ରାଉତରାପୁର ଗ୍ରାମର ମା ହର୍ତ୍ତାଶୁଣି ନାଟ୍ୟ ସଂସଦ ର ପୁସ୍ତକ ପୂଜା

ରାଉତରାପୁର ଗ୍ରାମର ମା ହର୍ତ୍ତାଶୁଣି ନାଟ୍ୟ ସଂସଦ ର ପୁସ୍ତକ ପୂଜା

ବ୍ୟାସନଗର : କୋରେଇ ନିର୍ବାଚନ ମଣ୍ଡଳୀ ପହଙ୍ଗା ପଞ୍ଚାୟତ ର ରାତାରାପୁର ଗ୍ରାମରେ ଆଗାମୀ ବର୍ଷ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ମା ହର୍ତ୍ତାଶୁଣି ଙ୍କ ମନ୍ଦିର ବେଢାରେ ଅନୁଷ୍ଠିତ ହେଇ ଯାଇଛି! କୋରେଇ ନିର୍ବାଚନ ମଣ୍ଡଳୀ ରେ ସବୁଠୁ ପୁରୁଣା ଯାତ୍ରା ଅନୁଷ୍ଠାନ ଭାବେ ରାଉତରାପୁର ପରିଚିତ। ପ୍ରାୟ ୫୪ ବର୍ଷ ପୂର୍ବେ ଏହି ଅନୁଷ୍ଠାନର ଆରମ୍ଭ ହେଇଥିଲା। ସେବେଠୁ ଆଜି ଯାଏ ଏହି ଅନୁଷ୍ଠାନକୁ ବଂଶନୁକ୍ରମେ ଏହି ଗାଁ ର ଯୁବକ ମାନେ ଆଗକୁ ନେଇ ଚାଲିଛନ୍ତି।ସୂଚନା ମୁତାବକ ଗତ ତା ୬.୧୧.୨୦୨୫ ରିଖ ଗୁରୁବାର ଦିନ ମା ହର୍ତ୍ତାଶୁଣି ଙ୍କ ପୀଠସ୍ଥଳୀ ରେ ଏହି ଅନୁଷ୍ଠାନ ର ଆଖଡ଼ା ପୂଜା ସମ୍ପନ୍ନ ହୋଇଥିଲା ବେଳେ ଏହି ଆଖଡ଼ା ପୂଜା ରେ ଦୁଇ ଗୋଟି ନାଟକ ର ପୁସ୍ତକ ପୂଜା କରାଯିବା ସହ ଆଗାମୀ ୨୦୨୬ ବର୍ଷ ଫେବୃଆରୀ ୨୧. ୨୨ରେ ଜାଗର ଉପଲକ୍ଷେ ଏହି ନାଟକ ମଞ୍ଚସ୍ଥ ହେବ ଏନଟକ ଦୁଇଟି ନିର୍ଦେଶନା ଦେଉଛନ୍ତି ଯାତ୍ରା ଜଗତର ଯୁବ ନିର୍ଦେଶକ ଧନେଶ୍ୱର ଦାଶ (କାବୁଲା ସାର )
ଏହି ପୂଜା ରେ ମା ହର୍ତ୍ତାଶୁଣି ଯୁବନାଟ୍ୟ ସଂସଦ ର ପରିଚାଳକ ଶ୍ରୀକାନ୍ତ ବ୍ରହ୍ମ ସଭାପତି ଜ୍ୟୋତିରଞ୍ଜନ ସାହୁ ସମ୍ପାଦକ ଅଜିତ କୁମାର ଘଡ଼ାଇ, କୋଷଦକ୍ଷ ବିଶ୍ୱ ରଞ୍ଜନ ସାହୁ, ଦିପୁ ରଞ୍ଜନ ସାହୁ, ସଂଗ୍ରାମ କେଶରୀ ବ୍ରହ୍ମ, ଅରୁଣ ବ୍ରହ୍ମ, ବିବେକାନନ୍ଦ ପଣ୍ଡା, ପରମାନଦ ପଣ୍ଡା, ବାବୁ ପଣ୍ଡା, ତପନ ଦାସ, ଦିଲୀପ ଦଳାଇ, ଲଷ୍ମୀଧର ସାହୁ,ମନୋଜ ବ୍ରହ୍ମ,ଜଗା ସାହୁ, ସ୍ମିତି ରଞ୍ଜନ ପଣ୍ଡା ଚିତ୍ତରଞ୍ଜନ ସାହୁ  ପ୍ରମୁଖ ରହି ଆଗାମୀ ଯାତ୍ରା ରିତୁ ପାଇଁ ପ୍ରଥମ ରାତ୍ରି ରେ ତୋ ପ୍ରେମ ଲାଗେ ନୂଆ ନୂଆ ଏବଂ ଦ୍ୱିତୀୟ ରାତ୍ରି ପାଇଁ କଟି କଟି ଡବଲ କଟି ନାଟକ କୁ ମଞ୍ଚସ୍ଥ କରିବାକୁ ପ୍ରସ୍ତାବ ଦିଅ ଯାଇଛି।

Leave a Reply

Your email address will not be published. Required fields are marked *