାମ୍ବାଦିକ ସମ୍ମିଳନୀ*ଟିକେ ନଜର ପକାନ୍ତୁ ଶିଳ୍ପ ନଗରୀରେ ଗଢି ଉଠିଥିବା ୧୯୭୦ ମସିହାର ଏହି ବିଦ୍ୟାଳୟ କୁ , ଦିର୍ଘ ୫୫ ବର୍ଷ ହେବ କ୍ରୋମ ନଗରର ଏହି ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜି ବିଦ୍ୟାଳୟର ଶ୍ରେଣୀ ଗୃହ ରେ କେଉଁଠି କବାଟ ଝରକା ଉଈ ଖାଇ ଗଲାଣି ତ କେଉଁଠି ଅଜବେଷ୍ଟ ଭାଙ୍ଗି କାନ୍ଥ ଭୁସୁଡ଼ିବାକୁ ବସିଲାଣି l ଏହା ପ୍ରତି ପାଦନ କରୁଛି ଶିଳ୍ପ ନଗରୀରେ ଖଣିଜ ପାଣ୍ଠିର ଅର୍ଥ କାହା ସ୍ବାର୍ଥ ସାଧନାରେ ବ୍ୟବହାର ହେଉଛି l ଏକଦା ଏହି ବିଦ୍ୟାଳୟ ଫେରୋକ୍ରୋମ୍ ପ୍ଲାଣ୍ଟ ଦ୍ଵାରା ଗଢି ଉଠିଥିଲା , ଯେତେ ବେଳେ ଏହା କ୍ରମଶଃ ହ୍ରାସ ପାଇଲା ସେତେବେଳେ ଏହାକୁ ଓ ଏମ୍ ସି କୁ ହସ୍ତାନ୍ତର କରାଗଲା l ଯେତେବେଳେ ଓ ଏମ୍ ସି ସମସ୍ତ ପରିସରକୁ ରୂପାନ୍ତରିତ କଲା ଏହି ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ବାସ୍ତରେ ଛାଡି ଦିଆଗଲା l ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ପରେ ବିଦ୍ୟାଳୟକୁ ଏକ କ୍ଲବ୍ ଘରକୁ ସ୍ଥାନାନ୍ତର କରିବା ପାଇଁ ମସୁଧା ଚାଲିଛି l ଯାହାକୁ ବିରୋଧ କରି ଏକ ଜନ ଜାଗରଣ ସଭା ବିଦ୍ୟାଳୟ ପରିସରରେ ଅୟୋଜନ କରାଯାଉଥିଲା, ଯାହାର ମୂଳଲକ୍ଷ୍ୟ ଥିଲା ବିଦ୍ୟାଳୟ ନବୀକରଣ ଓ ସ୍ଥାୟୀତ୍ବର ଆଶୁ ସମାଧାନ l
ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
