ଘର ସହିତ ଜଳିଗଲା ବିଡ଼ା ବିଡା ନୋଟ ପୁରୀ
ସଦର : ତା ୧୫.୯.୨୫ପୁରୀ ଜିଲା ଚନ୍ଦନପୁର ଥାନା ବାଲିପଡ଼ା ପଞ୍ଚାୟତ ଅଧୀନ କାଳିଆକେରା ଗ୍ରାମର ବାବୁଲି ନାୟକ ଓ ମାନସ ନାୟକ ନିଜ ପରିବାରର ୬ ଜଣ ସଦସ୍ୟଙ୍କ ସହିତ ରାତିରେ ଘରେ ସୋଇଥିବା ବେଳେ ରବିବାର ବିଳମ୍ବିତ ରାତି ବାର ଘଣ୍ଟା ସମୟରେ ସଟ୍ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ସଂପୂର୍ଣ୍ଣ ଜଳିଯିବା ସହିତ ଘରର ସମସ୍ତ ଆସବାବପତ୍ର ଏବଂ ତିନି ଲକ୍ଷ ବିଡ଼ା ୫୦୦ ଟଙ୍କିଆ ନୋଟ୍ ଜଳିଯାଇଛି, ଯାହାକି ପଇଡ଼ ବ୍ୟବସାୟ କରି ଏବଂ ଲଲୋନ୍ କରି ବାବୁଲି ନାୟକ ଘର ତିଆରି ପାଇଁ ସଞ୍ଚୟ କରିଥିଲେ । ପରିବାର ଲୋକେ ଉଠିବା ବେଳକୁ ଘର ସାରା ନିଆଁ ବ୍ୟାପି ଯାଇଥିଲା। ଜୀବନ ବଞ୍ଚାଇବାକୁ ପରିବାର ଲୋକେ ବାହାରକୁ ପଳାଇ ଆସିବାବେଳେ ଉପରେ ନିଆଁ ପଡ଼ିଯିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ବାବୁଲି ନାୟକ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ।

ସମସ୍ତ ଆସବାବପତ୍ର ସହ ନଗଦ ୩ ଲକ୍ଷ ଟଙ୍କା (୫ଶହ ଟଙ୍କିଆ) ଏବଂ ୩ ଟି ମୋବାଇଲ ଫୋନ୍, ଟିଭି, ଫ୍ୟାନ, ଦୁଇଟି ସାଇକେଲ, ସୁନା, ରୂପା ଗହଣା , ପିନ୍ଧା ଲୁଗା ସବୁ ପୋଡ଼ଯାଇଛି। ଖବରପାଇ ପୁରୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିବା ଜଣାପଡ଼ିଛି।ଏହି ଘଟଣା ବିଷୟରେ ସୂଚନା ପାଇବାପରେ ସାକ୍ଷୀଗୋପାଳଆଥେଲେଟିକ୍ ଗୁରୁକୁଳ ର ନିର୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର, ପରା ଆଥେଲେଟିକ୍ ଜୟନ୍ତୀ ବେହେରା, ସିଂହାରୀ ଆଲୋକ ଖୁଣ୍ଟିଆ ଙ୍କ ସହିତ କ୍ରୀଡାବିତ୍ ମାନେ ଘଟଣା ସ୍ଥଳରେ ପହଞ୍ଚି ବାବୁଲି ନାୟକଙ୍କ ପରିବାରଙ୍କୁ ଶୁଖିଲା ଖାଦ୍ୟ, ପିନ୍ଧା ବସ୍ତ୍ର , ରନ୍ଧା ଖାଦ୍ୟ ଯୋଗାଇ ଦୁଃଖ ବ୍ୟକ୍ତ କରିବା ସହିତ ଆଶ୍ଵାସନା ଦେଇଥିଲେ।ପ୍ରଶାସନିକ ସ୍ତରରେ କୌଣସି ସାହାଯ୍ୟ ମିଳିନଥିବାରୁ ସର୍ବହରା ହୋଇଥିବା ବାବୁଲି ନାୟକଙ୍କ ପରିବାର ଦୁଃଖ ବ୍ୟକ୍ତ କରିଛନ୍ତି।
