ଗଣମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ସୁଧାରିନାହିଁ ସ୍ବାସ୍ଥ୍ୟ ବ୍ଯବସ୍ଥା
ଗଣମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ସୁଧାରିନାହିଁ ସ୍ବାସ୍ଥ୍ୟ ବ୍ଯବସ୍ଥା ।
ଜନତାଙ୍କ ଗୁହାରୀ ଶୁଣିବ କିଏ ମନ୍ତ୍ରୀ ବୁଝିବେ ନା ବିଭାଗୀୟ ଅଧିକାରୀ ।
ପୁରୁଷୋତ୍ତମପୁର ୨୬/୦୯ : ବାରମ୍ବାର ଗଣମାଧ୍ୟମରେ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ନେଇ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା ଶୋଚନୀୟ ରହିଛି l ପ୍ରାୟ ୩୦ରୁ ୪୦ ଖଣ୍ଡ ଗ୍ରାମ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିଲେ ମଧ୍ୟ କାର୍ଯ୍ଯନୁଷ୍ଠାନ ନେଇ ପୁର୍ବରୁ କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା ଏଠାରେ ୫ଜଣ ଡାକ୍ତର ନିୟୋଜିତ ହୋଇ ସରକାରଙ୍କ ଠାରୁ ଦରମା ନେଉଥିଲେ ମଧ୍ୟ କେବଳ ଦୁଇ ଜଣ ଡାକ୍ତର ସେମାନଙ୍କ ମଧ୍ୟରେ ପାଳି କରି ଆସୁଥିବା ବେଳେ ବହୁ ରୋଗୀ ଆସୁଛନ୍ତି । ପ୍ରକାଶଥାଉକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଆସୁନାହଁ କି ଉପକରଣର ଅଭାବ ଥିବା ବେଳେ ଯାହା ଅଛି ତାହାବି ଅଚଳ ରହିଛି । ଉଭୟ ସାମାନ୍ୟ ରୋଗର ଚିକିତ୍ସା ଏବଂ ଆହତ ରୋଗୀଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇ ଅଯଥା ଖର୍ଚ୍ଚ କରାଯିବା , ବିଭିନ୍ନ ରୋଗର ପରୀକ୍ଷାରେ ଅବହେଳା ,ବିଦ୍ଯୁତ ଚାଲିଗଲେ ଅନ୍ଧାର ସହିତ କାର୍ଯ୍ଯରେ ଅବହେଳା ଯୋଗୁଁ ବାରମ୍ବାର ଅଭିଯୋଗ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଗୋଚର ହେଉନାହିଁ । ତେବେ ଉକ୍ତ ସମସ୍ୟା ସୃଷ୍ଟି ଉପରେ ନା ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରୁଛନ୍ତି ନା ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ରହିଛି ।ତେଣୁ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲା ମଧ୍ୟ ଲୋକଙ୍କ ସମସ୍ୟା ଉପରେ ସରକାର ଦୃଷ୍ଟି ଆକର୍ଷଣ ସହ ତଦନ୍ତ କରିବା ନେଇ ପୁରୁଷୋତ୍ତମପୁର ଅଞ୍ଚଳବାସୀ ଦାବି କରିଛନ୍ତି ।
