ପୂଜ୍ୟ ପୂଜା ସମିତି ମହାରାଜାଙ୍କ ୧୩୪ତମ ଜୟନ୍ତୀ ପାଳନ

ବ୍ରହ୍ମପୁର, ତା. ୨୬. ୪. ୨୦୨୫ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ନିର୍ମାତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ପାଳନ ହୋଇଯାଇଛି l ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ସମିତି ସଭାପତି ଆର. ସତ୍ୟ ନାରାୟଣ ରାଓ ଓ ବରିଷ୍ଠ ସାମ୍ବାଦିକ ରବି ରଥ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ମହାରାଜାଙ୍କ ବଳିଷ୍ଠ ନେତୃତ୍ୱ ଓ ଅକାଟ୍ୟ ଯୁକ୍ତି ବଳରେ ଲଣ୍ଡନରେ ଆୟୋଜିତ ଗୋଲ ଟେବୁଲ ବୈଠକରେ ଓଡ଼ିଆ ଭାଷା ଭିତ୍ତିକ ପ୍ରଦେଶ ଗଠନ ପାଇଁ ସ୍ୱୀକୃତି ପାଇଲା l ଏଣୁ ମହାରାଜା ଗଜପତି ଓଡ଼ିଆ ଜାତି ପାଇଁ ସଦା ସର୍ବଦା ଚୀର ସ୍ମରଣୀୟ ରହିବେ ବୋଲି ସଭାରେ ମତ ପ୍ରକାଶ ପାଇଛି l ଆଜି ଓଡିଶା ଭୂ-ଖଣ୍ଡର ଭୌଗଳିକ ସୀମା ର ସୁରକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା, ଓଡ଼ିଆ ସରକାରୀ ସ୍କୁଲ ଗୁଡିକର ପୁନରୁଦ୍ଧାର ଓ ଉନ୍ନତ ଗୁଣାତ୍ମକ ଶିକ୍ଷା ପ୍ରଚଳନ, ଓଡିଶାରେ ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ, ଓଡ଼ିଶାର ପ୍ରାକୃତିକ ସମ୍ପଦର ସୁରକ୍ଷା ଆଦି ନେଇ ସମିତିର କର୍ମକର୍ତ୍ତାମାନେ ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ l ମହାରାଜା ଗଜପତିଙ୍କ ସ୍ବପ୍ନର ଓଡିଶା ନିର୍ମାଣ ପାଇଁ ସମସ୍ତ ଓଡିଶା ବାସୀ ସଂକଳ୍ପ ବଦ୍ଧ ହେବାପାଇଁ ଆଜିର ସ୍ମୃତି ସଭାରେ ଆହ୍ୱାନ ଦିଆଯାଇଛି l ଆଜିର ସଭାରେ ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓ, ଡ଼. ବାୟାମନୁ ଚର୍ଚ୍ଚି,କବିରାଜ ସେଠି, ପୂର୍ଣ୍ଣ ଚନ୍ଦ୍ର ମହାରଣା, ବୃନ୍ଦାବନ ଖଟେଇ, ଆଦିତ୍ୟ ରଥ,କିଶୋର ଚନ୍ଦ୍ର ପାତ୍ର, ଡ଼ା. ଶଙ୍କର୍ଷଣ ପାତ୍ର, ମହମ୍ମଦ ଆସଲାମ,ସୁରେଶ ଚନ୍ଦ୍ର ତ୍ରିପାଠୀ, ଏମ. ଏସ. ମଲ୍ଲିକ, ଅଶୋକ ଦଳାଇ,ନାରାୟଣ ମହାଙ୍କୁଡ,ମନୋଜ କୁମାର ସାମଲ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଶରତ ରଞ୍ଜନ ପଟ୍ଟନାୟକ, ପବିତ୍ର ଚୌଧୁରୀ, ଡ.ଶଙ୍କର ମାଝୀ, କବିରାଜ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *