ବିଶୁଦ୍ଧ ଜଳ ଯୋଗାଣ ର ବିକଳ ଚିତ୍ର

ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ, ନଦୀ ପାଣି ଏବେ ଗାଁ ପାଇଁ ସାହା ଭରସା | ଏ ଚିତ୍ର ବଖାଣୁଛି ମହିଳାଙ୍କ ପ୍ରତି ରାଜ୍ୟ ସରକାର ଙ୍କ ସମ୍ମାନ ର କଥା, କିଭଳି ମା ମାନେ ନଦୀ ପଟା ରୁ ସଂଗ୍ରହ କରୁଛନ୍ତି ପାଣି, ଏମିତି ପାଣି ପାଇଁ ଡହଳ ବିକଳ ଏଇ ଗାଁ ଲୋକ | ଇଏ ହେଉଛି ବିକାଶ ର ଆଉ ଏକ ନଗ୍ନ ରୂପ| ନଦୀ ପଟା ରୁ ଚୁଆଁ ଖୋଳି ସଂଗ୍ରହ କରୁଛନ୍ତି ପାଣି | ଇଏ କୌଣସି ଜଙ୍ଗଲ କି ପାହାଡ଼ ଘେରା ମଧ୍ୟରେ ରହିଯାଇଥିବା ଗାଁ ଟିଏ ନୁହେଁ, ଇଏ ହେଉଛି ଝରୀଗାଁ ବ୍ଲକ ର ଏକ ଆଦର୍ଶ ଗ୍ରାମପଂଚାୟତ ବେଲଗାଁ ର ଜଳକଷ୍ଟ। ଏଠି ଲୋକଙ୍କୁ ସତଉଛି ଜଳାଭାବ। ଆଜକୁ ଚାରି ବର୍ଷ ହେବ ବେଲଗାଁ ରୁ ପାଖାପାଖି କୋଡିଏ ପରିବାର ଆସି ଏଠି ବସ୍ତି ବାନ୍ଧି ରହିଛନ୍ତି ହେଲେ ଏମାନଙ୍କୁ ପିଇବା ଲାଗି ଆଜି ସୁଦ୍ଧା ପାଣି ଟୋପେ ଯୋଗାଡ଼ ହୋଇପାରିଲା ନାହିଁ | ଗାଧୁଆ ଠାରୁ ଆରମ୍ଭକରି ରୋଷେଇବାସ ହେଉ କିମ୍ବା ପିଇବା ଲାଗି ହେଉ ଏମାନଙ୍କୁ ଗାଁ ଠାରୁ 2 କିଲୋମିଟର ଦୂରକୁ ଯାଇ ନଦୀ ବାଲିରେ ଚୁଆଁ ଖୋଳି ପାଣି ଆଣିବାକୁ ପଡୁଛି | ଡହ ଡହ ଖରାରେ ମଧ୍ୟ ମୁଣ୍ଡରେ ମାଠିଆ ନେଇ ଯିବାକୁ ପଡୁଛି ନଦୀକୁ | ଦୀର୍ଘ ଚାରିବର୍ଷ ଧରି ଏଭଳି ଜଳକଷ୍ଟ ଭୋଗୀଆସୁଥିବା କହିଛନ୍ତି ଝରୀଗାଁ ବ୍ଲକ, ବେଲଗାଁ ଗ୍ରାମପଞ୍ଚାୟତ ର ଏହି ନୂଆଁ କୁମ୍ଭାରସାହି ର ଗ୍ରାମବାସୀ। ଏମାନଙ୍କ କହିବା ଅନୁସାରେ ଏମାନେ ଗାଁ ଭିତରେ ଥିବା ନଳକୂଅକୁ ପାଣିପାଇଁ ଗଲେ କୋଡିଏ ପରିବାର କୁ ପାଣି ଦେବା ଲାଗି ଗାଁ ଲୋକେ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ସମୟ ସମୟରେ ଘଣ୍ଟା ଘଣ୍ଟା ଧରି ଗାଁ ନଳକୂଅ ଆଗରେ ସେମିତି ଛିଡା ହେଵାକୁ ପଡୁଥିବା କହିଛନ୍ତି | ତା ଛଡା ବେଳେ ବେଳେ ଅଲେଖ ମହିମା ଟୁଙ୍ଗି ରୁ ପାଣି ଆଣିଥାନ୍ତି ସତ ହେଲେ କୋଡିଏ ଘରକୁ ପାଣି କିଏ ସବୁଦିନ ଯୋଗେଇବ ଏଭଳି ପରିପ୍ରେକ୍ଷୀରେ ନଦୀ ହିଁ ଏକ ମାତ୍ର ସାହା ଭରଷା ହୋଇପଡିଛି |

ସ୍ଥାନୀୟ ସରପଞ୍ଚ ଏବଂ ଝରୀଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମେହେର ଙ୍କୁ ଯାଇ ଅନେକ ଥର ଗୁହାରି କରିଥିଲେ ଗ୍ରାମବାସୀ କିନ୍ତୁ ମେହେର ବାବୁ ଏଠୁ ବଦଳି ହୋଇ ଚାଲିଗଲେ ହେଲେ ଗାଁ କୁ ଗୋଟେ ନଳକୂପ ଯୋଗେଇଦେଇପାରିଲେ ନାହିଁ ତେବେ ବର୍ତ୍ତମାନ ଝରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତ କୁମର ଙ୍କୁ ମଧ୍ୟ ଜଣେଇଛନ୍ତି ଯାହା ସୂଚନା ରହିଛି ଏମାନଙ୍କ ଲାଗି ଖୁବ ଶୀଘ୍ର ନଳକୂପ ଟିଏ ନିର୍ମାଣ କରାଯିବ | ତେବେ କେବେ ହେବ ତାହା ତ ସମୟ କହିବ କିନ୍ତୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇବା ଲାଗି କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକଙ୍କୁ ପାଣି ଟୋପେ ନ ମିଳିବା ପଛରେ ରାଜ୍ୟ ସରକାର ମହିଳାଙ୍କ ପ୍ରତି ଥିବା ସମ୍ମାନ କୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ |

Leave a Reply

Your email address will not be published. Required fields are marked *